Advertisement
Article Detail0/zeeodisha/odisha2284205
Zee OdishaOdisha Trendingଗ୍ୟାସ ଲିକ ଯୋଗୁ କାରଖାନାରେ ନିଆଁ, ୩ ମୃତ ଏବଂ ୬ ଗୁରୁତର

ଗ୍ୟାସ ଲିକ ଯୋଗୁ କାରଖାନାରେ ନିଆଁ, ୩ ମୃତ ଏବଂ ୬ ଗୁରୁତର

Delhi Fire Case: ଦିଲ୍ଲୀର ନରେଲି ଶିଳ୍ପାଞ୍ଚଳରେ ଥିବା କାରଖାନାରେ ଅଗ୍ନିକାଣ୍ଡ ଘଟି ୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ୬ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । କାରଖାନାରେ ନିଆଁ ଲାଗିବା ପରେ କିଛି ଶ୍ରମିକ ଫସିଯାଇଥିଲେ । ସେମାନଙ୍କୁ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କରାଯାଇଥିଲା ।

ଗ୍ୟାସ ଲିକ ଯୋଗୁ କାରଖାନାରେ ନିଆଁ, ୩ ମୃତ ଏବଂ ୬ ଗୁରୁତର

Delhi Fire Case: ଶନିବାର ସକାଳେ ଦିଲ୍ଲୀର ନରେଲିରେ ଥିବା ଏକ କାରଖାନାରେ ଅଗ୍ନିକାଣ୍ଡ ଘଟିଛି । କାରଖାନାରେ କାର୍ଯ୍ୟରତ ତିନି ଜଣ ଶ୍ରମିକ ଅଗ୍ନିକାଣ୍ଡ କାରଣରୁ ପ୍ରାଣ ହରାଇଛନ୍ତି । ଏଥିସହିତ ୬ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । କାରଖାନାରେ ନିଆଁ ଲାଗିବା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ତୁରନ୍ତ ଅଗ୍ନିଶମ କର୍ମଚାରୀମାନେ କାରଖାନାରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଆହତ ହୋଇଥିବା ଲୋକଙ୍କୁ ନରେଲି ସ୍ଥିତ SHRC ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ଥିବା ଅନ୍ୟ କର୍ମଚାରୀଙ୍କୁ ତୁରନ୍ତ ସଫଦରଗଞ୍ଜ ଡାକ୍ତରଖାନାକୁ ରେଫର୍ କରାଯାଇଥିଲା ।

ଦିଲ୍ଲୀ ଅଗ୍ନିଶମ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସକାଳ ପ୍ରାୟ ୩ଟା୩୦ ସମୟରେ ନରେଲିଠାରେ ଅବସ୍ଥିତ ଶ୍ୟାମ କ୍ରିପା ଫୁଡ୍ସ ପ୍ରାଇଭେଟ ଲିମିଟେଡ କାରଖାନାରେ ନିଆଁ ଲାଗିଥିବା ସମ୍ପର୍କରେ ସୂଚନା ମିଳିଥିଲା। ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଆରମ୍ଭ କରିଥିଲେ । କାରଖାନା ଭିତରେ ଥିବା ସମସ୍ତ ୯ ଜଣଙ୍କୁ ଉଦ୍ଧାର କରାଯାଇଛି । ସେଥିମଧ୍ୟରୁ ତିନିଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ଏବଂ ଅନ୍ୟମାନଙ୍କୁ ପ୍ରଥମେ ନରେଲି SHRC ହସ୍ପିଟାଲ ଓ ପରେ ସଫଦରଜଙ୍ଗକୁ ଉତ୍ତମ ଚିକିତ୍ସା ପାଇଁ ନିଆଯାଇଥିଲା ।

ନିଆଁ ଲାଗିବାର କାରଣ
ପ୍ରାରମ୍ଭିକ ଅନୁସନ୍ଧାନ ଅନୁଯାୟୀ କାରଖାନାର ଏକ ଗ୍ୟାସ୍ ବର୍ନର୍ ଉପରେ କଞ୍ଚା ମୁଗ ଭଜା କରାଯାଉଥିଲା। ଏହି ସମୟରେ ପାଇପଲାଇନରୁ ଗ୍ୟାସ ଲିକ ହୋଇ ହଠାତ ନିଆଁ ବ୍ୟାପି ଯାଇଥିଲା । ଯେଉଁ କାରଣରୁ କାରଖାନାରେ ବିସ୍ଫୋରଣ ଘଟିଥିଲା। ପୋଲିସ କହିଛି ଯେ, ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

Add Zee News as a Preferred Source

Also Read- Shani Jayanti 2024: ଶନି ଜୟନ୍ତୀରେ ଖୋଲିବ ୩ ରାଶିର ଭାଗ୍ୟ, ମିଳିବ ଟଙ୍କା ଏବଂ ସୁଖ

About the Author