ଜଣେ କୃଷ୍ଣଙ୍କର ତିନି ଗୋପୀ ପାଳିଲେ କରଓ୍ୱାଚୌଥ
Advertisement
Article Detail0/zeeodisha/odisha1396628

ଜଣେ କୃଷ୍ଣଙ୍କର ତିନି ଗୋପୀ ପାଳିଲେ କରଓ୍ୱାଚୌଥ

ତେବେ ସବୁଠାରୁ ମଜାଦାର ଘଟଣା ହେଉଛି କି ସ୍ୱାମୀ ଜଣକଙ୍କ ନାଁ ହେଉଛି କୃଷ୍ଣା। ସବୁଠାରୁ ଚାଞ୍ଚଲ୍ୟ କରିବା ଭଳି ଘଟଣା ହେଉଛି କି କୃଷ୍ଣାଙ୍କୁ ବାହା ହୋଇଥିବା ତିନି ଯୁବତୀ ହେଉଛନ୍ତି ପରସ୍ପର ସମ୍ପର୍କୀୟ ଭଉଣୀ।

ଜଣେ କୃଷ୍ଣଙ୍କର ତିନି ଗୋପୀ ପାଳିଲେ କରଓ୍ୱାଚୌଥ

ନୂଆଦିଲ୍ଲୀ: ନିକଟରେ ଉତ୍ତର ଭାରତ ସମେତ ତମାମ ଦେଶରେ ପାଳନ ହୋଇଛି କରଓ୍ୱାଚୌଥ। ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ମହିଳାମାନେ ଏହି ପର୍ବ ପାଳନ କରିଛନ୍ତି। ଦିନ ତମାମ ଉପବାସ ରହିବା ପରେ ସନ୍ଧ୍ୟାରେ ଚନ୍ଦ୍ର ଦର୍ଶନ ପରେ ସ୍ୱାମୀଙ୍କ ହାତରୁ ଖାଦ୍ୟ ଗ୍ରହଣ କରିଥାନ୍ତି। ଏହି ସମୟରେ ଅନେକ ଅଜବ ଘଟଣାମାନ ସାମ୍ନାକୁ ଆସିଥିଲା, ଯାହା ବେଶ ଚକିତ କରିଥିଲା। ଏହି ଭଳି ଏକ ଘଟଣା  ଆସିଥିଲା ଉତ୍ତରପ୍ରଦେଶର ଚିତ୍ରକୂଟ ଅଞ୍ଚଳକୁ। ଦିନ ତମାମ ଧର୍ମପତ୍ନୀମାନେ ସେମାନଙ୍କର ଏକମାତ୍ର ସ୍ୱାମୀଙ୍କ ପାଇଁ କରଓ୍ୱାଚୌଥ ବ୍ରତ ରଖିଥିଲେ। ଆଜ୍ଞା ହଁ, ଗୋଟିଏ ସ୍ୱାମୀର ତିନି ଧର୍ମପତ୍ନୀ ଏହି କରଓ୍ୱା ଚୌଥ ପାଳନ କରିଥିଲେ। 

ତେବେ ସବୁଠାରୁ ମଜାଦାର ଘଟଣା ହେଉଛି କି ସ୍ୱାମୀ ଜଣକଙ୍କ ନାଁ ହେଉଛି କୃଷ୍ଣା। ସବୁଠାରୁ ଚାଞ୍ଚଲ୍ୟ କରିବା ଭଳି ଘଟଣା ହେଉଛି କି କୃଷ୍ଣାଙ୍କୁ ବାହା ହୋଇଥିବା ତିନି ଯୁବତୀ ହେଉଛନ୍ତି ପରସ୍ପର ସମ୍ପର୍କୀୟ ଭଉଣୀ। ତିନି ଭଉଣୀ କୃଷ୍ଣାଙ୍କୁ ବିବାହ କରିବା ପରେ ପରସ୍ପର ମଧ୍ୟରେ ସଉତୁଣୀର ସମ୍ପର୍କ ଗଢିଉଠିଛି। ତେବେ ତିନି ଭଉଣୀ ସ୍ୱାମୀ କୃଷ୍ଣାଙ୍କ ପାଇଁ କରଓ୍ୱାଚୌଥ ଏକ ସଙ୍ଗେ ପାଳନ କରିଥିଲେ। ସନ୍ଧ୍ୟା ନଇଁବା ପରେ ତିନି ସଉତୁଣୀ ଘରର ଛାତ ଉପରେ ଚାନ୍ଦ ଦର୍ଶନ କରିଥିଲେ। ଜଣକ ପରେ ଜଣେ ସ୍ୱାମୀଙ୍କ ମୁଁହ ଦର୍ଶନ କରିବା ପରେ ଖାଦ୍ୟ ଗ୍ରହଣ କରିଥିଲେ। ତେବେ ଏହି ତିନି ସଉତୁଣୀଙ୍କ ଚାନ୍ଦ ଦର୍ଶନର ଭିଡ଼ିଓ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡ଼ିଆ ୟୁଜର ମାନେ ମଧ୍ୟ ବେଶ ଚମତ୍କାର ଢଙ୍ଗରେ ସମାଲୋଚନା କରୁଛନ୍ତି। ଆଉ କେହି କେହି ଏହାକୁ ନେଇ କଟାକ୍ଷ ମଧ୍ୟ କରୁଥିବା ଦେଖିବାକୁ ମିଳିଛି। 

ହିନ୍ଦୁ ଧର୍ମରେ ଏକ ସଙ୍ଗେ ତିନୋଟି ଧର୍ମପତ୍ନୀ ରଖିବା କେତେ ଯୁକ୍ତିଯୁକ୍ତ ବୋଲି ସୋସିଆଲ ମିଡ଼ିଆ ୟୁଜର ସୂଚନା ଦେଇ କହିଛନ୍ତି। ଆଉ କେହି କେହି ମିମ କରି ଏହି ଦମ୍ପତିକୁ କଟାକ୍ଷ କରିଛନ୍ତି। ଆଉ ଜଣେ ୟୁଜର ଲେଖିଛନ୍ତି କି ଭଲ ହୋଇଛି ୧୧ ଜଣ ଭଉଣୀ ନଥିଲେ। ନହେଲେ ସମସ୍ତଙ୍କୁ ବାହା ହୋଇଯାଇଥାନ୍ତା ବୋଲି ସେ ଲେଖିଛନ୍ତି। 

ଅଧିକ ପଢନ୍ତୁ: T20 World Cup 2022: ରୋହିତ ଶର୍ମା ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ହିଁ ସ୍ଥିର କରିନେଇଛନ୍ତି ଚୂଡ଼ାନ୍ତ ଏକାଦଶ, ଏହି ଖେଳାଳିଙ୍କ କଟିଲା ପତା!

ଅଧିକ ପଢନ୍ତୁ: Virat Kohli News: 'ବିରାଟ କୋହଲିଙ୍କୁ ଗିରଫ କର', ଜଣେ ବ୍ୟକ୍ତିଙ୍କ ହତ୍ୟା ପରେ ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ଗିରଫ କରିବାକୁ ଦାବି

ଅଧିକ ପଢନ୍ତୁ: T20 World Cup 2022: ଟି-20 ବିଶ୍ୱକପରେ ସବୁଠାରୁ ଖତରନାକ୍ ହେବ ଏହି ଦଳ, ଟିମ୍ ଇଣ୍ଡିଆକୁ ରହିବାକୁ ପଡ଼ିବ ବହୁତ ସତର୍କ

ଅଧିକ ପଢନ୍ତୁ: T20 World Cup 2022: ଟିମ୍ ଇଣ୍ଡିଆର ପରାଜୟର କାରଣ ପାଲଟିଲା କେଏଲ ରାହୁଲଙ୍କ ଅର୍ଦ୍ଧଶତକ, ଦ୍ୱିତୀୟ ୱାର୍ମ ଅପ୍ ମ୍ୟାଚରେ ବି ନିରାଶ କଲେ ଋଷଭ ପନ୍ତ