ପୁଲିସ-ଆତଙ୍କୀ ମୁହାମୁହିଁ: ଜମ୍ମୁରେ ୩ ଆତଙ୍କୀ ନିହତ
Advertisement

ପୁଲିସ-ଆତଙ୍କୀ ମୁହାମୁହିଁ: ଜମ୍ମୁରେ ୩ ଆତଙ୍କୀ ନିହତ

jammu kashmir news: ପୁଲିସ ସର୍ଚ୍ଚ ଅପରେସନ୍‍ ଚାଲିଥିବାବେଳେ ଉଭୟପକ୍ଷରୁ ଗୁଳିମାଡ଼ ହୋଇଥିଲା।  ଏଥିରେ ୩ ଅତଙ୍କବାଦୀ ନିହତ ହୋଇଥିବା ପୁଲିସ କହିଛି। ଏବେ ଅପରେସନ୍‍ ଜାରି ରହିଛି ପରେ ଏ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରାଯିବ ବୋଲି ପୁଲିସ କହିଛି। 

ପୁଲିସ-ଆତଙ୍କୀ ମୁହାମୁହିଁ: ଜମ୍ମୁରେ ୩ ଆତଙ୍କୀ ନିହତ

Jammu kashmir newsନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରର ବାରାମୁଲା ଜିଲ୍ଲା ଉରି ଅଞ୍ଚଳରେ ପୁଲିସ ଓ ଅତଙ୍କୀଙ୍କ ଭିତରେ ଗୁଳି ବିନିମୟ ହୋଇଛି। ଏଥିରେ ତିନି ଜଣ ଅତଙ୍କବାଦୀ ନିହତ ହୋଇଥିବା ଜମ୍ମୁ-କଶ୍ମୀର ପୁଲିସ (Jammu and Kashmir Police) ପକ୍ଷରୁ କୁହାଯାଇଛି। ଏବେବି ସର୍ଚ୍ଚ ଅପରେସନ୍‍ ଜାରି ରହିଛି। ଶନିବାର ଦିନ ସୁରକ୍ଷା ବାହିନୀ ଓ ଅତଙ୍କବାଦୀଙ୍କ ଭିତରେ ଉରି ସହରରେ ଗୁଳି ବିନିମୟ ହୋଇଥିଲା। ପୁଲିସ ସର୍ଚ୍ଚ ଅପରେସନ୍‍ ଚାଲିଥିବାବେଳେ ଉଭୟପକ୍ଷରୁ ଗୁଳିମାଡ଼ ହୋଇଥିଲା।  ଏଥିରେ ୩ ଅତଙ୍କବାଦୀ ନିହତ ହୋଇଥିବା ପୁଲିସ କହିଛି। ଏବେ ଅପରେସନ୍‍ ଜାରି ରହିଛି ପରେ ଏ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରାଯିବ ବୋଲି ପୁଲିସ କହିଛି। 

ଉରି ଅଞ୍ଚଳରେ ଭାରତର ସୀମାରେ ତିନିଜଣ ଆତଙ୍କବାଦୀ ପ୍ରବେଶ କରୁଥିବା ଖବର ପାଇ ପୁଲିସ- ସେନା ଓ ଗୁଇନ୍ଦା ସଂସ୍ଥାର ମିଳିତ ଉଦ୍ୟମରେ ସକାଳୁ ସର୍ଚ୍ଚ ଅପରେସନ୍‍ (Search operation) ଆରମ୍ଭ କରାଯାଇଥିଲା। ଏହାର ନାମ ଅପରେସନ୍‍ ଖଣ୍ଡ ରଖାଯାଇଥିଲା। ପ୍ରଥମେ ଦୁଇଜଣଙ୍କ ମୃତ ଦେହ ଉଦ୍ଧାର କରିବାର କିଛି ଘଣ୍ଟା ପରେ ତୃତୀୟ ଆତଙ୍କବାଦୀଙ୍କ ମୃତଦେହକୁ ଉଦ୍ଧାର କରିଛି ପୁଲିସ। ଅନନ୍ତ ନାଗରେ ସେନା ପକ୍ଷରୁ ଏବେ ସର୍ଚ୍ ଅପରେସନ୍‍ ଚାଲିଛି। ଜଙ୍ଗଲକୁ ପୁଲିସ ଓ ସେନା ତନ ତନ କରି ତଲାସି କରୁଛନ୍ତି। ଡ୍ରୋନ୍‍ ସହାୟତାରେ ଜଙ୍ଗଲ ଭିତରେ କ୍ୟାମ୍ପ ସନ୍ଧାନ କରାଯାଉଛି। ଏହି ସମୟରେ ତିନିଜଣ ଆତଙ୍କୀ ଭାରତର ସୀମା ଏଲ୍ଓସି ନିକଟରେ ଥିବା ଖବର ଆସିଥିଲା। ଯାହାକୁ ଜବାବ ଦେବା ଲାଗି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।

Also Read- TDS ଜମା ହୋଇ ନଥିବାରୁ ପ୍ରଯୋଜକଙ୍କ ବିରୁଦ୍ଧରେ ଅଭିଯାଗ କଲେ ଏହି ଓଡ଼ିଆ ଟିଭି ଅଭିନେତ୍ରୀ

Also Read- Share Market: ଭାଗ୍ୟ ବଦଳାଇଦେଲା ସେୟାର ମାର୍କେଟ, ମହିଳା ପାଇଲେ ୧୩୯୦ କୋଟି