ପୃଥିବୀର ସବୁଠୁ ସୁନ୍ଦର ନାଚୁଥିବା ୫ ପକ୍ଷୀ, ଜାଣନ୍ତୁ କେଉଁ ପକ୍ଷୀ
Advertisement
Article Detail0/zeeodisha/odisha1909297

ପୃଥିବୀର ସବୁଠୁ ସୁନ୍ଦର ନାଚୁଥିବା ୫ ପକ୍ଷୀ, ଜାଣନ୍ତୁ କେଉଁ ପକ୍ଷୀ

ପକ୍ଷୀମାନେ ସେମାନଙ୍କ ବ୍ୟବହାରକୁ ନେଇ ପରିଚିତ । କିଛି ପକ୍ଷୀ ସେମାନଙ୍କ ଗାୟନ ପାଇଁ ତ କିଛି ସେମାନଙ୍କ ନକଲ କରିବା ପ୍ରବୃତିକୁ ନେଇ ଜଣା ଯାଇଛନ୍ତି । ସେହିଭଳି କିଛି ପକ୍ଷୀ ସେମାନଙ୍କ ନୃତ୍ୟ ଦକ୍ଷତାକୁ ନେଇ ସବୁବେଳେ ମାନବକୁ ଆକୃଷ୍ଠ କରି ଆସିଛନ୍ତି । ଆଜି ଆସନ୍ତୁ ଜାଣିବା ପୃଥିବୀର ଏମିତି କିଛି ପକ୍ଷୀଙ୍କ ବାବଦରେ ଯେଉଁମାନଙ୍କ ନୃତ୍ୟ ସବୁବେଳେ ହୋଇଥାଏ ମନଲୋ

SOCIAL MEDIA

ପକ୍ଷୀମାନେ ସେମାନଙ୍କ ବ୍ୟବହାରକୁ ନେଇ ପରିଚିତ । କିଛି ପକ୍ଷୀ ସେମାନଙ୍କ ଗାୟନ ପାଇଁ ତ କିଛି ସେମାନଙ୍କ ନକଲ କରିବା ପ୍ରବୃତିକୁ ନେଇ ଜଣା ଯାଇଛନ୍ତି । ସେହିଭଳି କିଛି ପକ୍ଷୀ ସେମାନଙ୍କ ନୃତ୍ୟ ଦକ୍ଷତାକୁ ନେଇ ସବୁବେଳେ ମାନବକୁ ଆକୃଷ୍ଠ କରି ଆସିଛନ୍ତି । ଆଜି ଆସନ୍ତୁ ଜାଣିବା ପୃଥିବୀର ଏମିତି କିଛି ପକ୍ଷୀଙ୍କ ବାବଦରେ ଯେଉଁମାନଙ୍କ ନୃତ୍ୟ ସବୁବେଳେ ହୋଇଥାଏ ମନଲୋଭା ।

ରେଡ୍ କ୍ୟାପ୍ଡ୍ ମାନାକିନ୍  : ନର୍ତ୍ତକ ପକ୍ଷୀଙ୍କ ତାଲିକାରେ ପ୍ରଥମ ସ୍ଥାନରେ ଅଛି ରେଡ୍ କ୍ୟାପ୍ଡ୍ ମାନାକିନ୍ । ମଧ୍ୟ ଆମେରିକାରେ ଦେଖାଯାଉଥିବା ଏହି ପକ୍ଷୀର ମୁଣ୍ଡର ଲାଲ ରଙ୍ଗର ଚିହ୍ନ ଟୋପି ଭଳି ହୋଇଥାଏ । ତେଣୁ ଏହାକୁ ରେଡ୍ କ୍ୟାପଡ୍ ମାନାକିନ୍ ବୋଲି କୁହାଯାଏ । ପୁରୁଷ ମାନାକିନ୍ ତା’ର ମୁନୱାକ୍ ଡ୍ୟାନ୍ସ ପାଇଁ ପ୍ରସିଦ୍ଧ । ମୁନ୍ ୱାକ୍ ଡ୍ୟାନ୍ସ କହିଲେ ଆପଣଙ୍କ ମନକୁ ଆସୁଥିବେ ପପଷ୍ଟାର ମାଇକେଲ ଜ୍ୟାକସନ । ମାଇକେଲ ଜ୍ୟାକସନଙ୍କ ମୁନ୍ ୱାକ୍ ଭଳି ଏହି ପକ୍ଷୀ ମଧ୍ଯ ମୁନ୍ ୱାକ୍ କରିପାରେ । ୟୁଟ୍ୟୁବରେ ଆପଣ ଏହି ପକ୍ଷୀକୁ ଓ ଏହାର ଡ୍ୟାନ୍ସକୁ ଦେଖି ପାରିବେ ।

ଫ୍ଲାମିଙ୍ଗୋ : ଫ୍ଲାମିଙ୍ଗୋ ପକ୍ଷୀ ମଧ୍ଯ ପରସ୍ପରକୁ ଆକର୍ଷିତ କରିବାକୁ ନୃତ୍ୟର ସାହାରା ନେଇଥାନ୍ତି । ସେମାନେ ଏକାଠି ସମୁହ ଭାବରେ ନାଚିଥାନ୍ତି । ସେମାନଙ୍କ ମାର୍ଚ୍ଚିଂ ବେସ ଦମଦାର ହୋଇଥାଏ ।

ବ୍ଲାକ ଫୁଟେଡ଼ ଆଲବାଟ୍ରୋସ୍ : କଳାପାଦ ବିଶିଷ୍ଟ ଆଲବାଟ୍ରୋସ ମଧ୍ଯ ନିଜ ସାଥୀକୁ ଆକୃଷ୍ଠ କରିବାକୁ ନାଚିଥାନ୍ତି । ତେବେ ଫରଖ ହେଲା ବେଳେବେଳେ ସେମାନେ ଯୋଡ଼ି ହୋଇନାଚନ୍ତି ପୁଣି କେତେବେଳେ ଗୋଷ୍ଠୀରେ ନାଚନ୍ତି ।

ସାରସ : ସାରସ ପକ୍ଷୀ ମଧ୍ଯ ନିଜ ଜୀବନ ସଂଙ୍ଗିନୀ ପାଇବା ପାଇଁ ନୃତ୍ୟର ସାହରା ନେଇଥାଏ । ତେବେ ସାରସ ଟିକିଏ ମନୁଆ ବୋଲି କୁହାଯାଏ । ଆଉ ଏହାର କୌଣସି ନିର୍ଦ୍ଦିଷ୍ଟ ନୃତ୍ୟଶୈଳୀ ନଥାଏ । ଏହା ତାକୁ ଯେମିତି ମନେ ହୁଏ ସେମିତି ନାଚେ । ମୁଳ ଲକ୍ଷ୍ଯ ହେଉଛି ଜୀବନ ସାଥୀଙ୍କୁ ନିଜ ଆଡକୁ ଆକୃଷ୍ଠ କରିବା ।

ବ୍ଲୁ ଫୁଟେଡ୍ ବୁବି : ନୀଳ ପାଦ ବିଶିଷ୍ଟ ବୁବି ପକ୍ଷୀ ସାଥିକୁ ଆକର୍ଷିତ କରିବାକୁ ନାଚିଥାନ୍ତି । ନାଚ ମାଧ୍ଯମରେ ଉଭୟ ପୁରୁଷ ଓ ମାଇ ବୁବି ନିଜ ପାଦକୁ ଅଧିକ ଦେଖାଇଥାନ୍ତି । ପାଦକୁ ଦେଖାଇ ସେମାନେ ପରସ୍ପରକୁ ନୃତ୍ୟ ଦ୍ୱାରା ଆକୃଷ୍ଠ କରିବାକୁ ଚାହାନ୍ତି ।