DaMan Film: ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର 'ଦମନ' ମନୋନୀତ ପରେ କ'ଣ ମିଳିବ ଉପହାର, ଜାଣନ୍ତୁ ଡିଟେଲ୍ସ
Advertisement
Article Detail0/zeeodisha/odisha2387459

DaMan Film: ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର 'ଦମନ' ମନୋନୀତ ପରେ କ'ଣ ମିଳିବ ଉପହାର, ଜାଣନ୍ତୁ ଡିଟେଲ୍ସ

DaMan Film: ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କୁ ଦୁଇଟି ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି। ସେହି ଅନୁଯାୟୀ ସେମାନଙ୍କୁ ପୁରସ୍କାର ରାଶି ଓ ଟାଇଟଲ ପ୍ରଦାନ କରାଯାଇଥାଏ। ଏହି ଦୁଇଟି ବର୍ଗ ହେଉଛି-ସ୍ୱର୍ଣ୍ଣ କମଲ ଏବଂ ଦ୍ୱିତୀୟଟି ହେଲା ରଜତ କମଲ୍ । ସ୍ୱର୍ଣ୍ଣ କମଲ ବିଜେତାଙ୍କୁ ଅଧିକ ପୁରସ୍କାର ରାଶି ମିଳିଥିବା ବେଳେ ରଜତ କମଲ୍ ବିଜେତାଙ୍କୁ କମ୍ ପୁରସ୍କାର ରାଶି ମିଳିଥାଏ। 

DaMan Film: ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର 'ଦମନ' ମନୋନୀତ ପରେ କ'ଣ ମିଳିବ ଉପହାର, ଜାଣନ୍ତୁ ଡିଟେଲ୍ସ

DaMan Film: ଓଲିଉଡ ଅଭିନେତା ବାବୁଶାନ ଷ୍ଟାରର ଫିଲ୍ମ 'ଦମନ'(Odia Film Daman) ଶୁକ୍ରବାର ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପାଇଁ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛି। ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଦୁର୍ଗମ ଆଞ୍ଚଳରେ ମ୍ୟାଲେରିଆ ନିରାକରଣର ସଂକ୍ଷିପ୍ତ ନାମ ହେଉଛି ଦମନ ଚଳଚ୍ଚିତ୍ରର ନାମ । ଏହି କଥାଚିତ୍ରଟିର ରଚନା ଓ ନିର୍ଦ୍ଦେଶନା ଦେଇଥିଲେ ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା ଏବଂ ପ୍ରଯୋଜନା କରିଥିଲେ ଦୀପେନ୍ଦ୍ର ସାମଲ । ତେବେ ଓଡ଼ିଆ ଚଳଚ୍ଚିତ୍ର ଦମନ ଜାତୀୟ ପୁରସ୍କାର ପ୍ରାପ୍ତ ଘୋଷଣା ପରେ ଏବେ ଓଲିଉଡ ଦୁନିଆରେ ଖୁସିର ଲହରୀ ଖେଳିଯାଇଛି।

କେତୋଟି କାଟାଗୋରୀରେ ଦିଆଯାଏ ଜାତୀୟ ପୁରସ୍କାର ?
ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କୁ ଦୁଇଟି ବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି। ସେହି ଅନୁଯାୟୀ ସେମାନଙ୍କୁ ପୁରସ୍କାର ରାଶି ଓ ଟାଇଟଲ ପ୍ରଦାନ କରାଯାଇଥାଏ। ଏହି ଦୁଇଟି ବର୍ଗ ହେଉଛି-ସ୍ୱର୍ଣ୍ଣ କମଲ ଏବଂ ଦ୍ୱିତୀୟଟି ହେଲା ରଜତ କମଲ୍ । ସ୍ୱର୍ଣ୍ଣ କମଲ ବିଜେତାଙ୍କୁ ଅଧିକ ପୁରସ୍କାର ରାଶି ମିଳିଥିବା ବେଳେ ରଜତ କମଲ୍ ବିଜେତାଙ୍କୁ କମ୍ ପୁରସ୍କାର ରାଶି ମିଳିଥାଏ। ଜାଣନ୍ତୁ କାହାକୁ ମିଳିବ କେତେ ନଗଦ ପୁରସ୍କାର ରାଶି ।

ସ୍ୱର୍ଣ୍ଣ କମଲ ବିଜେତାଙ୍କୁ ମିଳିବ ପୁରସ୍କାର ରାଶି
ଶ୍ରେଷ୍ଠ ଫିଚର ଫିଲ୍ମ: ୨.୫ ଲକ୍ଷ ଟଙ୍କା
ଇନ୍ଦିରା ଗାନ୍ଧୀ ପୁରସ୍କାର - ୧,୨୫,୦୦୦ ଟଙ୍କା
ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର - ଦେଢ଼ ଲକ୍ଷ ଟଙ୍କା
ଦାଦା ସାହେବ ଫାଲକେ ପୁରସ୍କାର - ୧୦ ଲକ୍ଷ ଟଙ୍କା

ରଜତ କମଲ୍ ବିଜେତାଙ୍କୁ ମିଳିବ କେତେ ପୁରସ୍କାର ରାଶି
ନର୍ଗିସ ଦତ୍ତ ପୁରସ୍କାର - ଦେଢ଼ ଲକ୍ଷ ଟଙ୍କା
ସାମାଜିକ ସମସ୍ୟା ଉପରେ ଶ୍ରେଷ୍ଠ ଚଳଚ୍ଚିତ୍ର: ଦେଢ଼ ଲକ୍ଷ ଟଙ୍କା
ଶ୍ରେଷ୍ଠ ଆସାମୀ ଚଳଚ୍ଚିତ୍ର: ଦେଢ଼ ଲକ୍ଷ ଟଙ୍କା
ଶ୍ରେଷ୍ଠ ଚଳଚ୍ଚିତ୍ର: ୧ ଲକ୍ଷ ଟଙ୍କା
ଶ୍ରେଷ୍ଠ ଅଭିନେତା- ୫୦ ହଜାର ଟଙ୍କା
ଶ୍ରେଷ୍ଠ ଅଭିନେତ୍ରୀ- ୫୦ ହଜାର ଟଙ୍କା
ନନ୍ ଫିଚର ଫିଲ୍ମ - ୫୦ ହଜାରରୁ ୭୫ ହଜାର ଟଙ୍କା 

କିଏ ଦିଅନ୍ତି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ?
ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାମାନଙ୍କୁ ଦେଶର ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ କରାଯାଏ । ଏଥର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିବେ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏହାର ଆୟୋଜନ କରାଯିବ।

ଆଞ୍ଚଳିକ ଫିଲ୍ମ ବିଜେତାଙ୍କ ତାଲିକା

ଶ୍ରେଷ୍ଠ ତିୱା ଫିଲ୍ମ: ସିକାଇସାଲ
ଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର: କାର୍ତ୍ତିକେୟା ୨
ଶ୍ରେଷ୍ଠ ତାମିଲ ଚଳଚ୍ଚିତ୍ର: ପୋନିୟିନ୍ ସେଲଭାନ ପାର୍ଟ ୱାନ୍
ଶ୍ରେଷ୍ଠ ପଞ୍ଜାବୀ ଚଳଚ୍ଚିତ୍ର: ବାଘୀ ଦି ଧୀ
ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର: ଦମନ
ଶ୍ରେଷ୍ଠ ମାଲାୟଲମ ଚଳଚ୍ଚିତ୍ର: ସାଉଦି ଭେଲାକ୍କା ସିସି ୨୨୫/୨୦୦୯
ଶ୍ରେଷ୍ଠ ମରାଠୀ ଚଳଚ୍ଚିତ୍ର: ଭାଲଭି
ଶ୍ରେଷ୍ଠ କନ୍ନଡ ଚଳଚ୍ଚିତ୍ର: କେଜିଏଫ ଚାପ୍ଟର 2
ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର: ଗୁଲମୋହର
ଶ୍ରେଷ୍ଠ ବଙ୍ଗଳା ଚଳଚ୍ଚିତ୍ର: କାବେରୀ ଅନ୍ତର୍ଦ୍ଧାନ
ଶ୍ରେଷ୍ଠ ଆସାମୀ ଚଳଚ୍ଚିତ୍ର: ଇମୁତି ପୁଥି

Also Read: 70th National Film Awards: ବାବୁଶାନଙ୍କ ଅଭିନୀତ ଫିଲ୍ମ 'ଦମନ' ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର