70th National Film Awards: ବାବୁଶାନଙ୍କ ଅଭିନୀତ ଫିଲ୍ମ 'ଦମନ' ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର
Advertisement
Article Detail0/zeeodisha/odisha2387245

70th National Film Awards: ବାବୁଶାନଙ୍କ ଅଭିନୀତ ଫିଲ୍ମ 'ଦମନ' ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର

70th National Film Awards: ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ କରିବାରେ ସରକାର ଓ ଜନସାଧାରଣଙ୍କ ପ୍ରୟାସ ଓ ଅବଦାନ ଉପରେ ଏହି ସିନେମା ଏକ ସକାରାତ୍ମକ ବାର୍ତ୍ତା ବହନ କରୁଛି । କେବଳ ଯେ, ଓଡ଼ିଆ ଭାଷା ତାହା ନୁହେଁ ଏହି ଫିଲ୍ମର ଚାହିଦା ପାଇଁ ଏହାକୁ ହିନ୍ଦୀ ଭାଷାରେ ବି ରିଲିଜ କରାଯାଇଥିଲା। 

 

70th National Film Awards: ବାବୁଶାନଙ୍କ ଅଭିନୀତ ଫିଲ୍ମ 'ଦମନ' ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର

70th National Film Awards:  ଓଲିଉଡ ଅଭିନେତା ବାବୁଶାନ ଷ୍ଟାରର ଫିଲ୍ମ 'ଦମନ'(Odia Film Daman) ଶୁକ୍ରବାର ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପାଇଁ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛି। ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଦୁର୍ଗମ ଆଞ୍ଚଳରେ ମ୍ୟାଲେରିଆ ନିରାକରଣର ସଂକ୍ଷିପ୍ତ ନାମ ହେଉଛି ଦମନ ଚଳଚ୍ଚିତ୍ରର ନାମ । ଏହି କଥାଚିତ୍ରଟିର ରଚନା ଓ ନିର୍ଦ୍ଦେଶନା ଦେଇଥିଲେ ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା ଏବଂ ପ୍ରଯୋଜନା କରିଥିଲେ ଦୀପେନ୍ଦ୍ର ସାମଲ ।

ଗୋଟିଏ ପଟେ ଅନ୍ଧବିଶ୍ୱାସ ବିରୋଧରେ ଡାକ୍ତରଙ୍କ ଯାତ୍ରା ଏବଂ ଅନ୍ୟପଟେ ନୂଆ ପରିବେଶରେ ତାଙ୍କ ସଂଘର୍ଷକୁ ଏହି ଚଳଚ୍ଚିତ୍ରରେ ବର୍ଣ୍ଣନା କରାଯାଇଛି। ମ୍ୟାଲେରିଆ ନିରାକରଣ ଏବଂ ଏହି ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଜଣେ ଡାକ୍ତର ଦାୟିତ୍ୱ ନିଅନ୍ତି । ମ୍ୟାଲେରିଆ ପ୍ରଭାବିତ ମାଲକାନଗିରି ଜିଲ୍ଲାରେ (Malkangiri) ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସେବା ଯୋଜନାର ସଫଳତାକୁ ଏହି ଚଳଚ୍ଚିତ୍ରରେ ବର୍ଣ୍ଣନା କରାଯାଇଛି । ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ କରିବାରେ ସରକାର ଓ ଜନସାଧାରଣଙ୍କ ପ୍ରୟାସ ଓ ଅବଦାନ ଉପରେ ଏହି ସିନେମା ଏକ ସକାରାତ୍ମକ ବାର୍ତ୍ତା ବହନ କରୁଛି । କେବଳ ଯେ, ଓଡ଼ିଆ ଭାଷା ତାହା ନୁହେଁ ଏହି ଫିଲ୍ମର ଚାହିଦା ପାଇଁ ଏହାକୁ ହିନ୍ଦୀ ଭାଷାରେ ବି ରିଲିଜ କରାଯାଇଥିଲା। 

 

ସେହିପରି କନ୍ନଡ ସୁପରଷ୍ଟାର ଋଷଭ ସେଟ୍ଟୀ ୭୦ ତମ ଜାତୀୟ ଚଳଚ୍ଚିତ୍ର (National Award) ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି। ୨୦୨୨ ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର 'କାନ୍ତାରା' ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି ଋଷଭ। ଏହା ବ୍ୟତୀତ ହମ୍ବଲ୍ ଫିଲ୍ମସ୍ ପ୍ରଡକ୍ସନର କାନ୍ତାରା ମଧ୍ୟ 'ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ପ୍ରଦାନକାରୀ ଶ୍ରେଷ୍ଠ ମନୋରଞ୍ଜନ' ପାଇଁ ପୁରସ୍କାର ପ୍ରାପ୍ତ କରିଛି। କେଜିଏଫ ଫ୍ରାଞ୍ଚାଇଜ ପରେ ସବୁଠାରୁ ଅଧିକ ରୋଜଗାର କରିଥିବା କନ୍ନଡ ଚଳଚ୍ଚିତ୍ର ଭାବେ କାନ୍ତାରା ବେଶ୍ ପ୍ରଶଂସିତ ହୋଇଥିଲା।

ସେହିପରି ମହିଳା ପ୍ରତିଭାର ଉଲ୍ଲେଖନୀୟ ସମ୍ମାନ ରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ତିରୁଚିତ୍ରାମ୍ବାଲମରେ ଅଭିନୟ ପାଇଁ ନିତ୍ୟା ମେନନ ଏବଂ କଚ୍ଛ ଏକ୍ସପ୍ରେସରେ ଅଭିନୟ ପାଇଁ ମାନସୀ ପାରେଖଙ୍କୁ ମିଳିତ ଭାବେ ସମ୍ମାନିତ କରାଯିବ । ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସୁରଜ ବଡ଼ଜାତ୍ୟାଙ୍କୁ ସମ୍ମାନିତ କରାଯିବ।  ଅମିତାଭ ବଚ୍ଚନଙ୍କ ସମେତ ଚମତ୍କାର କଳାକାରଙ୍କୁ ନେଇ ଉଞ୍ଚାଇ ଚଳଚ୍ଚିତ୍ରରେ ଅଭିନୟ ପାଇଁ ନୀନା ଗୁପ୍ତା ଶ୍ରେଷ୍ଠ ସହ ଅଭିନେତ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ମାଲାୟାଲମ୍ ଚଳଚ୍ଚିତ୍ର 'ଆଟାମ୍' ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ଜାତୀୟ ପୁରସ୍କାର ହାସଲ କରିଛି। ଆନନ୍ଦ ଏକେର୍ଶୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ସିନେମାରେ ଏକ ଥିଏଟର ଟ୍ରୁପର ଜଣେ ମହିଳା ସଦସ୍ୟଙ୍କ ଦୁଃଖଦ କାହାଣୀକୁ ଦର୍ଶାଯାଇଛି। 

Also Read: Amitabh Bachchan: ଅଲଗା ହେବେ ନା ହେବେନି ଅଭିଷେକ-ଐଶର୍ଯ୍ୟା, ଟେଲିଭିଜନରେ ମୁହଁ ଖୋଲିଲେ ବିଗ୍ ବି

Also Read: Budhaditya Yoga: ଆଜିଠୁ ସିଂହରାଶିରେ ସୂର୍ଯ୍ୟଙ୍କ ଚଳନ, ଏହି ୩ଟି ରାଶି ହେବେ ବଡ଼ ଭାଗ୍ୟବାନ !