PM Modi ଙ୍କ ପରିବାରକୁ ଆସିଲା ଏକ ନୂଆ ଅତିଥି, ନିଜେ ସେୟାର କଲେ ଏହି ଖୁସି
Advertisement
Article Detail0/zeeodisha/odisha2429756

PM Modi ଙ୍କ ପରିବାରକୁ ଆସିଲା ଏକ ନୂଆ ଅତିଥି, ନିଜେ ସେୟାର କଲେ ଏହି ଖୁସି

PM Narendra Modi Residence: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଏକ ନୂଆ ଅତିଥି ଆସିଛି। ପ୍ରଧାନମନ୍ତ୍ରୀ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଦେଶବାସୀଙ୍କୁ ଏହି ସୂଚନା ଦେଇଛନ୍ତି।

 

Deepjyoti

PM Modi News: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଏକ ନୂତନ ଅତିଥି ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଦେଶବାସୀଙ୍କୁ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ବାସଭବନରେ ଉପସ୍ଥିତ ଥିବା ଗୋ ମାତା ଏକ ବାଛୁରୀ ଜନ୍ମ ଦେଇଛି।

ପ୍ରଧାନମନ୍ତ୍ରୀ ନୂତନ ଅତିଥିଙ୍କ ଫଟୋ ସେୟାର କରି ଲେଖିଛନ୍ତି, “ଏହା ଆମ ଶାସ୍ତ୍ରରେ କୁହାଯାଇଛି - ଗାଇ: ସର୍ବସୁଖ ପ୍ରଦାନକାରୀ:’। ଲୋକ କଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀଙ୍କ ପରିବାରରେ ଏକ ନୂତନ ସଦସ୍ୟର ଶୁଭ ଆଗମନ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରିୟ ଗୋ ମାତା ଏକ ବାଛୁରୀ ଜନ୍ମ ଦେଇଛି, ଯାହାର କପାଳରେ ଜ୍ୟୋତିର ଚିହ୍ନ ରହିଛି। ତେଣୁ ମୁଁ ଏହାର ନାମ ଦିପଜ୍ୟୋତି ରଖିଛି।"

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେୟାପ କରିଥିବା ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି। ଗାଈର ବାଛୁରୀ ପ୍ରତି ତାଙ୍କର ସ୍ନେହ ଏବଂ ଆନ୍ତରିକତା ଲୋକଙ୍କ ହୃଦୟକୁ ସ୍ପର୍ଶ କରୁଛି। ପ୍ରାୟ ସାତ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓକୁ ଦେଖିସାରିଲେଣି।

ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ବାଛୁରିକୁ ଯତ୍ନ ନେଉଥିବାର ନଜର ଆସିଛନ୍ତି। ସେ ତା ଉପରେ ତିଲକ ଲଗାନ୍ତି ଏବଂ ତାଙ୍କୁ ଫୁଲମାଳ ପିନ୍ଧନ୍ତି। ଏହା ପରେ ତାଙ୍କୁ କୋଳରେ ନେଇ ବଗିଚାରେ ବୁଲୁଥିବାର ନଜର ଆସିଛନ୍ତି।