Road Accident: ଝାଡ଼ଖଣ୍ଡରେ ଛାତିଥରା ଦୁର୍ଘଟଣା, ୧୨ ଜଣଙ୍କ ଜୀବନ ହାନୀ
Advertisement
Article Detail0/zeeodisha/odisha2523819

Road Accident: ଝାଡ଼ଖଣ୍ଡରେ ଛାତିଥରା ଦୁର୍ଘଟଣା, ୧୨ ଜଣଙ୍କ ଜୀବନ ହାନୀ

ରାଞ୍ଚି: ଗୁରୁବାର ଭୋର ପ୍ରାୟ ୬ଟା ସମୟରେ ଝାଡଖଣ୍ଡର ହଜାରିବାଗ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୃତବେଗରେ ଆସୁଥିବା ଏକ ସ୍ଲିପର ବସ୍ ନିୟନ୍ତ୍ରଣ ହରାଇବାରୁ ହଠାତ୍ ଓଲଟି ପଡିଥିଲା ​। ବସ ଓଲଟି ପଡ଼ିବା ପରେ ଯାତ୍ରୀମାନେ ମଧ୍ୟରେ ହୋ ହଲ୍ଲା କରିଥିଲେ। ଏହି ଦୁର୍ଘଟଣାରେ ପ୍ରାୟ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୨

Road Accident: ଝାଡ଼ଖଣ୍ଡରେ ଛାତିଥରା ଦୁର୍ଘଟଣା, ୧୨ ଜଣଙ୍କ ଜୀବନ ହାନୀ

Road Accident: ରାଞ୍ଚି: ଗୁରୁବାର ଭୋର ପ୍ରାୟ ୬ଟା ସମୟରେ ଝାଡଖଣ୍ଡର ହଜାରିବାଗ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୃତବେଗରେ ଆସୁଥିବା ଏକ ସ୍ଲିପର ବସ୍ ନିୟନ୍ତ୍ରଣ ହରାଇବାରୁ ହଠାତ୍ ଓଲଟି ପଡିଥିଲା ​। ବସ ଓଲଟି ପଡ଼ିବା ପରେ ଯାତ୍ରୀମାନେ ମଧ୍ୟରେ ହୋ ହଲ୍ଲା କରିଥିଲେ। ଏହି ଦୁର୍ଘଟଣାରେ ପ୍ରାୟ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୨୦ରୁ ଅଧିକ ଯାତ୍ରୀ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତେବେ ଅନ୍ୟ କିଛି ଆହତ ବ୍ୟକ୍ତିବଙ୍କୁ ରିମ୍ସକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ରହିଛି। 

ମିଳିଥିବା ସୂଚନା ଅନୁଯାୟୀ ବସଟି କୋଲକାତାରୁ ପାଟନା ଅଭିମୁଖେ ଯାତ୍ରା କରୁଥିଲା। ତେବେ ଝାଡ଼ଖଣ୍ଡର ହଜାରିବାଗ ଜିଲ୍ଲା ଅନ୍ତର୍ଗତ ବରକଟ୍ଠା ଅଞ୍ଚଳରେ ଦୁର୍ଘଟଣାର ଶିକାରହୋଇଥିବା ନେଇ ସୂଚନା ରହିଛି। ତେବେ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଓ ସ୍ଥାନୀୟ ବାସିନ୍ଦାଙ୍କ ଜରିଆରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ମୃତାହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ପଠାଯାଇଥିଲା। ମୃତଦେହକୁ ଉଦ୍ଧାର କରି ପୋଲିସ ବ୍ୟବଛେଦ ପାଇଁ ପଠାଇଛି। ତେବେ ପ୍ରାଥମିକ ସୂଚନା ଅନୁଯାୟୀ ଲୋ ଭିଜିବିଲିଟି ଓ ଘନ କୁହୁଡ଼ି ପାଇଁ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି। ଘନ କୁହୁଡ଼ି କାରଣରୁ ଡ୍ରାଇଭରଙ୍କୁ ରାସ୍ତା ସ୍ପଷ୍ଟ ଦେଖାଯାଇନଥିଲା। ଫଳରେ ବସ ଉପରୁ ନିୟନ୍ତ୍ରଣ ହରାଇଥିଲେ ଚାଳକ। ଫଳରେ ବସଟି ରାସ୍ତା ଉପରେ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ସେପଟେ ମୃତକଙ୍କ ମଧ୍ୟରେଇ ଅଧିକାଂଶ ମହିଳା ରହିଛନ୍ତି। 

ସେପଟେ ଦୁର୍ଘଟଣା ସମ୍ପର୍କରେ ଖବର ପାଇଁ ପୂର୍ବତନ ସ୍ଥାନୀୟ ଅଞ୍ଚଳର ପୂର୍ବତନ ବିଧାୟକ ଜାନକୀ ଯାଦବ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରିଛନ୍ତି। ବିଧାୟକ ତାଙ୍କ ଦଳ ସହିତ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ଏପରିକି ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇଥିଲେ। ସେ କହିଛନ୍ତି ଯେ ଗତ ୬ ବର୍ଷ ଧରି ବରକଟ୍ଠରେ ୬ ଲେନ ରାଜପଥ ନିର୍ମାଣ କାର୍ଯ୍ୟ ଚାଲିଛି, କିନ୍ତୁ ଏପର୍ଯ୍ୟନ୍ତ ୨ କିଲୋମିଟର ଲମ୍ବା ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ।

ନିର୍ମାଣ କାର୍ଯ୍ୟ କ୍ଷୁଦ୍ର କଣ୍ଟ୍ରାକ୍ଟର ରାଜ କେସାରୀଙ୍କ କମ୍ପାନୀକୁ ଦିଆଯାଇଛି, କିନ୍ତୁ ଏହି ରାସ୍ତାକୁ କମ୍ପାନୀ ଭାଙ୍ଗି ପକାଇ ଦେଇଛି। ଏହା ମଧ୍ୟ ଦୁର୍ଘଟଣାର ଅନ୍ୟତମ କାରଣ | ବସ୍ ଭାରସାମ୍ୟ ହରାଇ ଏକ ଭଙ୍ଗା ରାସ୍ତାରେ ଅଟକି ଯାଇ ଓଲଟି ପଡିଥିଲା। ସଡକ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସରକାରଙ୍କୁ ଅନେକ ଥର କୁହାଯାଇଥିଲା, କିନ୍ତୁ ଅବହେଳା କରାଯାଉଛି ଏବଂ ଦୁର୍ଘଟଣା ଘଟୁଛି।