Advertisement
Article Detail0/zeeodisha/odisha2102040
Zee OdishaOdisha TrendingAb De Villiers: ବିରାଟ କୋହଲି ବାପା ହେବା କଥା ମିଛ ! ଭୁଲ ମାଗିଲେ ଏବି ଡିଭିଲିୟର୍ସ

Ab De Villiers: ବିରାଟ କୋହଲି ବାପା ହେବା କଥା ମିଛ ! ଭୁଲ ମାଗିଲେ ଏବି ଡିଭିଲିୟର୍ସ

Ab De Villiers: ଏକ ଖବର ସଂସ୍ଥାକୁ' ଦେଇଥିବା ସାକ୍ଷାତକାରରେ ଏବି ଡିଭିଲିୟର୍ସ ବିରାଟ କୋହଲିଙ୍କ ପ୍ରାଇଭେସି ବିଷୟରେ କହିଛନ୍ତି, "କ୍ରିକେଟ୍ ପୂର୍ବରୁ ପରିବାର ଆସେ। ମୁଁ ମୋର ୟୁଟ୍ୟୁବ୍ ଚ୍ୟାନେଲରେ ଏକ ବଡ ଭୁଲ କରିଥିଲି। ସେହି ସୂଚନା ଭୁଲ ଥିଲା।" ବୋଲି କହିଛନ୍ତି ଏବି ଡିଭିଲିୟର୍ସ । 

 

Ab De Villiers: ବିରାଟ କୋହଲି ବାପା ହେବା କଥା ମିଛ ! ଭୁଲ ମାଗିଲେ ଏବି ଡିଭିଲିୟର୍ସ

Ab De Villiers: ଆଜିକାଲି ବହୁତ ଚର୍ଚ୍ଚାରେ ରହିଛନ୍ତି ଭାରତୀୟ କ୍ରିକେଟର ବିରାଟ କୋହଲି । ନିଜ ବ୍ୟକ୍ତିଗତ ଓ ନିଜ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥିବା ବିରାଟ କୋହଲିଙ୍କ ପ୍ରାଇଭେସି ନେଇ କିଛି ଦିନ ତଳେ ମୁହଁ ଖୋଲିଥିଲେ ଦକ୍ଷିଣ ଆଫ୍ରିକା ଷ୍ଟାର କ୍ରିକେଟର ଏବି ଡିଭିଲିୟର୍ସ। ହେଲେ ଏବେ ପୁଣି ଥରେ ନିଜ ବୟାନରୁ ପଛକୁ ଫେରିଛନ୍ତି ଏବି ଡିଭିଲିୟର୍ସ । ସେ କହିଛନ୍ତି ଯେ, ଏହି  କଥାକୁ ନେଇ ମୋ ଦ୍ୱାରା ବହୁତ ବଡ଼ ଭୁଲ ହୋଇଛି। ବିରାଟ କୋହଲି ବାପା ହେବା କଥା ମିଛ ବୋଲି ଏବେ ନିଜେ ପୁଣିଥରେ କହିଛନ୍ତି ଏବି ଡିଭିଲିୟର୍ସ । 

ପ୍ରାୟ ୫ ଦିନ ପୂର୍ବେ ଏବି ଡିଭିଲିୟର୍ସ ତାଙ୍କ ୟୁଟ୍ୟୁବ ଚ୍ୟାନେଲ ଜରିଆରେ ପ୍ରକାଶ କରିଥିଲେ ଯେ ବିରାଟ କୋହଲି(Cricketer Virat Kohli) ଦ୍ୱିତୀୟ ଥର ବାପା ହେବାକୁ ଯାଉଛନ୍ତି, ଯେଉଁଥିପାଇଁ ସେ କ୍ରିକେଟରୁ ବିରତି ନେଇଛନ୍ତି। ଆଜିକାଲି ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରୁ କୋହଲି ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି। ତେବେ କୋହଲି କାହିଁକି ବିରତି ନେଇଛନ୍ତି ତାହା କୋହଲି କିମ୍ବା ବିସିସିଆଇ ପ୍ରକାଶ କରି ନାହାଁନ୍ତି।

ପ୍ରଶଂସକମାନେ କୋହଲିଙ୍କ ବାପା ହେବା ବିଷୟରେ ନିଜର ଅନୁମାନ କରୁଥିବାବେଳେ ଡିଭିଲିୟର୍ସ କୋହଲିଙ୍କ (Ab De Villiers) ବାପା ହେବାର ଅନୁମାନକୁ ସଫା ସଫା ସାବ୍ୟସ୍ତ କରିଥିଲେ। କିନ୍ତୁ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତାଙ୍କ ଭୁଲକୁ ଅନୁଭବ କରିଛନ୍ତି ବୋଲି କହିଛନ୍ତି । ଏକ ଖବର ସଂସ୍ଥାକୁ' ଦେଇଥିବା ସାକ୍ଷାତକାରରେ ଏବି ଡିଭିଲିୟର୍ସ ବିରାଟ କୋହଲିଙ୍କ ପ୍ରାଇଭେସି ବିଷୟରେ କହିଛନ୍ତି, "କ୍ରିକେଟ୍ ପୂର୍ବରୁ ପରିବାର ଆସେ। ମୁଁ ମୋର ୟୁଟ୍ୟୁବ୍ ଚ୍ୟାନେଲରେ ଏକ ବଡ ଭୁଲ କରିଥିଲି। ସେହି ସୂଚନା ଭୁଲ ଥିଲା।" ବୋଲି କହିଛନ୍ତି ଏବି ଡିଭିଲିୟର୍ସ । 

Add Zee News as a Preferred Source

ଇଂଲଣ୍ଡ ବିପକ୍ଷ ସିରିଜ୍ ରେ ଖେଳିନପାରନ୍ତି ବିରାଟ
ଇଂଲଣ୍ଡ ବିପକ୍ଷ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍ ଖେଳିବେ ନାହିଁ ବିରାଟ କୋହଲି। ସୋମବାର ବିସିସିଆଇ(BCCI) ପକ୍ଷରୁ ଏହି ସୂଚନା ଦିଆଯାଇଥିଲା। ବ୍ୟକ୍ତିଗତ କାରଣରୁ ବିରାଟ ପ୍ରଥମ ଦୁଇଟି ମ୍ୟାଚ୍‌ରୁ ଓହରି ଯାଇଛନ୍ତି ବୋଲି କହିଛି ବିସିସିଆଇ। ବିରାଟ କୋହଲିଙ୍କ ବଦଳରେ କାହାକୁ ଟିମ୍‌ରେ ନିଆଯିବ, ସେ ନେଇ ଚୟନ କମିଟି ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବ ବୋଲି କୁହାଯାଇଛି। ଏହା ପୂର୍ବରୁ ଆଫଗାନିସ୍ତାନ ବିପକ୍ଷ ୩ଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ମଧ୍ୟ ଖେଳି ନଥିଲେ ବିରାଟ। ବ୍ୟକ୍ତିଗତ କାରଣ(Virat Kohli Personal Issue) ଦର୍ଶାଇ ସେ ସେହି ମ୍ୟାଚ୍‌ ଖେଳି ନଥିଲେ। ତେବେ କେଉଁ ବ୍ୟକ୍ତିଗତ କାରଣ ଅବା ସମସ୍ୟା ଯୋଗୁ ବିରାଟ ବାରମ୍ବାର ମ୍ୟାଚ୍ ଖେଳୁ ନାହାନ୍ତି, ତାହା ଜଣାପଡ଼ିନାହିଁ। ହେଲେ ସୋସିଆଲ ମିଡିଆ ପୋଷ୍ଟ ଇନଷ୍ଟାରେ ଅଭିନେତ୍ରୀ ତଥା ବିରାଟଙ୍କ ପତ୍ନୀ ଅନୁଷ୍କାଙ୍କ ପ୍ରେଗାନ୍ୟୁଜ୍ ର ଆଡ୍ ଆସିବା ପରେ ବିରୁଷ୍କା ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବେ ବୋଲି ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ବିରାଟ କୋହଲି ବିରତି ନେଉଥିବା କୁହାଯାଉଛି। 

Also Read: କଂଗ୍ରେସର ଅଭିନବ ପ୍ରତିବାଦ, ନବଦମ୍ପତିଙ୍କୁ ରସୁଣ ମାଳ ଦେଲେ ଉପହାର

About the Author