Road Accident: ଟ୍ରକକୁ ପିଟିଲା କାର୍, ଦୁର୍ଘଟଣାରେ ଚାଲିଗଲା ୫ ଜୀବନ
Advertisement
Article Detail0/zeeodisha/odisha2143011

Road Accident: ଟ୍ରକକୁ ପିଟିଲା କାର୍, ଦୁର୍ଘଟଣାରେ ଚାଲିଗଲା ୫ ଜୀବନ

Road Accident: ଏ-ମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି। ଅକାଳରେ ଲିଭିଗଲା ୫ ଜୀବନ ଦୀପ।  ଟ୍ରକକୁ ଧକ୍କା ଦେଲା କାର। ଭୟଙ୍କର ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Road Accident: ଟ୍ରକକୁ ପିଟିଲା କାର୍, ଦୁର୍ଘଟଣାରେ ଚାଲିଗଲା ୫ ଜୀବନ

Road Accident: ଏ-ମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁ କିଛି। ଅକାଳରେ ଲିଭିଗଲା ୫ ଜୀବନ ଦୀପ।  ଟ୍ରକକୁ ଧକ୍କା ଦେଲା କାର। ଭୟଙ୍କର ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଆନ୍ଧ୍ରପ୍ରଦେଶର ନନ୍ଦିୟାଲ୍ ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା । ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ବେଳେ ତେଲେଙ୍ଗାନାର ବାସିନ୍ଦା ବୋଲି ଜଣାପଡ଼ିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ALSO READ: Petrol Diesel Price Today: ଆଜି ରାଜ୍ୟରେ କେତେ ଅଛି ପେଟ୍ରୋଲ-ଡିଜେଲ ମୂଲ୍ୟ? ଗୋଟିଏ କ୍ଳିକ୍‌ରେ ଜାଣନ୍ତୁ

ସୂଚନା ଅନୁସାରେ, ତେଲେଙ୍ଗାନାର ସିକେନ୍ଦେରାବାଦ୍ ଅଞ୍ଚଳର ବାସିନ୍ଦା ରବିନ୍ଦ୍ର ନିଜ ପରିବାର ସହିତ ଆନ୍ଧ୍ରପ୍ରଦେଶ ସ୍ଥିତ ଭେଙ୍କେଟେଶ୍ବର ମନ୍ଦିରକୁ (Venkateswara Temple, Tirumala) ଦର୍ଶନ ନିମନ୍ତ ମଙ୍ଗଳବାର ଦିନ ଯାଇଥିଲେ। ଦର୍ଶନ ସାରି ବିଳମ୍ବିତ ରାତିରେ ଏକ କାରରେ ନିଜ ଘରକୁ ଫେରୁଥିଲେ। କିନ୍ତୁ ଫେରିବା ବାଟରେ ସତେ ଯେମିତି ସେମାନଙ୍କୁ ଜଗି ବସିଥିଲା ଯମ। ସେମାନଙ୍କ କାରଟି ନନ୍ଦିଆଲ ଜିଲ୍ଲାରେ ପହଞ୍ଚିଥିବା ବେଳେ ହଠାତ୍ ଗାଡିଟି ଭାରସାମ୍ୟ ହରାଇ ଏକ ଟ୍ରକକୁ ପିଟିଦେଇଥିଲା। ଫଳରେ ଗାଡିରେ ଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ପୋଲିସ୍ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ଏବଂ ୫ଟି ମୃତଦେହକୁ ଉଦ୍ଧାର କରି ପୋଷ୍ଟ ମଟମ ପାଇଁ ପଠାଇଛି। ତେବେ, ଡ୍ରାଇଭରର ଆଖି ଲାଗି ଯାଇଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ମୃତକଙ୍କ ମଧ୍ୟରେ  ରବୀନ୍ଦରଙ୍କ ସହ ତାଙ୍କ ପତ୍ନୀ ଲକ୍ଷ୍ମୀ, ବଡ ପୁଅ କିରଣ, ସାନ ପୁଅ କୌଶିକ୍ ଏବଂ ମଝିଆ  ପୁଅ ଉଦାଇ କିରଣ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ଝିଅ ଗୁରୁତର ଆହତ ହୋଇଛନ୍ତି। 

ନିକଟରେ ଏଭଳି ଏକ ଦୁର୍ଘଟଣା ଘଟିଥିଲା  ତେଲେଙ୍ଗାନାରେ। ବିବାହ ପ୍ରସ୍ତାବ ନେଇ କର୍ଣ୍ଣାଟକରୁ ଆସିଥିଲେ ତେଲେଙ୍ଗାନା। ଘରକୁ ଫେରିବା ବାଟରେ ଘଟିଗଲା ଅଘଟଣ । ଆଉ ଅକାଳେ ଲିଭିଗଲା ୫ ଜୀବନ ଦୀପ। ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି ।   ତେଲେଙ୍ଗାନାର ୱାନାପାର୍ଥି ଜିଲ୍ଲା  (Wanaparthy)କୋଥାକୋଟା ଅଞ୍ଚଳ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି।  

ସୂଚନା ଅନୁସାରେ, ଏକ ବିବାହ ପ୍ରସ୍ତାବ ନେଇ କର୍ଣ୍ଣାଟକରୁ ତେଲେଙ୍ଗାନାର  ହାଇଦ୍ରାବାଦକୁ ଏକ କାରରେ ଗୋଟିଏ ପରିବାରର ୧୨ ସଦସ୍ୟ ଆସିଥିଲେ। ଆଉ ଏହି ଶୁଭକାର୍ଯ୍ୟ ସାରି ଆଜି କର୍ଣ୍ଣାଟକ ଫେରୁଥିଲେ ୧୨ ସଦସ୍ୟ । କିନ୍ତୁ କାରଟି ଯାତ୍ରା ସମୟରେ ୱାନାପାର୍ଥି ଜିଲ୍ଲାର କୋଥାକୋଟା ଅଞ୍ଚଳ ଜାତୀୟ ରାଜପଥରେ ଦୁର୍ଘଟଣାଗସ୍ତ ହୋଇଥିଲା। କିନ୍ତୁ  ଡ୍ରାଇଭରକୁ ଟିକେ ନିଦ ଲାଗି ଯାଇଥିବାରୁ ଗାଡି଼ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଏବଂ ୭ ଜଣ ଗୁରୁତର ଆହତ ହୋଇଥିଲେ। ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ଏବଂ ମୃତଦେହ ଗୁଡିକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ମୃତକଙ୍କ ମଧ୍ୟରେ ତିନିଜଣ ଶିଶୁ ରହିଥିବା ପୋଲିସ୍ କହିଛି। ପୋଲିସ୍ ସୂଚନା ଅନୁସାରେ ଆଜି ଭୋର ୩ଟା ସମୟରେ ଏହି ଦୁର୍ଘଟଣା ଘଟିଛି।