Dhanu Yatra: ନଅ ବର୍ଷ ପରେ ବରଗଡ଼ରେ ପୁଣି ହୃଷିକେଶଙ୍କ ଶାସନ
Advertisement
Article Detail0/zeeodisha/odisha1435648

Dhanu Yatra: ନଅ ବର୍ଷ ପରେ ବରଗଡ଼ରେ ପୁଣି ହୃଷିକେଶଙ୍କ ଶାସନ

Bargarh Dhanu Yatra: ଆସନ୍ତା ଡିସେମ୍ବର ୨୭ରୁ ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏଗାର ଦିନ ଧରି ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ହେବ । ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବରେ ମହାରାଜା କଂସ ଭାବେ ଚୟନ ହେଲେ  ପୂର୍ବତନ କଂସ ଅଭିନେତା ହୃଷିକେଶ ଭୋଇ ।  ଗୁରୁବାର ବିଳମ୍ବିତ ରାତିରେ ବରଗଡ ଅତିରିକ୍ତ ଜିଲ୍ଲାପାଳ ମିରଧା ଟପ୍ପୋ, କଳାକାର ଚୟନ ପ୍ରକ୍ରିୟାର ଫଳାଫଳ ଘୋଷଣା କରିଛନ୍ତି ।

 Dhanu Yatra: ନଅ ବର୍ଷ ପରେ ବରଗଡ଼ରେ ପୁଣି ହୃଷିକେଶଙ୍କ ଶାସନ

Bargarh Dhanu Yatra, ବରଗଡ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବରେ ମହାରାଜା କଂସ ଭାବେ ଚୟନ ହେଲେ  ପୂର୍ବତନ କଂସ ଅଭିନେତା ହୃଷିକେଶ ଭୋଇ । ୪୪ ଜଣ କଳାକାରଙ୍କୁ ପଛରେ ପକାଇ ଗୁରୁବାର ଅଡିସନ ପ୍ରକ୍ରିୟାରେ ରାଜମୁକୁଟ ପିନ୍ଧିଛନ୍ତି କଂସ ଅଭିନେତା ହୃଷିକେଶ ଭୋଇ । ଦୀର୍ଘ ନଅ ବର୍ଷ ପରେ ପୁଣିଥରେ ବରଗଡ଼ ଦେଖିବ ହୃଷିକେଶଙ୍କ ଶାସନ । ନିଜର ନିଖୁଣ ଅଭିନୟ ଓ ଉଚ୍ଚକୋଟିର ସଂଳାପ ଯୋଗୁଁ ବିଚାରପତିଙ୍କ ମନ ଜିଣି ପୁଣିଥରେ ବୃହତ ଆକାଶ ଖୋଲା ରଙ୍ଗମଞ୍ଚରେ ଅଭିନୟ କରିବା ପାଇଁ ମନୋନୀତ ହୋଇଛନ୍ତି ହୃଷିକେଶ ଭୋଇ । 

ଆସନ୍ତା ଡିସେମ୍ବର ୨୭ରୁ ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏଗାର ଦିନ ଧରି ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ହେବ । ଚଳିତ ଥର ଡାଇମଣ୍ଡ ଜୁବଲି ଧନୁଯାତ୍ରାରେ କମିଟିର ନିଷ୍ପତ୍ତି କ୍ରମେ ବରଗଡ ଟାଉନ ହଲରେ ତିନି ଧରି କଳାକାର ଚୟନ ପ୍ରକ୍ରିୟା ଚାଲିଥିଲା । ସାତ ଜଣ ବିଚାରପତି କଳାକାର ଚୟନ କରିଛନ୍ତି । କଳାକାରମାନେ ନିଜର ସୁସଜ୍ଜିତ ବେଶ ପୋଷାକରେ ଅଡିସନ ପାଇଁ ଆସିଥିଲେ  । କଂସ ସହ ଅନ୍ୟାନ୍ୟ ୧୦ଟି ଚରିତ୍ର ପାଇଁ ତିନି ଦିନ ଧରି ଚାଲିଥିଲା ଅଡିସନ । ଶେଷରେ ୪୪ଜଣ କଳାକାରଙ୍କୁ ପଛରେ ପକାଇ କଂସ ଭାବେ ଅଭିନେତା ହୃଷିକେଶ ଭୋଇ ମନୋନୀତ ହୋଇଛନ୍ତି । ଦୀର୍ଘ ନଅ ବର୍ଷ ଧରି ବରଗଡ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ କଂସ ଅଭିନୟ କରି ଅଭିନେତା ହୃଷିକେଶ ଭୋଇ ଲକ୍ଷ ଲକ୍ଷ ଦର୍ଶକଙ୍କ ମନ ଜିଣିଥିଲେ ।  

Also Read: Balasore Boita Bandan: ବାଲେଶ୍ୱରରେ ଶେଷ ହେଲା ବୋଇତ ବନ୍ଦାଣ ଉତ୍ସବ

ଗୁରୁବାର ବିଳମ୍ବିତ ରାତିରେ ବରଗଡ ଅତିରିକ୍ତ ଜିଲ୍ଲାପାଳ ମିରଧା ଟପ୍ପୋ, କଳାକାର ଚୟନ ପ୍ରକ୍ରିୟାର ଫଳାଫଳ ଘୋଷଣା କରିଛନ୍ତି । ଦୁଲକିବ ମଞ୍ଚ, ଶୁଭିବ ମହାରାଜା କଂସଙ୍କ ଅଟ୍ଟହାସ୍ୟ । ଥରହର ହେବେ ପ୍ରଜାଗଣ । ବରଗଡ଼ ପାଇଲା ନୂଆଁ କଂସ ଅଭିନେତା । ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ମୁଖ୍ୟ ଆକର୍ଷଣ ପାଲଟିଥାନ୍ତି ମହାରାଜା କଂସ । ଚରିତ୍ର ଖଳନାୟକ କିନ୍ତୁ ଧନୁଯାତ୍ରାରେ ସେ ହେଉଛନ୍ତି  ମୁଖ୍ୟନାୟକ । ଆଉ କିଛି ଦିନ ପରେ ବରଗଡ ପାଳଟିଯିବ ଦ୍ଵାପର ଯୁଗର ମଥୁରା ନଗରୀ । ଦୀର୍ଘ ୧୧ ଦିନ ଧରି ବରଗଡ -ମଥୁରାନଗରୀରେ ରାଜୁତି କରିବେ ମହାରାଜା କଂସ । 

fallback

ବରଗଡ ଧନୁଯାତ୍ରାରେ ୫୬ ଜଣ କଳାକାର କଂସ ଚରିତ୍ର ପାଇଁ ଆବେଦନ କରିଥିବା ବେଳେ ୪୪ ଜଣ କଳାକାର ଚୟନ ପ୍ରକ୍ରିୟାରେ ସାମିଲ ହୋଇ ଅଡିସନ ଦେଇଥିଲେ । ସବୁ ଅପେକ୍ଷାର ଅନ୍ତ ଘଟାଇ ଶେଷରେ ଅଭିନେତା ହୃଷିକେଶ ଭୋଇ ବାଜି ମାରିନେଲେ । ଚଳିତ ଥର ନୂତନ ସଂଳାପ ସହ ଉଚ୍ଚକୋଟିର ଅଭିନୟ କରି ଦର୍ଶକଙ୍କ ମନ ଜିଣିବେ ଏବଂ ବରଗଡ଼ ସହରକୁ ସ୍ୱଚ୍ଛ ସୁନ୍ଦର ଓ ବିକଶିତ କରିବେ ବୋଲି ନୂତନ ଭାବେ ମନୋନୀତ ହୋଇଥିବା କଂସ ଅଭିନେତା ହୃଷିକେଶ ଭୋଇ କହିଛନ୍ତି । ଲକ୍ଷ ଲକ୍ଷ ଦର୍ଶକଙ୍କ ଆଗରେ ନୂତନ ଭାବେ ଚୟନ ହୋଇଥିବା କଂସ ଅଭିନେତା ହୃଷିକେଶ ଭୋଇ କିଭଳି ଅଭିନୟ କରିବେ ଓ ଦର୍ଶକଙ୍କ ମନ ଜିଣିଵେ ତାକୁ ହିଁ ଅପେକ୍ଷା ।