Chandrayaan-3 ଉଡ଼ାଇଲା ତ୍ରିରଙ୍ଗା, ଏପଟେ ୧୩ଟି କମ୍ପାନୀ ଲାଭ କଲେ ୨୦ହଜାର କୋଟି
Advertisement

Chandrayaan-3 ଉଡ଼ାଇଲା ତ୍ରିରଙ୍ଗା, ଏପଟେ ୧୩ଟି କମ୍ପାନୀ ଲାଭ କଲେ ୨୦ହଜାର କୋଟି

Chandrayaan-3: ସାରା ବିଶ୍ୱ ଦେଖିଲା ଭାରତୀୟ ବୈଜ୍ଞାନିକଙ୍କ ଜ୍ଞାନକୌଶଳର ସଫଳତା । ଚନ୍ଦ୍ରଯାନ ମିଶନର ସଫଳତାରେ ସାମିଲ୍ ହୋଇଥିବା ଏହିସବୁ କମ୍ପାନୀ ଲାଭ କଲେ କୋଟି କୋଟି ଟଙ୍କା । 

Chandrayaan-3 ଉଡ଼ାଇଲା ତ୍ରିରଙ୍ଗା, ଏପଟେ ୧୩ଟି କମ୍ପାନୀ ଲାଭ କଲେ ୨୦ହଜାର କୋଟି

Chandrayaan-3 ଭାରତ ଚନ୍ଦ୍ରଯାନ ୩ ମିଶନ ଜରିଆରେ ଚନ୍ଦ୍ର ଉପରେ ତ୍ରିରଙ୍ଗା (Indian flag) ଉଡ଼ାଇ ଇତିହାସ ସୃଷ୍ଟି କରିଛି । ବୁଧବାର ଦିନ ଚନ୍ଦ୍ରଯାନ ୩ ଚନ୍ଦ୍ରର ଦକ୍ଷିଣ ପାର୍ଶ୍ୱରେ ସଫ୍ଟ ଲ୍ୟାଣ୍ଡିଂ (Soft landing) କରିବାରେ ସଫଳ ହୋଇଛି । ଏଥିସହ ଏହା କରାଇବାରେ ଭାରତ ଏକମାତ୍ର ଦେଶ ଭାବରେ ସଫଳତା ହାସଲ କରିଛି । କେବଳ ISRO ନୁହେଁ ବରଂ ଚନ୍ଦ୍ରଯାନ ୩ ନିର୍ମାଣରେ ସହଯୋଗ କରିଥିବା ସମସ୍ତ କମ୍ପାନୀ ଗୁଡିକ ଏହି ବିରାଟ ସଫଳତା ହାସଲ କରିଛନ୍ତି । ଆପଣଙ୍କୁ ଏକ ସୂଚନା ଦେବାକୁ ଚାହୁଁ ଯେ, ଚନ୍ଦ୍ରଯାନ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବା ପୂର୍ବରୁ ଦେଶର ୧୩ ଟି କମ୍ପାନୀ ୨୦ ହଜାର କୋଟିରୁ ଅଧିକ ଟଙ୍କା ରୋଜଗାର (income) କରିଥିଲେ । ଏହି ଲାଭ କରିଥିବା କମ୍ପାନୀ ଗୁଡ଼ିକ ଏରୋସ୍ପେସ୍ ବ୍ୟବସାୟ (Aerospace Business) ସହିତ ଅଙ୍ଗାଙ୍ଗି ଭାବରେ ଜଡିତ । ଏଥିରୁ ସ୍ପଷ୍ଟ ଭାବରେ ଅନୁମାନ କରାଯାଉଛି ଯେ, ଆଗାମୀ ଦିନ ଗୁଡିକରେ ଉକ୍ତ କମ୍ପାନୀ ଗୁଡିକର ରୋଜଗାର ମଧ୍ୟ ଭଲ ବୃଦ୍ଧି ପାଇବ ।

ଲାଭ ଅର୍ଜନ କରିଥିବା ଏହି ୧୩ ଟି କମ୍ପାନି ଭାରତର ଷ୍ଟକ୍ ମାର୍କେଟ (Stock market)ରୁ ଟଙ୍କା ରୋଜଗାର କରିଛନ୍ତି । ପାଖାପାଖି ଏକ ସପ୍ତାହ ହେବ ଏହି କମ୍ପାନୀ ଗୁଡିକର ସେୟାରରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି । ଏହାର ଅର୍ଥ ହେଉଛି ଯେ, ଚନ୍ଦ୍ରଯାନ ୩ ଚନ୍ଦ୍ରରେ ପାଦ ଦେବା ପୂର୍ବରୁ ୧୩ଟି କମ୍ପାନୀର ବଜାର କ୍ୟାପ୍ ୨୦ ହଜାର କୋଟିରୁ ଅଧିକ ବୃଦ୍ଧି ପାଇଥିଲା। ବ୍ଲୁମବର୍ଗରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୧୩ ଟି କମ୍ପାନୀର ସେୟାରରେ ବ୍ୟାପକ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି । ଏହି କମ୍ପାନୀ ଗୁଡିକ ଇଲେକ୍ଟ୍ରୋନିକ୍ସ ଉପାଦାନ (Electronics components)ଠାରୁ ଆରମ୍ଭ କରି ରକେଟ୍ ଯୋଗାଯୋଗ ଏବଂ ନାଭିଗେସନରେ ବ୍ୟବହୃତ ଧାତୁ, ତଥା ଗିଅର୍ ପର୍ଯ୍ୟନ୍ତ ସମସ୍ତ ଉପକରଣ ଯୋଗାଇଥାଏ । ଏହି ସପ୍ତାହରେ ବଜାର କ୍ୟାପ୍ ରେ ୨.୫ ବିଲିୟନ ଡଲାରରୁ ଅଧିକ ବୃଦ୍ଧି ଘଟିଛି ।

କେଉଁ କମ୍ପାନି ଷ୍ଟକ କେତେ ବଢିଛି?
ଇସ୍ରୋକୁ ମହାକାଶଯାନ ଯୋଗାଣକାରୀଙ୍କ ମଧ୍ୟରେ ଶିଳ୍ପ ଗ୍ୟାସ୍ ଫାର୍ମ ଲିଣ୍ଡେ ଇଣ୍ଡିଆ ସର୍ବାଧିକ ଲାଭ କରିଥିବା ଜଣାପଡିଛି । ଚନ୍ଦ୍ରଯାନ ୩ କାରଣରୁ କମ୍ପାନୀର ମାର୍କେଟ୍ ସେୟାରରେ ୨୩ ପ୍ରତିଶତ ବୃଦ୍ଧି ଘଟିଛି । ମିଶନ୍ ପାଇଁ କଠିନ ମଡ୍ୟୁଲ୍ ଏବଂ ସିଷ୍ଟମ୍ ଯୋଗାଉଥିବା ସେଣ୍ଟୁମ୍ ଇଲେକ୍ଟ୍ରୋନିକ୍ସର ସେୟାର ଗୁଡିକ ୧୧ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ସାଟେଲାଇଟ୍ ଯୋଗାଯୋଗ (Satellite communication) ପ୍ରଦାନକାରୀ କମ୍ପାନି ଆଭାଣ୍ଟେଲ୍ ମଧ୍ୟ ଭଲ ଲାଭ କରିଛି । ଆଭାଣ୍ଟେଲର ଗ୍ରାହକ ହେଉଛି ISRO । ତେବେ ମିଳିଥିବା ସୂଚନା ମୁତାବକ କମ୍ପାନୀର ସେୟାର ୧୨ ପ୍ରତିଶତ ବଢିବା ସହ ନିବେଶକାରୀଙ୍କୁ ଲାଭ ଦେଇଛି ।

ବିଶେଷଜ୍ଞଙ୍କ ମତ
ସେୟାର ବଜାରରେ ଦର ପରିବର୍ତ୍ତନ ନେଇ କିଛି ବିଶେଷଜ୍ଞ ମଧ୍ୟ ସେମାନଙ୍କର ମତ ପ୍ରକାଶ କରିଛନ୍ତି । ମୁମ୍ବାଇରେ ଥିବା ୱେଲଥମିଲ୍ସ ସିକ୍ୟୁରିଟିସ ପିଭି ଲିମିଟେଡର ଷ୍ଟ୍ରାଟେଜିଷ୍ଟ କ୍ରାନ୍ତି ବାଥିନିଙ୍କ କହିବାନୁଯାୟୀ ଚନ୍ଦ୍ର ମିଶନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରେ ଅଂଶଗ୍ରହଣ କରିବା ଏହି କ୍ଷେତ୍ରର କମ୍ପାନୀ ଗୁଡିକ ପାଇଁ ଅନେକ ନୂଆ ସୁଯୋଗ ସୃଷ୍ଟି କରିପାରିବ । ଭବିଷ୍ୟତରେ ଏହି କମ୍ପାନୀ ଗୁଡିକ କେବଳ ଭାରତରେ ନୁହେଁ ବରଂ ବିଶ୍ୱସ୍ତରୀୟ ପ୍ରକଳ୍ପର ଅଂଶ ହୋଇପାରିବେ । ବିଦେଶୀ କମ୍ପାନୀ ଗୁଡିକର ଚାହିଦା ମୁତାବକ ଉକ୍ତ କମ୍ପାନୀ ଗୁଡିକ ଉଭୟ ଉତ୍ପାଦ ଏବଂ ସେବା ରପ୍ତାନି କ୍ଷେତ୍ରରେ ଲାଭ ଅର୍ଜନ କରିପାରିବେ ବୋଲି ବାଥିନି କହିଛନ୍ତି ।

Also Read- Chandrayaan-4 : ଚନ୍ଦ୍ରଯାନ-୩ ସଫଳତା ପରେ ଚନ୍ଦ୍ରଯାନ-୪ ଉପରେ ଫୋକସ !