Flight Ticket Price Hike: ୨୦୨୩ ବିଶ୍ୱକପ ଫାଇନାଲ ପୂର୍ବରୁ ଆକାଶଛୁଆଁ ହୋଇଉଠିଲା ବିମାନ ଭଡ଼ା
Advertisement
Article Detail0/zeeodisha/odisha1965256

Flight Ticket Price Hike: ୨୦୨୩ ବିଶ୍ୱକପ ଫାଇନାଲ ପୂର୍ବରୁ ଆକାଶଛୁଆଁ ହୋଇଉଠିଲା ବିମାନ ଭଡ଼ା

2023 Cricket World Cup Final Match: ୨୦୨୩ କ୍ରିକେଟ ବିଶ୍ୱକପ୍ ଫାଇନାଲ ମ୍ୟାଚ ନଭେମ୍ବର ୧୯ ତାରିଖ ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ଠାରେ ଖେଳାଯିବ।

Flight Ticket Price Hike: ୨୦୨୩ ବିଶ୍ୱକପ ଫାଇନାଲ ପୂର୍ବରୁ ଆକାଶଛୁଆଁ ହୋଇଉଠିଲା ବିମାନ ଭଡ଼ା

Ahmedabad Flight Ticket Price: ସମଗ୍ର ଦେଶରେ ଏବେ କ୍ରିକେଟ୍ ଚାହିଦା ବଢିଯାଇଛି। ଆଉ ଏହାର କାରଣ ହେଉଛି ଚଳିତ ବର୍ଷ ଦେଶରେ ଆୟୋଜିତ ହୋଇଥିବା ୨୦୨୩ କ୍ରିକେଟ ବିଶ୍ୱକପ୍। ପ୍ରାୟ ୧୨ ବର୍ଷ ପରେ ଭାରତୀୟ ଦଳ କ୍ରିକେଟ୍ ବିଶ୍ୱକପ୍ ଫାଇନାଲ ମ୍ୟାଚ ଖେଳିବାକୁ ଯାଉଛି। ଏହି ଫାଇନାଲ ବିଷୟରେ ବିଶେଷ କଥା ହେଉଛି ଏଥର କ୍ରିକେଟ ବିଶ୍ୱକପ୍‌ ମୁକାବିଲାରେ ଭାରତୀୟ ଦଳ ଅଜେୟ ହୋଇରହିଛି। ଏହି ବିଶ୍ୱକପ୍‌ରେ ଥରେ ହେଲେ ଭାରତୀୟ ଦଳ କୌଣସି ମ୍ୟାଚ୍ ହାରିନାହିଁ। ବର୍ତ୍ତମାନ ଫାଇନାଲ ମ୍ୟାଚ୍ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ବିଶ୍ୱକପ ଇତିହାସରେ ଅଷ୍ଟ୍ରେଲିଆ ଟିମ୍ ସର୍ବାଧିକ ଥର ଟାଇଟ ହାତେଇବାରେ ରେକର୍ଡ କରିଛି। ପ୍ରାୟ ୨୦ ବର୍ଷରେ ପୁଣି ଥରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ କ୍ରିକେଟ ବିଶ୍ୱକପ୍ ଫାଇନାଲ ମ୍ୟାଚ୍। 

ଅହମ୍ମଦବାଦ ଠାରେ ଖେଳାଯିବ ୨୦୨୩ କ୍ରିକେଟ ବିଶ୍ୱକପ୍ ଫାଇନାଲ 
ଭାରତରେ ଆୟୋଜିତ ହୋଇଥିବା ୨୦୨୩ କ୍ରିକେଟ ବିଶ୍ୱକପ୍ ଫାଇନାଲ ମ୍ୟାଚ ନଭେମ୍ବର ୧୯ ତାରିଖ ରବିବାର ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ଠାରେ ଖେଳାଯିବ। ଏହି ମ୍ୟାଚ୍ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବ। ଏଥର ଭାରତୀୟ କ୍ରିକେଟ୍ ଦଳ ୨୦୨୩ ବିଶ୍ୱକପ୍ ମୁକାବିଲାରେ କ୍ରମାଗତ ଭାବରେ ୧୦ ମ୍ୟାଚ୍ ଜିତିଛି। ଫାଇନାଲ ମ୍ୟାଚ୍ ରେ ମଧ୍ୟ ବିଜୟ ଧାରା ବଜାୟ ରଖିବାକୁ ଚାହୁଁଛି ଭାରତୀୟ ଦଳ। ଏଭଳି ପରିସ୍ଥିତିରେ ଅନେକ କ୍ରିକେଟ୍ ପ୍ରେମୀ ଅହମ୍ମଦାବାଦ ଯାଇ ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ୍ ଦେଖିବାକୁ ଚାହୁଁଛନ୍ତି। ମାତ୍ର ଫାଇନାଲ ମ୍ୟାଚ ପୂର୍ବରୁ ମଧ୍ୟ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରୁଥିବା ବିମାନ ଟିକେଟ ମୂଲ୍ୟ ମଧ୍ୟ ଆକାଶଛୁଆଁ ହୋଇଛି। 

ଫାଇନାଲ ମ୍ୟାଚ ପୂର୍ବରୁ ବୃଦ୍ଧି ପାଇଲା ବିମାନ ଭଡ଼ା
ନଭେମ୍ବର ୧୮ ତାରିଖରେ, ଫାଇନାଲ୍ ମ୍ୟାଚ୍ ଖେଳାଯିବାର ଗୋଟିଏ ଦିନ ପୂର୍ବରୁ ବେଙ୍ଗାଲୁରୁ ଠାରୁ ଅହମ୍ମଦାବାଦ ଅଭିମୁଖେ ଚଳାଚଳ କରୁଥିବା ବିମାନର ସର୍ବନିମ୍ନ ଭଡା ପ୍ରାୟ ୧୬୭୦୦ ଟଙ୍କା ରହିଥିବା ବେଳେ ସର୍ବାଧିକ ଭଡା ପ୍ରାୟ ୩୩ ହଜାର ଟଙ୍କା ରହିଛି। ଏହା ସହିତ ଗୋଟିଏ କିମ୍ବା ଦୁଇଟି ରହଣୀସ୍ଥଳ ରହିଥିବା ବିମାନ ଉଡ଼ାଣ ପାଇଁ ସର୍ବାଧିକ ଭଡ଼ା ୧ଲକ୍ଷ ଟଙ୍କା ଅତିକ୍ରମ କରିଛି। ଯାହାର ସର୍ବାଧିକ ଭଡ଼ା ହେଉଛି ୧ ଲକ୍ଷ ୨୪ ହଜାର ୮୨୪ ଟଙ୍କା।

କେତେ ରହିଛି ଅହମ୍ମଦବାଦ ବିମାନ ଭଡ଼ା?
ଏହା ବ୍ୟତୀତ ନଭେମ୍ବର ୧୮ ତାରିଖରେ ଦିଲ୍ଲୀ ଠାରୁ ଅହମ୍ମଦାବାଦ ଯାଉଥିବା ବିମାନର ସର୍ବନିମ୍ନ ଭଡ଼ା ପ୍ରାୟ ୨୧ ହଜାର ଟଙ୍କା ଏବଂ ସର୍ବାଧିକ ଭଡ଼ା ୨୬ ହଜାର ୫୬୭ ଟଙ୍କା ରହିଛି। ଯେଉଁଠାରେ ଗୋଟିଏ କିମ୍ବା ଦୁଇଟି ରହଣୀସ୍ଥଳ ସହିତ ବିମାନ ଭଡ଼ା ୮୭ ହଜାର ୬୮୯ ଟଙ୍କା ରହିଛି। ଏଭଳି ପରିସ୍ଥିତିରେ ନଭେମ୍ବର ୧୮ ତାରିଖରେ ଅହମ୍ମଦାବାଦ ଯାଉଥିବା ଲୋକଙ୍କୁ ଅଧିକ ଟଙ୍କା ଦେବା ପରେ ବିମାନ ଯୋଗେ ଯାତ୍ରା କରିବାକୁ ହେବ।