Airtel Best Annual Recharge Plan: ଏୟାରଟେଲ ଆଣିଲା ବମ୍ପର ଅଫର, ମାତ୍ର ୧୫୦ ରିଚାର୍ଜ କରନ୍ତୁ, ବର୍ଷ ସାରା ମାଗଣା କଥା ହୁଅନ୍ତୁ
Advertisement
Article Detail0/zeeodisha/odisha1692000

Airtel Best Annual Recharge Plan: ଏୟାରଟେଲ ଆଣିଲା ବମ୍ପର ଅଫର, ମାତ୍ର ୧୫୦ ରିଚାର୍ଜ କରନ୍ତୁ, ବର୍ଷ ସାରା ମାଗଣା କଥା ହୁଅନ୍ତୁ

Airtel Prepaid Recharge Plans 2023 News In Odia: ଏୟାରଟେଲ (Airtel )ତାର ଉପଭୋକ୍ତାଙ୍କ ପାଇଁ ଏକ ବଡ ଅଫର ଆଣିଛି । ସବୁଠୁ ଶସ୍ତା ପ୍ଲାନ । ଏଥର ମଧ୍ୟ ନିଜ ଉପଭୋକ୍ତାଙ୍କ ପାଇଁ ଆଉ ଏକ ବର୍ଷିକିଆ ସୁଲଭ ପ୍ଲାନ୍ ଆଣିଛି କମ୍ପାନୀ । ଯଦି ଆପଣ ଜଣେ ଏୟାରଟେଲ୍ ଉପଭୋକ୍ତା ଏବଂ ଏକ ଶସ୍ତା ରିଚାର୍ଜ ପ୍ଲାନ୍ (airtel recharge plan) ଖୋଜୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ । ଜାଣନ୍ତୁ କଣ ସେହି ପ୍ଲାନ୍ । ପଢନ୍ତୁ ପୁରା ରିପୋର୍ଟ ।...

ସୌଜନ୍ୟ- ସୋସିଆଲ ମିଡ଼ିଆ

Airtel Prepaid Recharge Plans 2023 News In Odia: ଏୟାରଟେଲ (Airtel ) ତାର ଉପଭୋକ୍ତାଙ୍କ ପାଇଁ ସବୁବେଳେ ଅନେକ ସୁଲଭ ପ୍ଲାନ୍ ଆଣିଥାଏ (Airtel Prepaid Recharge Plans 2023) । ଏଥର ମଧ୍ୟ ନିଜ ଉପଭୋକ୍ତାଙ୍କ ପାଇଁ ଆଉ ଏକ ବର୍ଷିକିଆ ସୁଲଭ ପ୍ଲାନ୍ ଆଣିଛି କମ୍ପାନୀ । ଯଦି ଆପଣ ଜଣେ ଏୟାରଟେଲ୍ ଉପଭୋକ୍ତା ଏବଂ ଏକ ଶସ୍ତା ରିଚାର୍ଜ  ପ୍ଲାନ୍ (airtel recharge plan) ଖୋଜୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ । ଏହି ପ୍ଲାନର ବୈଧତା ଏକ ବର୍ଷ ପାଇଁ  । ଏହି ପ୍ଲାନରୁ ଆପଣଙ୍କୁ ଅନେକ ସୁବିଧା ମିଳିବ । ଏବଂ ରିଚାର୍ଜ ପାଇଁ ଖର୍ଚ୍ଚାନ୍ତ ମଧ୍ୟ କମ୍ ହେବାକୁ ପଡିବ । ଆଜି ଆମେ ଆପଣଙ୍କୁ ଏୟାରଟେଲର (Airtel) ଏପରି ଯୋଜନା ବିଷୟରେ କହିବାକୁ ଯାଉଛୁ। ଯେଉଁଥିରେ ଆପଣଙ୍କୁ ମାତ୍ର ୧୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।  ଯାହାର ବୈଧତା ବା ଭ୍ୟାଲିଡିଟି ଏକ ବର୍ଷ ପାଇଁ ରହିବ । ଏହା ସହିତ ମାଗଣା କଲିଂ ଓ ଟେକ୍ସଟ୍ ମେସେଜର ଲାଭ ମଧ୍ୟ ଉଠାଇ ପାରିବେ। 

ତେବେ ଆସନ୍ତୁ ଏୟାରଟେଲର ଏହି ବାର୍ଷିକ ପ୍ଲାନ୍  ବିଷୟରେ ବିସ୍ତୃତ ଭାବରେ ଜାଣିବା :

ଆପଣ ନିଶ୍ଚେୟ ଜାଣିଥିବେ ଯେ, ଏୟାରଟେଲର ବର୍ଷିକିଆ ପ୍ଲାନ୍ (Airtel yearly plan) ବିଷୟରେ। ଏୟାରଟେଲ ବର୍ଷିକିଆ ପ୍ଲାନର ଦାମ୍ ରହିଛି ୧୭୯୯ ଟଙ୍କା (Airtel Rs 1799 Annual Plan) । ୧୭୯୯ରେ ଆପଣ ଥରେ ରିଚାର୍ଜ କଲେ ଆପଣ ବର୍ଷସାରା ମାଗଣା କଥା ସହ ମଜେସ ମଧ୍ୟ କରିପାରିବେ। ଏପରିକି ଆପଣଙ୍କ ସିମ୍ ବର୍ଷସାରା ଆକ୍ଟିଭ ରହିବ (Airtel yearly plan) । ଯେ କୌଣସି ନେଟଓ୍ବାର୍କ ସହ ଆପଣ ଅନ ଲିମିଟେଡ୍ କଥା ମଧ୍ୟ ହୋଇପାରିବ। ଏବଂ ଅନ ଲିମିଟେଡ୍ ମେସେଜ୍ ମଧ୍ୟ କରିପାରିବେ।  ଏହା ସହିତ ଆପଣଙ୍କୁ ପ୍ରତିମାସରେ ୨ ଜିବି ଡାଟା ମଧ୍ୟ ମିଳିବ ।  ଅର୍ଥାତ୍ ବର୍ଷକୁ ଆପଣଙ୍କୁ ୨୪ ଜିବି ଡାଟା ମିଳିବ। ଅନ୍ୟାନ୍ୟ ସୁବିଧା ବିଷୟରେ କହିବାକୁ ଗଲେ, ଏୟାରଟେଲର ଏହି ପ୍ଲାନ ଆପଣଙ୍କୁ ଏୟାରଟେଲ୍ ଏକ୍ସଷ୍ଟ୍ରିମ୍ ଆପ୍ ପ୍ରିମିୟମ୍, ଏୟାରଟେଲ୍ ଫ୍ରି ହେଲୋ ଟ୍ୟୁନ୍ ସହିତ ୱିଙ୍କ୍ ମ୍ୟୁଜିକ୍ ର ମାଗଣା ସବସ୍କ୍ରିପସନ୍ ମଧ୍ୟ ମିଳିପାରିବ । 

Also Read: Road Accident: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାରି ଫେରୁଥିଲେ, ହେଲେ ଓଲଟିଗଲା କାର, ଚାଲିଗଲା ୪ ଜୀବନ

ନିକଟରେ ଏଭଳି ଏକ ନୂଆ ରିଚାର୍ଜ ପ୍ଲାନର ଶୁଭାରମ୍ଭ କରିଥିଲା କମ୍ପାନୀ । ଏୟାରଟେଲ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ପ୍ରିପେଡ୍ ବ୍ୟବହାରକାରୀଙ୍କ ପାଇଁ ୫ଟି ନୂଆ ରିଚାର୍ଜ ଯୋଜନା ଆରମ୍ଭ କରିଛି । ଏହି ଯୋଜନାଗୁଡିକର ମୂଲ୍ୟ ୪୯୯୯ ରୁ ଆରମ୍ଭ ହୋଇ ୩୫୩୫୯ ଟଙ୍କା ପର୍ଯ୍ୟନ୍ତ ଅଛି । ଏହି ଯୋଜନାଗୁଡିକ ସହିତ ଆପଣ କ’ଣ ଲାଭ ପାଇବେ? ଆସନ୍ତୁ ଜାଣିବା ।

-୪୯୯ ଟଙ୍କା, ୨୮ ଦିନର ବୈଧତା, ପ୍ରତିଦିନ ୧୦୦ ଟି SMS, ଅସୀମିତ 5G ଡାଟା ଏବଂ କଲିଂ ସୁବିଧା। ଆହୁରି ମଧ୍ୟ, ଆପଣଙ୍କୁ ୩ ମାସ ପାଇଁ ଡିସ୍ନି ପ୍ଲସ୍ ହଟଷ୍ଟାର୍ ମୋବାଇଲ୍, ୱିଙ୍କ୍ ସବସ୍କ୍ରିପସନ୍ ଏବଂ ଏକ୍ସଟ୍ରିମ୍ ଆପ୍ ଲାଭ ପ୍ରଦାନ କରାଯାଇଛି । ଏହି ଯୋଜନା ସହିତ, ପ୍ରତିଦିନ ୩ ଜିବି ଡାଟା ଦିଆଯାଉଛି ।

Also Read: Sambalpur News: ୪୮ ଘଣ୍ଟା ପରେ ମିଳିଲା ବୁର୍ଲା ସାଇଫୋନରୁ ଯୁବତୀ ନିଖୋଜ ପତ୍ତା, ପୁରୁଷ ବନ୍ଧୁ ଅଟକ

-ଏହି ଏୟାରଟେଲ ଯୋଜନା ୬୯୯ ଟଙ୍କା, ଏଥିରେ ୫୬ ଦିନର ବୈଧତା, ଅନଲିମିଟେଡ଼ ଏବଂ 5G ଡାଟା ସହିତ ପ୍ରତିଦିନ ୧୦୦ ଟି ଏସଏମଏସର ସୁବିଧା ଦିଆଯିବ। ଏହା ବ୍ୟତୀତ ଆମାଜନ୍ ପ୍ରାଇମ୍ ମେମ୍ବରସିପ୍, ୱିଙ୍କ୍ ମ୍ୟୁଜିକ୍ ଏବଂ ଏକ୍ସଟ୍ରିମ୍ ଆପ୍ ମଧ୍ୟ ୫୬ ଦିନ ପାଇଁ ଉପଲବ୍ଧ ହେବ। ଏହି ଯୋଜନା ଆପଣଙ୍କୁ ପ୍ରତିଦିନ ୩ GB ଡାଟା ମଧ୍ୟ ପ୍ରଦାନ କରିବ ।