ନଦୀରୁ ଆକାଶକୁ ତିଆରି ହେଲା ରାସ୍ତା, ଅଦ୍ଭୁତ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହେଲେ ଆଖପାଖର ଲୋକେ
Advertisement
Article Detail0/zeeodisha/odisha1788474

ନଦୀରୁ ଆକାଶକୁ ତିଆରି ହେଲା ରାସ୍ତା, ଅଦ୍ଭୁତ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହେଲେ ଆଖପାଖର ଲୋକେ

Viral Video: ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଯାହାକୁ ନେଇ ଚାଲିଛି ଚର୍ଚ୍ଚା । କାରଣ ଭିଡିଓରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ ।

ନଦୀରୁ ଆକାଶକୁ ତିଆରି ହେଲା ରାସ୍ତା, ଅଦ୍ଭୁତ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହେଲେ ଆଖପାଖର ଲୋକେ

Viral Video: ପ୍ରକୃତି ଅନେକ ସମୟରେ ନିଜର ଚମତ୍କାର ଦ୍ୱାରା ଆମକୁ ଆଶ୍ଚର୍ଯ୍ୟ କରିଦେଇଥାଏ । ବର୍ତ୍ତମାନ ପ୍ରକୃତିର ଏପରି ଏକ ଚମତ୍କାର ପରି ଦେଖାଯାଉଥିବା ଭିଡିଓ ଇଣ୍ଟରନେଟ (internet)ରେ ଭାଇରାଲ ହେଉଛି । ଜଣେ ଟ୍ୱିଟର ୟୁଜର  Zlatti71 ଦ୍ୱାରା ଏକ ସର୍ଟ କ୍ଲିପ୍ (Short clip) ପୋଷ୍ଟ କରାଯାଇଛି । ଏହି କ୍ଲିପ୍‌ରେ ଋଷର ପର୍ମ ଅଞ୍ଚଳରେ କାମା ନଦୀ ପୃଷ୍ଠରେ ଏକ ଚମତ୍କାର ସୁନେଲି ଜଳପ୍ରବାହ ଦେଖାଯାଇଛି । ଆଖପାଖରେ ଡଙ୍ଗା (Boat)ରେ ଦେଖୁଥିବା ଲୋକେ ଏହି ଚମତ୍କାର ଦୃଶ୍ୟ ଦେଖିବା ମାତ୍ରେ କ୍ୟାମେରାରେ ମେଟ୍ରୋଲୋଜିକାଲ୍ (Metrological) ଗତିବିଧିକୁ କ୍ୟାପଚର କରିବାର ସୁଯୋଗ ପାଇଥିଲେ।

ଜୁଲାଇ ୧୩, ୨୦୨୩ ରେ କଏଦ ହୋଇଥିବା ଏହି ଭିଡିଓରେ ଏକ ଉଚ୍ଚ ସୁନେଲି ଜଳରାଶି ନଦୀ ଉପରୁ ଆକାଶରେ ପହଞ୍ଚୁଥିବା ଦେଖାଯାଇଛି । ଏହା ପ୍ରକୃତରେ ଏକ ଚମତ୍କାର ଦୃଶ୍ୟ । ଭିଡିଓର କ୍ୟାପସନ୍ ଦେଇ ଏଥିରେ ଲେଖା ଅଛି ଯେ, 'ପ୍ରକୃତି ଓ ମାନସିକତା ମଧ୍ୟରେ ପାର୍ଥକ୍ୟ ବିଷୟରେ ଟିକିଏ ଝଲକ ଏଥିସହ ନଦୀର ନାମ 'କାମା ନଦୀ'  ଓ ଅଞ୍ଚଳର ନାମ 'ପର୍ମ' ବୋଲି ଦର୍ଶାଯାଇଥିଲା । ଭିଡିଓଟି ଜୁଲାଇ ୧୩ ତାରିଖରେ ପୋଷ୍ଟ କରାଯାଇଛି । 

ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ 

ଇଣ୍ଟରନେଟରେ ଏହି ଭିଡିଓ ଦେଖୁଥିବା ଲୋକମାନେ ଖୁବ୍ ଆଶ୍ଚର୍ଯ୍ୟ (Very surprised) ହୋଇଯାଉଛନ୍ତି। ଏପର୍ଯ୍ୟନ୍ତ ଏକ ଲକ୍ଷରୁ ଅଧିକ ଉପଭୋକ୍ତା ଏହାକୁ ଦେଖି ସାରିଛନ୍ତି ଓ ଏଥିରେ ହଜାରେରୁ ଅଧିକ ଲାଇକ୍ ଆସିଛି । ଏହା ଉପରେ ମନ୍ତବ୍ୟ ଦେଇ ଜଣେ ଉପଭୋକ୍ତା ଲେଖିଛନ୍ତି, 'ୟେ କୁଲ୍ ହେ ପର ୟେ ହେ କ୍ୟା ।' ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, 'ସୁନ୍ଦର । ' ଅନ୍ୟ ଜଣେ ଉପଭୋକ୍ତା ଏହାକୁ ସୁନ୍ଦର କିନ୍ତୁ ଭୟାନକ ବୋଲି ନିଜ କମେଣ୍ଟରେ ବର୍ଣ୍ଣନା କରିଛନ୍ତି ।

ଜଳପ୍ରବାହ କ’ଣ?
ୱାଟରସ୍ପାଉଟ୍ (Waterspout) ହେଉଛି ଏକ ପ୍ରକାର ଘୂର୍ଣ୍ଣିବଳୟ, ଯାହା ସ୍ତମ୍ଭ କିମ୍ବା ଘୂର୍ଣ୍ଣିବଳୟ (Hurricane) ପରି ବାୟୁରେ ଘୂର୍ଣ୍ଣନ କଲାବେଳେ ଉଠେ । ସାଧାରଣତଃ ଏହା ସମୁଦ୍ର ପୃଷ୍ଠ (sea surface)ରେ ସୃଷ୍ଟି ହୁଏ ।  ମୁଖ୍ୟତଃ ଟ୍ରପିକାଲ୍ ଓ ସବଟ୍ରପିକାଲ୍ (Subtropical) ଅଞ୍ଚଳରେ ତିଆରି ।

Video- 

ସୂଚନାଯୋଗ୍ୟ, ଅନେକ ସମୟରେ ପ୍ରାକୃତିକ ଦୃଶ୍ୟ ଆମକୁ ଆଶ୍ଚର୍ଯ୍ୟ କରାଇଥାଏ । ଆକାଶରେ ବାଦଲ କିଛି ପଶୁ କିମ୍ୱା ଅନ୍ୟ କୌଣସି ରୁପ ଧାରଣ କରୁଥିବା ଦୃଶ୍ୟ ମଧ୍ୟ ଅନେକ ବ୍ୟକ୍ତିଙ୍କ ମନକୁ ଆନ୍ଦୋଳିତ କରେ । ବେଳେବେଳେ ପବନର ଗତୀ ବଢିଲେ ତୁଳା ଆକାଶରେ ଉଡିଥାଏ କିନ୍ତୁ ତାହାର ଉଡିବା ଶୈଳୀ ଲୋକଙ୍କୁ ଆଶ୍ଚଯ୍ୟ କରିଥାଏ । କେବଳ ସେତିକି ନୁହେଁ ବିଜୁଳି ଯେତେବେଳେ ଆକାଶରେ ଦେଖାଯାଏ ଅନେକ ଛୋଟ ପିଲାଙ୍କ ଧାରଣା ଥାଏ ଯେ ଏହା କୌଣସି ନଦୀ କିମ୍ୱା ଅନ୍ୟ ସ୍ଥାନରୁ ଉତ୍ପତ୍ତି ହୋଇଥାଏ । କିନ୍ତୁ ସେମାନେ ବଡ଼ ହେବାପରେ ପାଠ ପଢିବା ପରେ ମନରୁ ସନ୍ଦେହ ଦୂର ହୋଇଥାଏ । ଜଣେ ବିଶେଷଜ୍ଞ କହିଛନ୍ତି ଯେ, ବର୍ଷା ହେଲେ ବିଜୁଳି ମାରିବା ଏକ ସ୍ୱଭାବିକ ପ୍ରକ୍ରିୟା ତେଣୁ ବିଜୁଳିର ଆକାରକୁ ନେଇ ମନରେ ଦ୍ୱନ୍ଦ ସୃଷ୍ଟି ହେବା ଉଚିତ ନୁହେଁ । ସେହିପରି ଘୃର୍ଣ୍ଣିଝଡ଼ ହେବାଦ୍ୱାରା ଅନେକ ସମୟରେ ବିଭିନ୍ନ ଦୃଶ୍ୟ ସାମ୍ନାକୁ ଆସିଥାଏ । ତେଣୁ ଏହାକୁ ନେଇ ଚିନ୍ତିତ ହେବାର କୌଣସି ଆବଶ୍ୟକ ନୁହେଁ । ବେଳେବେଳେ ଆକାଶରେ ଇନ୍ଦ୍ରଧନୁ ସୃଷ୍ଟି ହୋଇଥାଏ ତାହାକୁ ମଧ୍ୟ ବିଭିନ୍ନ ବ୍ୟକ୍ତିଙ୍କ ପାଇଁ ଚର୍ଚ୍ଚାର କଥା ପାଲଟିଥାଏ ତେବେ ଏହା ମଧ୍ୟ ଏକ ସ୍ୱଭାବିକ ପ୍ରକିୟା ।

Also Read- ଯୁକ୍ତରାଷ୍ଟ୍ର ଆମେରିକାରେ ଅନୁଷ୍ଠିତ ହେଲା ୫୪ ତମ ଓଡ଼ିଶା ସୋସାଇଟି ଅଫ୍ ଆମେରିକା (OSA) ସମ୍ମିଳନୀ