Ambanis NMACC: ୫୦୦ ଟଙ୍କିଆ ଦନାରେ ହାଲୱା ଖାଇଲେ ଅତିଥି, ଜାଣନ୍ତୁ ଏହା ପଛର ରହସ୍ୟ
Advertisement

Ambanis NMACC: ୫୦୦ ଟଙ୍କିଆ ଦନାରେ ହାଲୱା ଖାଇଲେ ଅତିଥି, ଜାଣନ୍ତୁ ଏହା ପଛର ରହସ୍ୟ

Ambanis NMACC News In Odia: ଦେଶର ପ୍ରମୁଖ ବ୍ୟବସାୟୀ ମୁକେଶ ଆମ୍ବାନୀଙ୍କ କଲ୍‌ଚରାଲ ସେଣ୍ଟର (Nita Mukesh Ambani Cultural Centre) (NMACC) ନିକଟରେ ଉଦଘାଟିତ ହୋଇଛି । ଏହି ଉଦଘାଟନୀ ଉତ୍ସବରେ ବହୁ ନାମୀଦାମୀ ଲୋକେ ସାମିଲ ହୋଇଥିଲେ । ଦେଶ ତଥା ଦେଶ ବାହାରୁ ଏକାଧିକ ଅତିଥି ମଧ୍ୟ ଏହି ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ। କଲଚରାଲ ସେଣ୍ଟର (NMACC) ଇଭେଣ୍ଟରେ ନୀତା ଓ ମୁକେଶ ଅମ୍ବାନୀଙ୍କ ଫଟୋ ଭାଇରାଲ ହେବାପରେ ଖାଦ୍ୟ ପେୟର ଫଟୋ ଭାଇରାଲ ହେବାରେ ଲାଗିଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Ambanis NMACC News In Odia: ଦେଶର ପ୍ରମୁଖ ବ୍ୟବସାୟୀ ମୁକେଶ ଆମ୍ବାନୀଙ୍କ କଲ୍‌ଚରାଲ ସେଣ୍ଟର (Nita Mukesh Ambani Cultural Centre) (NMACC) ନିକଟରେ ଉଦଘାଟିତ ହୋଇଛି ।  ଏହି ଉଦଘାଟନୀ ଉତ୍ସବରେ ବହୁ ନାମୀଦାମୀ ଲୋକେ ସାମିଲ ହୋଇଥିଲେ । ଦେଶ ତଥା ଦେଶ ବାହାରୁ ଏକାଧିକ ଅତିଥି ମଧ୍ୟ ଏହି ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ। କଲଚରାଲ ସେଣ୍ଟର (NMACC) ଇଭେଣ୍ଟରେ ନୀତା ଓ ମୁକେଶ ଅମ୍ବାନୀଙ୍କ ଫଟୋ ଭାଇରାଲ ହେବାପରେ ଖାଦ୍ୟ ପେୟର ଫଟୋ ଭାଇରାଲ ହେବାରେ ଲାଗିଛି । ହାଲଓ୍ବା ସହ ୫୦୦ ଟଙ୍କିଆ ନୋଟର (Rs 500 notes)ଫଟୋ ସାମ୍ନାକୁ ଆସିଛି । କିଛି ଲୋକ ଏହାକୁ ବିଶ୍ୱାସ ମଧ୍ୟ କରିପାରୁନାହାନ୍ତି । ଏହି ୫୦୦ ଟଙ୍କିଆ ନୋଟରେ (Rs 500 notes) ପରଷା ଯାଇଥିବା ଖାଦ୍ୟର ଫଠୋ ସତ ଅଟେ । ହେଲେ ଏଥିରେ ଥିବା ନୋଟ ନକଲି ଅଟେ । ଏହା ମୁକେଶ ଅମ୍ବାନୀଙ୍କ (Mukesh Ambani) ଅତିଥିଙ୍କୁ ପରାଷା ଯାଇଥିଲା । ଏହି ଡିସ ଦିଲ୍ଲୀର ଫେମସ ଡିସ ଅଟେ । ଜାଣନ୍ତୁ ଏହି ଡିସ୍ ବିଷୟରେ…

ମୁକେଶ ଏବଂ ନୀତା ଅମ୍ବାନୀଙ୍କ (Nita Mukesh Ambani) ଏହି ଇଭେଣ୍ଟ କେବଳ ଦେଶ ନୁହେଁ ବରଂ ବିଦେଶରେ ମଧ୍ୟ ପ୍ରଶଂସା ଚାଲିଛି । ବର୍ତ୍ତମାନ ଏହି କାର୍ଯ୍ୟକ୍ରମର କିଛି ଫଟୋକୁ ନେଇ ଲୋକମାନଙ୍କ ମନରେ ଉତ୍ସାହ ଦେଖାଦେଇଛି । ପ୍ରଥମେ ରୂପା ଗୁଜରାତୀ ଥାଳିରେ ଲୋକମାନଙ୍କ ଧ୍ୟାନ ଆକର୍ଷଣ କରିଥିଲା । ବର୍ତ୍ତମାନ ଟଙ୍କାର ଫଟୋ ଚିତ୍ତାକର୍ଷଣ କରିଛି । ଏହି ଡିସର ନାମ ଦୌଲତ ଚାଟ (Daulat ki Chaat) । ଏଥିରେ ଲାଗିଥିବା ନୋଟ ସବୁଠାରୁ ଚିତ୍ତକର୍ଷକ ଅଟେ । ଏହା ଦିଲ୍ଲୀର ଲୋକପ୍ରିୟ ଚାଟ ଅଟେ । ଦେଶର ଅନେକ ସହରରେ ଏହାର ନାମ ଅଲଗା ଅଟେ ।

fallback

ଏହାବି ପଢନ୍ତୁ : Sambalpur News: ସ୍ବାମୀ କଲା ସ୍ତ୍ରୀର ଅଶ୍ଲୀଳ ଫଟୋ ଭାଇରାଲ, ଆଉ ତା'ପରେ...

ଏହାବି ପଢନ୍ତୁ : Sattu Side Effects: ଏହି ରୋଗୀଙ୍କ ପାଇଁ ବିଷ ସଦୃଶ ହୋଇଥାଏ ସତ୍ତୁ, ଭୁଲରେ ବି ଖାଆନ୍ତୁ ନାହିଁ

ଏହି ଖାଦ୍ୟଟି ଥଣ୍ଡା ପାଗରେ ମିଳିଥାଏ । ଏହାର ଖାସ କଥା ହେଉଛି ଏହି ଖାଦ୍ୟକୁ ପାଟିରେ ରଖିବା ମାତ୍ରେ ମିଳେଇ ଯାଏ । ସୂଚନା ମୁତାବକ ଖେମଚନ୍ଦ ଆଦେଶ କୁମାର ଏହି ଡିସ୍ କୁ ଲୋକପ୍ରିୟତା କରାଇଥିଲେ । ସେ ଜଣେ କୃଷକ ଅଟନ୍ତି । ଏହାକୁ କଞ୍ଚା କ୍ଷୀରରେ ତିଆରି କରାଯାଇଥାଏ । ଖୁଆ ଏବଂ ଛେନା ମଧ୍ୟ ଏଥିରେ ପଡିଥାଏ । ମୁକେଶ ଅମ୍ବାନୀଙ୍କ କାର୍ଯ୍ୟକ୍ରମରେ ମଧ୍ୟ ଏହାକୁ ମାଟି ପାତ୍ରରେ ପରଷା ଯାଇଛି । ଏହାକୁ ଉପସ୍ଥାପନା କରିବା ପାଇଁ ନକଲି ନୋଟ ସଜା ଯାଇଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ୍ ମୁକେଶ ଅମ୍ବାନିଙ୍କ ମା’ କୋକିଳାବେନ୍ ରବିବାର ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଂଟରରେ ୧୬ ହଜାର ବର୍ଗଫୁଟ ପରିବ୍ୟାପ୍ତ ଆର୍ଟ ହାଉସ୍‌କୁ ଉଦ୍‌ଘାଟନ କରିଛନ୍ତି । ଏହି କଲଚରାଲ୍ ସେଂଟର୍‌ର ଉଦ୍‌ଘାଟନୀ ସମାରୋହର ଅମ୍ବାନି ପରିବାରର ଚାରି ପିଢ଼ିଙ୍କୁ ଏକସଙ୍ଗେ ଦେଖିବାକୁ ମିଳିଥିଲା । ମେଗା ଉଦଘାଟନୀ ସମାରୋହର ଆନ୍ତର୍ଜାତିକ ଫେସନ ଜଗତରେ ଭାରତୀୟ ଫେସନର ପ୍ରଭାବକୁ ପ୍ରଦର୍ଶିତ କରୁଥିବା ସ୍ୱତନ୍ତ୍ର କଫି-ଟେବୁଲ୍ ପୁସ୍ତକ “ଇଣ୍ଡିଆ ଇନ୍ ଫେସନ୍‌” କୁ ନୀତା ଅମ୍ବାନି ଓ ଇଶା ଅମ୍ବାନି ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକର କିଛି ମହତ୍ୱପୂର୍ଣ୍ଣ ଭାଗକୁ ଇଶା ଅମ୍ବାନି ଉପସ୍ଥିତ ଦର୍ଶକଙ୍କୁ ପଢ଼ି ଶୁଣାଇଥିଲେ । ଏହି ଅବସରରେ ଗାୟକ ପ୍ରତୀକ କୁହାଡ଼ ନିଜ ମଧୂର ସ୍ୱରରେ ଉନ୍ମୋଚନ କାର୍ଯ୍ୟକ୍ରମରେ ଉପସ୍ଥିତ ଦର୍ଶକଙ୍କୁ ରୋମାଂଚିତ କରିଥିଲେ ।

ଆର୍ଟ ହାଉସ୍‌ରେ “ସଙ୍ଗମ’ ନାମରେ ଏକ ଉଦ୍‌ଘାଟନୀ କଳା ପ୍ରଦର୍ଶନୀ ଆୟୋଜନ କରାଯାଇଛି । ଭାରତର ବିଶିଷ୍ଟ ସାଂସ୍କୃତିକ ବିଚାରକ ରଣଜିତ ହୋସକୋଟେ ଓ ନ୍ୟୁୟର୍କ ସ୍ଥିତ କଳା ସଂଗ୍ରାହକ ଓ ଗ୍ୟାଲେରିଷ୍ଟ୍ ଜେଫ୍ରି ଡାଇଚ୍ ଏହାକୁ ଡିଜାଇନ୍ କରିଛନ୍ତି । ଏହି ପ୍ରଦର୍ଶନୀରେ ଦେଶବିଦେଶର ୧୦ ପ୍ରସିଦ୍ଧ କଳାକାରଙ୍କ ୫୦ରୁ ଅଧିକ କଳାକୃତିକୁ ସାମିଲ କରାଯାଇଛି । ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଫ୍ରାଂଚେସ୍କୋ କ୍ଲେମେଂଟ୍‌, ଅନ୍‌ସେଲ୍‌ମ୍ କିଫର ଏବଂ ସେସିଲି ବ୍ରାଉନ୍‌ଙ୍କ ଭଳି କଳାକାରମାନଙ୍କ କୃତିକୁ ପ୍ରଥମ ଥର ପାଇଁ ଭାରତରେ ପ୍ରଦର୍ଶିତ କରାଯାଇଛି । ଭାରତୀୟ କଳାକାର ଭୁପେନ୍ ଖଖର, ଶାନ୍ତିବାଇ, ରଞ୍ଜନୀ ସେଟ୍ଟାର ଓ ରତିଶ ଟି’ଙ୍କ କାମକୁ ମଧ୍ୟ ସେଥିରେ ସାମିଲ କରାଯାଇଛି ।

କଲ୍‌ଚରାଲ୍ ସେଂଟର୍‌ରେ ଥିବା ଆର୍ଟ ହାଉସ୍‌ର ବିଶେଷତ୍ୱ ହେଉଛି ଏହାକୁ ଆବଶ୍ୟକତା ଅନୁସାରେ ପ୍ରସ୍ତୁତ କରାଯାଇପାରିବ । ଚାରି ମହଲା ବିଶିଷ୍ଟ ଏହି ଆର୍ଟ ହାଉସ୍‌କୁ ତିଆରି କରିବା ଲାଗି ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର କରାଯାଇଛି । ବିଶ୍ୱସ୍ତରୀୟ କଳା ପ୍ରଦର୍ଶନୀଠାରୁ ଆରମ୍ଭ କରି ବୈଷୟିକ ଓ ଶିକ୍ଷା ସମ୍ପର୍କିତ କର୍ମଶାଳା ଭଳି କାର୍ଯ୍ୟକ୍ରମକୁ ମଧ୍ୟ ଏଠାରେ ଆୟୋଜନ କରାଯାଇପାରିବ । ନୂଆ ପ୍ରତିଭାମାନଙ୍କୁ ସାମ୍ନାକୁ ଆଣିବା ଏବଂ କଳାକୁ ଆଗକୁ ବଢ଼ାଇବାରେ ଏହି ଆର୍ଟ ହାଉସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ବିଶ୍ୱସ୍ତରୀୟ ମଂଚ ମିଳିବା ଦ୍ୱାରା ଯୁବ କଳାକାରମାନଙ୍କ ପ୍ରତିଭାକୁ ସାରା ବିଶ୍ୱରେ ପରିଚୟ ମିଳିପାରିବ ।