ଅମିତ ଶାହାଙ୍କ ବଡ଼ ଭଉଣୀ ରାଜେଶ୍ୱରୀ ବେନଙ୍କ ଦେହାନ୍ତ, ବାତିଲ ହେଲା ଗୃହମନ୍ତ୍ରୀଙ୍କ ଆଗାମୀ ୨ ଦିନର କାର୍ଯ୍ୟକ୍ରମ
Advertisement
Article Detail0/zeeodisha/odisha2061111

ଅମିତ ଶାହାଙ୍କ ବଡ଼ ଭଉଣୀ ରାଜେଶ୍ୱରୀ ବେନଙ୍କ ଦେହାନ୍ତ, ବାତିଲ ହେଲା ଗୃହମନ୍ତ୍ରୀଙ୍କ ଆଗାମୀ ୨ ଦିନର କାର୍ଯ୍ୟକ୍ରମ

Amit Shah Sister Passes Away: ଦେଶର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ଭଉଣୀଙ୍କର ଦେହାନ୍ତ ହୋଇଛି। ସେ ମୁମ୍ବାଇର ଏକ ହସ୍ପିଟାଲରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

 

Amit Shah Sister Passes Away

Amit Shah Sister Passes Away: ଦେଶର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭଉଣୀ ରାଜେଶ୍ୱରୀ ବେନଙ୍କ ଦେହାନ୍ତ ହୋଇଛି। ସେ ଫୁସଫୁସ ରୋଗରେ ପୀଡିତ ହୋଇ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅନ୍ତିମ ସଂସ୍କାର ଓ ଅନ୍ୟାନ୍ୟ ରିତିନୀତି କାରଣରୁ ଗୃହମନ୍ତ୍ରୀ ଅମିତ ଶାହା ଆସନ୍ତା ୨ ଦିନ ପାଇଁ ନିଜ କାର୍ଯ୍ୟକ୍ରମ ବାତିଲ କରିଛନ୍ତି। ୬୫ ବର୍ଷୀୟ ରାଜେଶ୍ୱରୀ ବେନ୍ ହସ୍ପିଟାଲରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଫୁସଫୁସ ରୋଗରେ ପୀଡିତ ଥିଲେ। କିଛି ମାସ ପୂର୍ବେ ତାଙ୍କର ଫୁସଫୁସ ପ୍ରତିରୋପଣ କରାଯାଇଥିଲା, କିନ୍ତୁ ଲାଭ ମିଳି ନଥିଲା। ଏକ ମାସ ପୂର୍ବରୁ ତାଙ୍କ ସମସ୍ୟା ବଢ଼ିିଥିବାରୁ ତାଙ୍କୁ ଅହମ୍ମଦାବାଦରୁ ମୁମ୍ବାଇକୁ ପଠାଯାଇଥିଲା।

ଦୁଃଖ ପ୍ରକାଶ କଲେ ମହାରାଷ୍ଟ୍ର ସିଏମ ଏକନାଥ 
ଗୃହମନ୍ତ୍ରୀ ଶାହାଙ୍କ ଭଉଣୀଙ୍କ ଦେହାନ୍ତରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଯେ ରାଜେଶ୍ୱରୀ ବେନଙ୍କ ମୃତ୍ୟୁରେ ସେ ଦୁଃଖିତ। ଏହା ସମଗ୍ର ଶାହା ପରିବାର ପାଇଁ ଏକ ବଡ଼ କ୍ଷତି । ମୁଁ, ମୋ ପରିବାର ଏବଂ ସମଗ୍ର ମହାରାଷ୍ଟ୍ର ସରକାର ସେମାନଙ୍କ ଦୁଃଖରେ ସାମିଲ ହେଉଛୁ। ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଅମିତ ଭାଇ ଓ ସମଗ୍ର ଶାହା ପରିବାରକୁ ଏହି କ୍ଷତି ସହିବାକୁ ଶକ୍ତି ଦିଅନ୍ତୁ।

ଗୁଜୁରାଟ ଗସ୍ତରେ ଥିଲେ ଅମିତ ଶାହା 
କହିରଖୁଛୁ ଯେ ଗୃହମନ୍ତ୍ରୀ ଅମିତ ଶାହା ସୋମବାର ଦିନ ଗୁଜୁରାଟ ଗସ୍ତରେ ଥିଲେ। ସେ ଅହମ୍ମଦାବାଦରେ ଥିଲେ। ସେ ବନାସ୍କାନ୍ତ ଜିଲ୍ଲାର ଦେଓଡାର ବାନାସ ଡାଏରିକୁ ଯିବାକୁ ଯିବାରଥିଲା। ଏହା ସମେତ ତାଙ୍କୁ ଗାନ୍ଧିନଗର ନ୍ୟାସନାଲ ଡିଫେନ୍ସ ୟୁନିଭରସିଟି ମଧ୍ୟ ଯିବାର ଥିଲା, କିନ୍ତୁ ଭଉଣୀର ମୃତ୍ୟୁ ଖବର ପାଇବା ମାତ୍ରେ ସେ ପ୍ରଥମେ ମୁମ୍ବାଇରେ ପହଞ୍ଚି ସେଠାରୁ ଭଉଣୀର ମୃତଦେହ ନେଇ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିଛନ୍ତି।