Tomato Farmer Murder: ୩୦ ଲକ୍ଷ ପାଇଁ ଟମାଟୋ ଚାଷୀଙ୍କୁ ହତ୍ୟା
Advertisement
Article Detail0/zeeodisha/odisha1778095

Tomato Farmer Murder: ୩୦ ଲକ୍ଷ ପାଇଁ ଟମାଟୋ ଚାଷୀଙ୍କୁ ହତ୍ୟା

Andhra Pradesh Farmer Murder Case: ଆନ୍ଧ୍ର ପ୍ରଦେଶ ଆନ୍ନାମାୟା ଜିଲ୍ଲାର ବୋଡିମାଲାଡିନେ ଗ୍ରାମରେ ଜଣେ ଚାଷୀଙ୍କୁ ହତ୍ୟା କରାଯାଇଛି। ମୃତକ ଜଣଙ୍କ ଜଣେ ଟାମାଟୋ ଚାଷୀ ବୋଲି କୁହାଯାଉଛି।

Tomato Farmer Murder: ୩୦ ଲକ୍ଷ ପାଇଁ ଟମାଟୋ ଚାଷୀଙ୍କୁ ହତ୍ୟା

Tomato Farmer Murder in AP: ଗୋଟିଏ ପଟେ ଟମାଟୋ ମୂଲ୍ୟ ବୃଦ୍ଧି ଏବେ ସମଗ୍ର ଦେଶରେ ଚର୍ଚ୍ଚାର କାରଣ ପାଲଟିଛି। ଆଉ ଅନ୍ୟପଟେ ଟମାଟୋ ଚାଷୀଙ୍କ ସହ ବିଭିନ୍ନ ପ୍ରକାରର ଅପ୍ରୀତିକର ଘଟଣା ଘଟିବାରେ ଲାଗିଛି। ସଦ୍ୟ ଏହାର ଉଦାହରଣ ଆନ୍ଧ୍ରପ୍ରଦେଶର ଆନ୍ନାମାୟା ଜିଲ୍ଲାରେ ଦେଖିବାକୁ ମିଳଛି। ଏଠାରେ ଜଣେ ଟମାଟୋ ଚାଷୀଙ୍କୁ ଅଜଣା ଦୁର୍ବୃତ୍ତ ଲୁଟି ନେଇଛନ୍ତି। ଟମାଟୋ ବିକ୍ରି କରି ଚାଷୀ ପାଇଥିବା ଟଙ୍କାଙ୍କୁ ଦୁର୍ବୃତ୍ତ ଲୁଟି ନେଇଥିବାର ଅଭିଯୋଗ ହୋଇଛି।

ବୁଧବାର ଆନ୍ଧ୍ର ପ୍ରଦେଶ (Andhra Pradesh) ଆନ୍ନାମାୟା ଜିଲ୍ଲାର (Annamayya District) ମଦନାପାଲେ ମଣ୍ଡଳର (Madanapalle Mandal) ବୋଡିମାଲାଡିନେ ଗ୍ରାମରେ (Bodimalladinne Village) ନରେମ ରାଜଶେଖର ରେଡ୍ଡୀ (୬୨) ନାମକ ଜଣେ ଚାଷୀ ମୃତ ଅବସ୍ଥାରେ ମିଳିଛନ୍ତି। ତାଙ୍କୁ ହତ୍ୟା କରାଯାଇଥିବାର କୁହାଯାଉଛି। ମଙ୍ଗଳବାର ରାତିରେ ଗ୍ରାମରେ କ୍ଷୀର ବିତରଣ କରିବାକୁ ଯାଉଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବାର ପୋଲିସ ସନ୍ଦେହ କରୁଛି। ଆକ୍ରମଣକାରୀ ତାଙ୍କୁ ପିଛା କରିବା ସହ ଅଟକାଇ ତାଙ୍କ ହାତ ଗୋଡ଼ ବାନ୍ଧି ଦେବା ସହ ଏକ ଟାୱେଲ ବ୍ୟବହାର କରି ତାଙ୍କୁ ହତ୍ୟା କରିଥିଲେ।

Alsom Read: Tomato Stolen News: ଆକାଶ ଛୁଆଁ ଦର ମଧ୍ୟରେ ମହିଳା କୃଷକଙ୍କ ଫାର୍ମରୁ ଚୋରି ହୋଇଗଲା ଟମାଟୋ; ରୁଜୁହେଲା ମାମଲା

 

ମୃତକ ଚାଷୀ ଜଣଙ୍କ ଗାଁ ଠାରୁ ଦୂରରେ ଅବସ୍ଥିତ ରହିଥିବା ଏକ କୃଷି କ୍ଷେତରେ ରହୁଥିଲେ। ଯିଏ କ୍ଷୀର ଯୋଗାଇବା ପାଇଁ ଗ୍ରାମକୁ ଯାଇଥିଲେ। ମୃତକଙ୍କ ପତ୍ନୀ ପୋଲିସ (Andhra Pradesh Police) ଉଦ୍ଦେଶ୍ୟରେ କହିଛନ୍ତି ଯେ ଟମାଟୋ କିଣିବା ବାହାନାରେ କିଛି ଅଜ୍ଞାତ ବ୍ୟକ୍ତି ତାଙ୍କ ଚାଷଜମିକୁ ଆସିଥିଲେ। ତାଙ୍କ ସ୍ୱାମୀ ଗ୍ରାମକୁ ଯାଇଥିବାର କହିବା ପରେ ସେମାନେ ସେହି ସ୍ଥାନ ଛାଡି ଦେଇଥିଲେ।

ଆକାଶଛୁଆଁ ମୂଲ୍ୟକୁ ଦୃଷ୍ଟିରେ ରଖି କୃଷି ବଜାରରେ ଟମାଟୋ ବିକ୍ରି କରି ଏହି ଚାଷୀ ଜଣଙ୍କ (Andhra Pradesh Tomato Farmer) ୩୦ ଲକ୍ଷ ଟଙ୍କା ରୋଜଗାର କରିଥିବାର କୁହାଯାଉଛି। ଏହି ହତ୍ୟାକାଣ୍ଡ ଟମାଟୋ ବିକ୍ରିରୁ ମିଳିଥିବା ଲାଭ ସହ ଜଡିତ ରହିଥିବାର ସନ୍ଦେହ କରାଯାଉଛି। ଚାଷୀଙ୍କ ପାଖରେ ଟଙ୍କା ଥିଲା ନା ନାହିଁ ପୋଲିସ ତାହାର ତଦନ୍ତ କରୁଛି।

Also Read:  Tomato Stolen News: ପରିବା ବିକ୍ରେତାଙ୍କୁ ମାଡ଼ ମାରି ଲୁଟିନେଲେ ଟମାଟୋ, ମୁଖ୍ୟ ଅଭିଯୁକ୍ତ ଗିରଫ

ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଯେ ଏହି ହତ୍ୟାକାଣ୍ଡ ଘଟଣାର (Tomato Farmer Murder in Andhra Pradesh) ତଦନ୍ତ ବିଭିନ୍ନ ଦିଗରୁ କରାଯାଉଛି। ଡେପୁଟି ପୋଲିସ୍ ଅଧୀକ୍ଷକ (Deputy Superintendent of Police) କେଶପ୍ପା କହିଛନ୍ତି ଯେ ଏହି ମାମଲାର ତଦନ୍ତ ପାଇଁ ଚାରୋଟି ଟିମ୍ ଗଠନ କରାଯାଇଛି। ତଦନ୍ତର ଏକ ଅଂଶ ଭାବରେ ପୋଲିସ ସନ୍ଧାନୀ କୁକୁର ନିୟୋଜିତ କରିଛି। ସନ୍ଧାନୀ କୁକୁର ଘଟଣାସ୍ଥଳରୁ ମୃତକଙ୍କ ଘର ଆଡ଼କୁ ଯାଇଥିଲା। ପୋଲିସ ସନ୍ଦେହ କରୁଛି ଯେ ୩-୪ ଜଣ ବ୍ୟକ୍ତି ଏହି ହତ୍ୟାକାଣ୍ଡ ଭିଆଇ ଥାଇପାରନ୍ତି। ପୋଲିସ ଅଧୀକ୍ଷକ (Superintendent of Police) ଗଙ୍ଗାଧର ରାଓ ମଧ୍ୟ ଘଟଣାସ୍ଥଳକୁ ଯାଇ ମୃତକଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇଥିଲେ।