ଆପଣ SBI ଏବଂ BOB ଗ୍ରାହକ କି? ଶୀଘ୍ର କରନ୍ତୁ ଏହି କାମ, ଆରବିଆଇର କଡା ନିର୍ଦ୍ଦେଶ
Advertisement

ଆପଣ SBI ଏବଂ BOB ଗ୍ରାହକ କି? ଶୀଘ୍ର କରନ୍ତୁ ଏହି କାମ, ଆରବିଆଇର କଡା ନିର୍ଦ୍ଦେଶ

Bank News: ଯଦି ଆପଣ SBI କିମ୍ବା BOB ରେ ବ୍ୟାଙ୍କ ଲକର ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଜରୁରୀ ସୂଚନା । କାରଣ ନୂତନ ଲକର ଚୁକ୍ତି ସ୍ୱାକ୍ଷର କରିବା ସମୟ ଆସିଯାଇଛି । ଏହାର ଶେଷ ତାରିଖ ହେଉଛି ୩୦ ସେପ୍ଟେମ୍ବର ।

ଆପଣ SBI ଏବଂ BOB ଗ୍ରାହକ କି? ଶୀଘ୍ର କରନ୍ତୁ ଏହି କାମ, ଆରବିଆଇର କଡା ନିର୍ଦ୍ଦେଶ

Bank News: ବର୍ତ୍ତମାନ ଲକର ଚୁକ୍ତି ସ୍ୱାକ୍ଷର କରିବାକୁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ (Instruction) ଦିଆଯାଇଛି । ଏହି କାର୍ଯ୍ୟ କରିବା ଉଭୟ ବ୍ୟାଙ୍କ ଓ ଗ୍ରାହକଙ୍କ ପାଇଁ ବାଧ୍ୟତାମୂଳକ (Mandatory for Bank and Customer) ଅଟେ । ଯଦି ଆପଣଙ୍କର SBI, BOB କିମ୍ବା ଅନ୍ୟ କୌଣସି ବ୍ୟାଙ୍କରେ ଲକର (Bank locker) ଅଛି, ତେବେ ଆପଣ ମଧ୍ୟ ୩୦ ସେପ୍ଟେମ୍ବର ସୁଦ୍ଧା ବ୍ୟାଙ୍କ ଲକର ଚୁକ୍ତିନାମା ସ୍ୱାକ୍ଷର (contract Sign) କରିନେବା ଆବଶ୍ୟକ । ଯଦି ଆପଣ ଏହାକୁ କରିବେ ନାହିଁ ତେବେ ଆରବିଆଇର ନିର୍ଦ୍ଦେଶ ଅନୁଯାୟୀ (As per instructions of RBI) ଆପଣଙ୍କୁ ବ୍ୟାଙ୍କ ଲକର ଛାଡିବାକୁ ପଡିବ ।

ଗ୍ରାହକଙ୍କ ଅଧିକାରକୁ ଧ୍ୟାନରେ ରଖିବା ସହିତ ଏସବିଆଇ ଏବଂ BOB କିଛି ସଂଶୋଧନ କରି ନୂତନ ବ୍ୟାଙ୍କ ଲକର ଚୁକ୍ତି ଜାରି କରିଛନ୍ତି । ଉକ୍ତ ବ୍ୟାଙ୍କଗୁଡିକ ସେମାନଙ୍କ ଗ୍ରାହକଙ୍କୁ ଏସଏମଏସ ଏବଂ ଇମେଲ (SMS and email) ମାଧ୍ୟମରେ ପ୍ରତ୍ୟକ ସୂଚନା ଦେଇଛନ୍ତି। ଗ୍ରାହକମାନେ ନିଜର ଲକର ଥିବା ବ୍ୟାଙ୍କ ଶାଖାରେ ପହଞ୍ଚି ଦସ୍ତଖତ କରିବା ଆବଶ୍ୟକ । 

ଶେଷ ତାରିଖ ୩୧ ତାରିଖ
ଡିସେମ୍ବର ୩୧ ତାରିଖ ସୁଦ୍ଧା ସମସ୍ତ ବ୍ୟାଙ୍କ ଗୁଡିକୁ ଏହି କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆରବିଆଇ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ଜୁନ୍ ୩୦ ତାରିଖ ସୁଦ୍ଧା ବ୍ୟାଙ୍କ ଲକର ଚୁକ୍ତିରେ ୫୦ ପ୍ରତିଶତ ଲୋକଙ୍କ ଦସ୍ତଖତ, ସେପ୍ଟେମ୍ବର ୩୦ ସୁଦ୍ଧା ୭୫ ପ୍ରତିଶତ ଏବଂ ଶେଷରେ ଡିସେମ୍ବର ୩୧ ତାରିଖ ସୁଦ୍ଧା ୧୦୦ ପ୍ରତିଶତ ଦସ୍ତଖତ ହେବା ଆବଶ୍ୟକ । ଆରବିଆଇର ଦକ୍ଷ ପୋର୍ଟାଲରେ ଲକର ଚୁକ୍ତି ସହ ଜଡିତ ସମସ୍ତ ସୂଚନା ଅପଡେଟ୍ କରିବା ପାଇଁ ସମ୍ପୃକ୍ତ ବ୍ୟାଙ୍କ ଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଜାଣନ୍ତୁ ନୂତନ ଚୁକ୍ତି ବିଷୟରେ
ନୂତନ ଲକର ଚୁକ୍ତି ଅନୁଯାୟୀ (According to the new locker agreement), ବର୍ତ୍ତମାନ ବ୍ୟାଙ୍କଗୁଡ଼ିକ ଏହା କହିପାରିବେ ନାହିଁ ଯେ, ଲକରରେ ରଖାଯାଇଥିବା ଗ୍ରାହକଙ୍କ ଜିନିଷ ଗୁଡ଼ିକ ପାଇଁ ନିଜର କୌଣସି ଦାୟିତ୍ୱ ନାହିଁ । ଅନେକ ଘଟଣା କିମ୍ୱା ଦୁର୍ଘଟଣା ତଥା ଚୋରି, ଠକେଇ, ଅଗ୍ନି କିମ୍ବା କୋଠା ଭୁଶୁଡ଼ିବା ଘଟଣାରେ ଲକରର କ୍ଷତି ଘଟିଲେ ସେ ନିଜ ଦାୟିତ୍ୱକୁ ଛଡ଼ାଇ ପାରିବେ ନାହିଁ । ଏହି ପରିପ୍ରେକ୍ଷୀରେ ବ୍ୟାଙ୍କଗୁଡିକୁ ଲକରର ବାର୍ଷିକ ଭଡାଠାରୁ ୧୦୦ ଗୁଣ ପର୍ଯ୍ୟନ୍ତ କ୍ଷତିପୂରଣ ଭରଣା (Compensation paid) କରିବାକୁ ପଡିବ। ଏହା ବ୍ୟତୀତ ବ୍ୟାଙ୍କକୁ ଲକରର ସୁରକ୍ଷା ପାଇଁ ସମସ୍ତ ପ୍ରକାରର ଆବଶ୍ୟକୀୟ ପଦକ୍ଷେପ ବ୍ୟାଙ୍କକୁ ହିଁ ନେବାକୁ ପଡିବ।

Also Read- Success Story: ୩୫ କମ୍ପାନୀରୁ ରିଜେକ୍ଟ, ୧୦ ହଜାରରେ କ୍ୟାରିଅର ଆରମ୍ଭ କିନ୍ତୁ ବନିଗଲେ କୋଟିପତି

Also Read- Canada Banking Law and Order: ଭାଙ୍ଗିଲା ଆଇନ ଶୃଙ୍ଖଳା, ଜନସାଧାରଣଙ୍କ ସାମ୍ନାରେ ପୋଲିସ ଅସହାୟ

ଦେୟ ବୃଦ୍ଧି ହୋଇଥିଲା
ପରିବର୍ତ୍ତନ ପରେ ବ୍ୟାଙ୍କଗୁଡ଼ିକ ଲକର ପିଛା ଚାର୍ଜ ବୃଦ୍ଧି କରିଛନ୍ତି। ଏସବିଆଇ ବିଭିନ୍ନ ଶାଖା ମାଧ୍ୟମରେ ୧,୫୦୦ - ୧୨,୦୦୦ ଟଙ୍କା ଜମା ଠାରୁ ଜିଏସଟି ସଂଗ୍ରହ କରୁଛି । ପୂର୍ବରୁ ଏହି ଜିଏସଟି ପରିମାଣ (GST amount) ବର୍ଷକୁ ୫ଶହରୁ ୩ହଜାର ଟଙ୍କା ଥିଲା। ସ୍ଥାନ ଓ ଲକର ଉପରେ ଭଡା ନିର୍ଦ୍ଧାରିତ ହେଉଥିଲା । କିନ୍ତୁ HDFC ବ୍ୟାଙ୍କ ଲକର ପାଇଁ ବାର୍ଷକୁ ହାରାହାରି ୧,୩୫୦ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରୁଛି ।

Also Read- Mutual Fund SIP vs Stock SIP: କେଉଁଥିରେ ଅଧିକ ଲାଭ ସହ ଟଙ୍କା ରହିବ ସୁରକ୍ଷିତ?

Also Read- High Speed Train: ରେଳମନ୍ତ୍ରୀଙ୍କ ବଡ଼ ଘୋଷଣା, ଆସନ୍ତା ମାସରେ ଚାଲିବ ହାଇ ସ୍ପିଡ୍ ଟ୍ରେନ୍