ଭାରତୀୟ ସେନାକୁ ମିଳିଲା ପ୍ରଥମ ପ୍ରଥମ ମହିଳା ସୁବେଦାର, ଲକ୍ଷ୍ୟ ଭେଦରେ ରହିଛନ୍ତି ଚାମ୍ପିୟନ୍
Advertisement
Article Detail0/zeeodisha/odisha2081940

ଭାରତୀୟ ସେନାକୁ ମିଳିଲା ପ୍ରଥମ ପ୍ରଥମ ମହିଳା ସୁବେଦାର, ଲକ୍ଷ୍ୟ ଭେଦରେ ରହିଛନ୍ତି ଚାମ୍ପିୟନ୍

First woman subedar: ପ୍ରୀତି ରଜକ ହେଲେ ଭାରତୀୟ ସେନାର ପ୍ରଥମ ମହିଳା ସୁବେଦାର । ତାଙ୍କର ଏହି ସଫଳତା ହେଉଛି ମହିଳା ଶକ୍ତିର ଏକ ବଡ଼ ଉଦାହରଣ । "ସୁବେଦାର ପ୍ରୀତି ରଜକ ୨୨ ଡିସେମ୍ବର ୨୦୨୨ ରେ ସେନାବାହିନୀରେ ଯୋଗ ଦେଇଥିଲେ । ଲକ୍ଷ୍ୟଭେଦ ଶୃଙ୍ଖଳାରେ ହାବିଲଦାର ଭାବରେ ସେନାରେ ସ୍ଥାନ ପାଇଥିବା ସେ ହେଉଛନ୍ତି ପ୍ରଥମ ମେଧାବୀ କ୍ରୀଡ଼ାବିତ୍ ।

ଭାରତୀୟ ସେନାକୁ ମିଳିଲା ପ୍ରଥମ ପ୍ରଥମ ମହିଳା ସୁବେଦାର, ଲକ୍ଷ୍ୟ ଭେଦରେ ରହିଛନ୍ତି ଚାମ୍ପିୟନ୍

Preeti Rajak: ପ୍ରୀତି ରଜକ ହେଲେ ଭାରତୀୟ ସେନାର ପ୍ରଥମ ମହିଳା ସୁବେଦାର । ତାଙ୍କର ଏହି ସଫଳତା ହେଉଛି ମହିଳା ଶକ୍ତିର ଏକ ବଡ଼ ଉଦାହରଣ । "ସୁବେଦାର ପ୍ରୀତି ରଜକ ୨୨ ଡିସେମ୍ବର ୨୦୨୨ ରେ ସେନାବାହିନୀରେ ଯୋଗ ଦେଇଥିଲେ । ଲକ୍ଷ୍ୟଭେଦ ଶୃଙ୍ଖଳାରେ ହାବିଲଦାର ଭାବରେ ସେନାରେ ସ୍ଥାନ ପାଇଥିବା ସେ ହେଉଛନ୍ତି ପ୍ରଥମ ମେଧାବୀ କ୍ରୀଡ଼ାବିତ୍ ।

ହାବିଲଦାର ପ୍ରୀତି ରଜକ ଗତ ରବିବାର ପଦୋନ୍ନତି ପାଇ ଭାରତୀୟ ସେନାରେ ସୁବେଦାର ପଦବୀରେ ଅବସ୍ଥାପିତ ପ୍ରଥମ ମହିଳା ହୋଇଛନ୍ତି । ପ୍ରୀତି ରଜକ ଜଣେ ଚାମ୍ପିୟନ୍ ଟ୍ରାପ୍ ସୁଟର । ଡିସେମ୍ବର ୨୦୨୨ ରେ ସୁବେଦାର ରଜକ ସେନାବାହିନୀରେ ଯୋଗ ଦେଇଥିଲେ। ସେନା କହିଛି, "ଭାରତୀୟ ସେନା ତଥା ଦେଶର ମହିଳାମାନଙ୍କ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ। ଆଜି ଟ୍ରାପ ସୁଟର ହାବିଲଦାର ପ୍ରୀତି ରଜକଙ୍କୁ ସୁବେଦାର ପଦରେ ପଦୋନ୍ନତି କରାଯାଇଛି।"

ପ୍ରୀତି ୨୦୨୨ ମସିହାରେ ମିଲିଟାରୀ ପୋଲିସ୍ କର୍ପସରେ ଯୋଗ ଦେଇଥିଲେ। ଖବର ଅନୁଯାୟୀ, ଏହା ସୂଚନା ମିଳିଛି ଯେ, "ସୁବେଦାର ପ୍ରୀତି ରଜକ ବର୍ତ୍ତମାନ ଭାରତୀୟ ସେନାର ପ୍ରଥମ ମହିଳା ସୁବେଦାର। ତାଙ୍କର ଏହି ସଫଳତା ମହିଳା ଶକ୍ତିର ଏକ ଅସାଧାରଣ ପ୍ରଦର୍ଶନ।" ସୁବେଦାର ପ୍ରୀତି ରଜକ ୨୨ ଡିସେମ୍ବର ୨୦୨୨ ରେ ମିଲିଟାରୀ ପୋଲିସ୍ କର୍ପସରେ ସେନାରେ ଯୋଗ ଦେଇଥିଲେ। ସେ ପ୍ରଥମ କ୍ରୀଡ଼ାବିତ୍ ଯିଏକି ସୁଟିଂ ଶୃଙ୍ଖଳାରେ ହାବିଲଦାର୍ ଭାବରେ ସେନାରେ ସ୍ଥାନ ପାଇଥିଲେ । ଚୀନ୍ ର ହାଙ୍ଗଝୁରେ ଅନୁଷ୍ଠିତ ୧୯ ତମ ଏସୀୟ ଗେମ୍ସରେ ରଜକ ଟ୍ରାପ ମହିଳା ଦଳ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। ତାଙ୍କର ଅସାଧାରଣ ପ୍ରଦର୍ଶନକୁ ଆଧାର କରି ତାଙ୍କୁ ସୁବେଦାର ପଦବୀରେ ପ୍ରଥମ ଆଉଟ୍ ଅଫ୍ ଟର୍ନ ପଦୋନ୍ନତିରେ ସମ୍ମାନିତ କରାଯାଇଛି ବୋଲି ସେନା ଏକ ବିବୃତ୍ତିରେ କହିଛି।

Post- 

ଦେଶର ମହିଳାମାନଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ, ସୁବେଦାର ରଜକ ବର୍ତ୍ତମାନ ଭାରତରେ ଷଷ୍ଠ ସ୍ଥାନରେ ରହିଛନ୍ତି (ଟ୍ରାପ୍ ମହିଳା ଇଭେଣ୍ଟ) ଏବଂ ପ୍ୟାରିସ୍ ଅଲିମ୍ପିକ୍ ଗେମ୍ସ ୨୦୨୪ ପାଇଁ ପ୍ରସ୍ତୁତି ପାଇଁ ଆର୍ମି ମାର୍କସମାନସିପ୍ ୟୁନିଟ୍ (AMU) ରେ ତାଲିମ ନେଉଛନ୍ତି । ତାଙ୍କର ଏହି ବଡ଼ ସଫଳତା ଯୁବ ପୀଢ଼ିଙ୍କୁ ଓ ମହିଳାଙ୍କୁ ଭାରତୀୟ ସେନାରେ ଯୋଗଦେବାକୁ ଆଗକୁ ଆସିବା ସହିତ ବୃତ୍ତିଗତ ସୁଟିଂରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିବାକୁ ପ୍ରେରଣା ମିଳିବ ବୋଲି ସେନା କହିଛି।

Also Read- ସଂସଦରେ ସୁରକ୍ଷା ଉଲ୍ଲଂଘନ ମାମଲା: ୬ ଅଭିଯୁକ୍ତଙ୍କୁ ହାଜର କରିବାକୁ ଓ୍ୱାରେଣ୍ଟ ଜାରିକଲେ କୋର୍ଟ

Also Read- ଭାରତୀୟ ସେନାବାହିନୀରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ, ଏମିତି କରନ୍ତୁ ଆବେଦନ