୫୮ବର୍ଷ ବୟସରେ ପୁଣିଥରେ ବିବାହ କଲେ ଏହି ଟିଭି ଅଭିନେତା, ଜାଣନ୍ତୁ ବାହାଘର ପଛର କାରଣ
Advertisement

୫୮ବର୍ଷ ବୟସରେ ପୁଣିଥରେ ବିବାହ କଲେ ଏହି ଟିଭି ଅଭିନେତା, ଜାଣନ୍ତୁ ବାହାଘର ପଛର କାରଣ

Actor Ronit Roy Remarried: ଟିଭି ଏବଂ ଚଳଚ୍ଚିତ୍ରର ଜଗତର ଜଣାଶୁଣା ଅଭିନେତା ରୋନିତ ରଏ ପୁଣିଥରେ ନିଜ ପତ୍ନୀଙ୍କୁ ପୁନଃବିବାହ କରିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

୫୮ବର୍ଷ ବୟସରେ ପୁଣିଥରେ ବିବାହ କଲେ ଏହି ଟିଭି ଅଭିନେତା, ଜାଣନ୍ତୁ ବାହାଘର ପଛର କାରଣ

Actor Ronit Roy Remarried: ଅଭିନେତା ରୋନିତ ରୟଙ୍କୁ ଟିଭି ଦେଖୁଥିବା ଅନେକ ଦର୍ଶକ ଭଲଭାବରେ ଜାଣନ୍ତି । ନିଜର ବଳିଷ୍ଠ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ରୋନିତ୍ । ଉଭୟ ସିନେମା ଓ ସିରିଏଲ ଜଗତରେ ବିଶେଷ ଖ୍ୟାତି ଅର୍ଜନ କରିଥିବା ରୋନିତ ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ରୋନିତ ବର୍ତ୍ତମାନ ୫୮ ବର୍ଷ ବୟସରେ ପୁନର୍ବାର ବିବାହ କରିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଆସନ୍ତୁ ଜାଣିବା ରୋନିତ କାହାକୁ ଦ୍ୱିତୀୟ ବିବାହ କରିଛନ୍ତି ।

ରୋନିତ୍ ରୟଙ୍କୁ ବିବାହ କରିଥିବା ମହିଳା ଜଣକ ହେଉଛନ୍ତି ତାଙ୍କର ଧର୍ମପତ୍ନୀ ନୀଲାମ ବୋଷ ରୟ ।  ଆଜ୍ଞା ହଁ ନିଜ ପତ୍ନୀଙ୍କୁ ହିଁ ରୋନିତ୍ ପୁନର୍ବାର ବିବାହ କରିଛନ୍ତି । ୨୦ତମ ବିବାହ ବାର୍ଷିକ ଅବସରରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ନିଜର ପୁରୁଣା ସ୍ମୃତିକୁ ତାଜା କରିବା ପାଇଁ ରୋନିତ ଏପରି କରିଥିବା କୁହାଯାଉଛି । ଅଭିନେତା ରୋନିତଙ୍କ ଏହି ଖବରକୁ କିଛି ଫଟୋ ସହିତ ଅନେକ ପ୍ରଶଂସକ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ରୋନିତ୍ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହ ସମ୍ପର୍କୀତ କିଛି ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଏହି ଦମ୍ପତି ଦୀର୍ଘ ୨୦ ବର୍ଷ ପରେ ପୁଣିଥରେ ବିବାହ ସମୟରେ କରିଥିବା ଶପଥକୁ ଦୋହରାଇଛନ୍ତି । ଏହି ସମୟରେ ରୋନିତ ଏବଂ ନୀଲମଙ୍କ ପୁଅ ଅଗସ୍ତ୍ୟ ବୋଷ ମଧ୍ୟ ନିଜ ପିତାମାତାଙ୍କ ବିବାହ ସମୟକୁ ଖୁସିର ସହ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । ୨୦ ବର୍ଷ ତଳର କଥାକୁ ମନେ ପକାଇବା ପାଇଁ ଉଭୟ ରୋନିତ ଏବଂ ନୀଲମ ନବ ବିବାହିତ ବର କନ୍ୟାଙ୍କ ପରି ନାଲି ରଙ୍ଗର ପୋଷାକ ଏବଂ ଅଳଙ୍କାର ପିନ୍ଧି ସୁସଜ୍ଜିତ ହୋଇଥିଲେ । ରୋନିତ ରୟ ଧଳା ଏବଂ ନାଲି କୁର୍ତ୍ତା-ପାଇଜାମା ପିନ୍ଧିଥିବାର ଦେଖିବାକୁ ମିଳିଥିଲା ।

ଆପଣଙ୍କୁ କହିରଖିୃବାକୁ ଚାହୁଁ ଯେ, ୨୦୦୩ ମସିହାରେ ଅଭିନେତ୍ରୀ ତଥା ମଡେଲ ନୀଲମ ସିଂଙ୍କ ସହିତ ରୋନିତ ରୟଙ୍କର ଦ୍ୱିତୀୟ ବିବାହ ଅନୁଷ୍ଠିତ ହୋଇଥିଲା। ନୀଲମଙ୍କ ବର୍ତ୍ତମାନ ଦୁଇଟି ସନ୍ତାନ ଅଛନ୍ତି । ନୀଲମଙ୍କ ପୂର୍ବରୁ ରୋନିତ ଜୋହାନା ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ । ଜୋହାନା ଏବଂ ରୋନିତଙ୍କ ଓରସରୁ ଏକ ଝିଅ ମଧ୍ୟ ଅଛି । ଯଦିଓ ରୋନିତଙ୍କ ପ୍ରଥମ ବିବାହ ବେଶୀ ଦିନ ତିଷ୍ଠିଲା ନାହିଁ ତଥାପି ରୋନିତ । ଆଉ ଏକ କଥା ଏହା ଯେ, ରୋନିତ କେବଳ ଅଭିନୟ ନୁହେଁ ବ୍ୟବସାୟ ମଧ୍ୟ କରନ୍ତି । ରୋନିତଙ୍କର ଏକ ସିକ୍ୟୁରିଟି ଏଜେନ୍ସି ରହିଛି ।

Also Read- Year Ender 2023: ଏହି ବର୍ଷର ୭ଟି ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର, ଜାଣନ୍ତୁ ଚର୍ଚ୍ଚାର କାରଣ...

Also Read- Ajab Gajab: ଚାକିରି ଛାଡି ବିକିଲେ ଗଧ କ୍ଷୀର, ୫ଦିନରେ ହେଲେ ଲକ୍ଷପତି!