KL Rahul Athiya Shetty Wedding: ଆଜିଠୁ ପ୍ରି ୱେଡିଂ ସେରିମନି, ଜାଣନ୍ତୁ କେଉଁମାନେ ହେବେ ସାମିଲ
Advertisement

KL Rahul Athiya Shetty Wedding: ଆଜିଠୁ ପ୍ରି ୱେଡିଂ ସେରିମନି, ଜାଣନ୍ତୁ କେଉଁମାନେ ହେବେ ସାମିଲ

Athiya-KL Rahul Wedding: ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିୟା ଶେଟ୍ଟି ହାତକୁ ଦି ହାତ ହେବାକୁ ଯାଉଛନ୍ତି। କ୍ରିକେଟର କେ.ଏଲ୍ ରାହୁଲଙ୍କ ସହ ଆଥିଆଙ୍କ ସମ୍ପର୍କକୁ ନେଇ ବେଶ କିଛି ବର୍ଷ ଧରି ଆଲୋଚନା ଚାଲିଥିଲା। ଏ -ପ୍ରେମ ସମ୍ପର୍କକୁ ଗତବର୍ଷ ଉଭୟ ଅଫିସିଆଲ କରିଥିଲେ। ତେବେ ଉଭୟ ଏ ସମ୍ପର୍କକୁ ଆଉ ଟିକେ ଆଗକୁ ନେବାକୁ ଚାହୁଁଛନ୍ତି । ଅର୍ଥାତ ଉଭୟଙ୍କ ବିବାହ ହେବାକୁ ଯାଉଛି। ଏଥି ସହିତ ମିଡିଆ ରିପୋର୍ଟ ଅନୁଯାୟୀ ଆଥିଆ ଏବଂ କେ.ଏଲ୍ ରାହୁଲଙ୍କ ପ୍ରିଓ୍ବେଡିଂ ସେରିମନି ଆଜିଠାରୁ ଆରମ୍ଭ ହୋଇଛି । କୁହାଯାଉଛି ଯେ ଏହି ଲବ ବାର୍ଡଙ୍କର ବିବାହ ଜାନୁଆରୀ ୨୩ରେ ଅନୁଷ୍ଠିତ ହେବ ।

ଜାନୁଆରୀ ୨୨ରେ ଆଥିଆଙ୍କ ମେହେନ୍ଦୀ ରଶମ :  ଆଥିଆ ଏବଂ କେ.ଏଲ୍ ରାହୁଲଙ୍କ ବିବାହ ସୁନୀଲ ସେଟ୍ଟୀଙ୍କ ବିଳାସପୂର୍ଣ୍ଣ ବଙ୍ଗଳାରେ ହେବ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଜାନୁଆରୀ ୨୨ରେ ଆଥିୟାଙ୍କ ମେହେନ୍ଦୀ ରଶମ ଆୟୋଜିତ ହେବ । ଏବଂ ଏହି ରଶମ ଘର ଭିତରେ ଅନୁଷ୍ଠିତ ହେବ ଏବଂ ଖାସ୍ କରି ପରିବାର ସଦସ୍ୟ ଓ ନିକଟ ସମ୍ପର୍କୀୟ ଏଥିରେ ସାମିଲ ହେବେ । 

ଆଥିଆ-କେଏଲଙ୍କ ବିବାହରେ କେବଳ ୧୦୦ ଅତିଥି ଉପସ୍ଥିତ ରହିବେ : ଜାନୁଆରୀ ୨୩ରେ, ଆଥିଆ ଏବଂ କେ.ଏଲ୍ ରାହୁଲଙ୍କ ବିବାହ ହେବ । ଏବଂ ଏହି ବିବାହରେ କେବଳ ୧୦୦ ଜଣ ଅତିଥି ଯୋଗ ଦେବେ ବୋଲି ଜଣାପଡିଛି । ଏବଂ ଅତିଥିମାନେ ବିବାହର କୌଣସି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ନ କରିବାକୁ ମଧ୍ୟ କୁହାଯାଇଛି । ଖାସ୍ କରି ବିବାହ ସମୟରେ ଅତିଥିମାନେ ସେମାନଙ୍କ ଫୋନ ଗୁଡିକ ବନ୍ଦ ରଖିବାକୁ ମଧ୍ୟ କୁହାଯାଇଛି । ତେବେ,ଏହି ବିବାହରେ କେବଳ ବଲିଉର କିଛି ସେଲିବ୍ରେଟି ଓ ଖାସ୍ ସମ୍ପର୍କୀୟ ଓ ପରିବାର ସଦସ୍ୟ ଉପସ୍ଥିତ ରହିବେ । ଜୁମ୍ ଡିଜିଟାଲ୍ ର ଏକ ରିପୋର୍ଟରେ କୁହାଯାଇଛି ଯେ, ବିବାହର କିଛି ସପ୍ତାହ ପରେ ଏକ ବଡ ରିସେପ୍ସନ୍ ପାର୍ଟି ଦିଆଯିବ । ଯଦିଓ ବିବାହ ଜାନୁଆରୀ ୨୩ରେ ଅଛି, ଅତିଥିମାନେ ଜାନୁୟାରୀ ୨୧ ରେ ପହଞ୍ଚିବା ଆରମ୍ଭ କରିବେ। କୁହାଯାଉଛି ଯେ ଆଥିଆ ଏବଂ କେ.ଏଲ୍ ରାହୁଲଙ୍କ ବିବାହର ଅଫିସିଆଲ ଘୋଷଣା ପୂର୍ବର ସରକାରୀ ଘୋଷଣା ପୂର୍ବରୁ ଗଣମାଧ୍ୟମ ଏହି ବିବାହ ବିଷୟରେ ସୂଚନା ପାଇଥିଲା।

A post shared by Athiya Shetty (@athiyashetty)

Also Read: Pathaan Advance Booking In India: ଭାରତରେ ‘ପଠାନ୍‌‌’କ୍ରେଜ୍, ରିଲିଜ୍ ପୂର୍ବରୁ ଆୟ କଲାଣୀ ଏତିକି କୋଟି

ଆଥିଆ ଏବଂ କେ.ଏଲ୍ ରାହୁଲଙ୍କ ସାକ୍ଷାତ ପ୍ରଥମେ ଏକ କମନ ଫ୍ରେଣ୍ତ ମାଧ୍ୟମରେ ହୋଇଥିଲା: ତେବେ,ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ,  ଆଥିଆ ଏବଂ ରାହୁଲଙ୍କ ପ୍ରଥମ ଦେଖା ଜଣେ କମନ ଫ୍ରେଣ୍ତ ମାଧ୍ୟମରେ ହୋଇଥିଲା । ପରେ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢିଲା ଏବଂ ବନ୍ଧୁତା ପ୍ରେମରେ ପରିଣତ ହେବାକୁ ସମୟ ଲାଗିଲା ନାହିଁ । ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରୁଥିଲେ । ନିକଟରେ ଦୁବାଇରେ ଏହି ଲବବାର୍ଡ ଏକାଠି ନୂଆ ବର୍ଷ ପାଳନ କରିଥିଲେ। ବର୍ତ୍ତମାନ ଏହି ପ୍ରେମୀ ଯୁଗଳ ବିବାହ ବନ୍ଧନରେ ବିବାହ କରିବାକୁ ଯାଉଛନ୍ତି ।