Ayodhya Ram Mandir: ପ୍ରଭୁ ଶ୍ରୀରାମଙ୍କୁ ମିଳିଲା ୩୬୩ କୋଟି ଟଙ୍କା ଦାନ
Advertisement
Article Detail0/zeeodisha/odisha2397080

Ayodhya Ram Mandir: ପ୍ରଭୁ ଶ୍ରୀରାମଙ୍କୁ ମିଳିଲା ୩୬୩ କୋଟି ଟଙ୍କା ଦାନ

Ayodhya Ram Mandir: ରାମ ଜନ୍ମଭୂମୀ ତିର୍ଥ କ୍ଷେତ୍ର ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଏହା ସୂଚନା ଦିଆଯାଇଥିଲା ଯେ, ଏପ୍ରିଲ ୧, ୨୦୨୪ ରୁ ମାର୍ଚ୍ଚ ୩୧, ୨୦୨୫ ପର୍ଯ୍ୟନ୍ତ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୬୭୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରାଯିବ । ରାମ ଜନ୍ମଭୀମୀ କମ୍ପ୍ଲେକ୍ସର ବିକାଶ ପାଇଁ ଅତିରିକ୍ତ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏହି ବୈଠକରେ ଟ୍ରଷ୍ଟ କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦଦେବ ଗିରି, ସାଧାରଣ ସମ୍ପାଦକ ଚମ୍ପତ ରାୟ ପ୍ରମୁଖ ଉପସ୍ଥିିତ ଥିଲେ ।

Ayodhya Ram Mandir: ପ୍ରଭୁ ଶ୍ରୀରାମଙ୍କୁ ମିଳିଲା ୩୬୩ କୋଟି ଟଙ୍କା ଦାନ

Ayodhya Ram Mandir: ଅଯୋଧ୍ୟାରେ ଥିବା ପ୍ରଭୁ ଶ୍ରୀରାମଙ୍କ ମନ୍ଦିରକୁ ଗୋଟିଏ ବର୍ଷରେ ୩୬୩ କୋଟି ଟଙ୍କା ଦାନ ଆକାରରେ ମିଳିଛି । ବିଦେଶରେ ରହୁଥିବା ରାମ ଭକ୍ତମାନେ ପ୍ରଭୁଙ୍କୁ ୧୦.୪୩ କୋଟି ଟଙ୍କା ଦାନ ସ୍ୱରୂପ ଉତ୍ସର୍ଗ କରିଛନ୍ତି। ଏଥିସହ ଚେକ୍ ଏବଂ ନଗଦ ଆକାରରେ ପ୍ରାୟ ୫୩ କୋଟି ଟଙ୍କା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପାଇଁ ମିଳିଛି । ରାମ ମନ୍ଦିରରେ ରହିଥିବା ଦାନ ବାକ୍ସରୁ ପ୍ରାୟ ୨୪.୫୦ କୋଟି ଟଙ୍କା ସଂଗ୍ରହ କରାଯାଇଛି । ତୀର୍ଥକ୍ଷେତ୍ର ଟ୍ରଷ୍ଟର ବିଭିନ୍ନ ଆକାଉଣ୍ଟ ମାଧ୍ୟମରେ ୭୧ କୋଟି ଟଙ୍କା ଅନଲାଇନରେ ମିଳିଛି । କେବଳ ଏତିକି ନୁହେଁ, ବ୍ୟାଙ୍କରେ ଜମା ହୋଇଥିବା ୨୬୦୦ କୋଟି ଟଙ୍କା ଉପରେ ସୁଧ ହିସାବରେ ୨୦୪ କୋଟି ଟଙ୍କା ପ୍ରଭୁ ଶ୍ରୀରାମଙ୍କୁ ପ୍ରଦାନ କରାଯାଇଛି। ୧ ଅଗଷ୍ଟ ୨୦୨୩ ରୁ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ମଧ୍ୟରେ ରାମ ମନ୍ଦିରରେ ହୋଇଥିବା କଲେକ୍ସନ ବାବଦରେ ଶ୍ରୀ ରାମ ଜନ୍ମଭୂମୀ ତିର୍ଥ କ୍ଷେତ୍ର ଟ୍ରଷ୍ଟ ୨୨ ଅଗଷ୍ଟରେ ଆୟ ଏବଂ ବ୍ୟୟର ତଥ୍ୟ ରଖିଛି

ରାମ ଜନ୍ମଭୂମୀ ତିର୍ଥ କ୍ଷେତ୍ର ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଏହା ସୂଚନା ଦିଆଯାଇଥିଲା ଯେ, ଏପ୍ରିଲ ୧, ୨୦୨୪ ରୁ ମାର୍ଚ୍ଚ ୩୧, ୨୦୨୫ ପର୍ଯ୍ୟନ୍ତ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୬୭୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରାଯିବ । ରାମ ଜନ୍ମଭୀମୀ କମ୍ପ୍ଲେକ୍ସର ବିକାଶ ପାଇଁ ଅତିରିକ୍ତ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏହି ବୈଠକରେ ଟ୍ରଷ୍ଟ କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦଦେବ ଗିରି, ସାଧାରଣ ସମ୍ପାଦକ ଚମ୍ପତ ରାୟ ପ୍ରମୁଖ ଉପସ୍ଥିିତ ଥିଲେ ।

୨୦୨୩-୨୪ ରେ, ୧୩ କ୍ୱିଣ୍ଟାଲ ରୂପା ଏବଂ ୨୦ କିଲୋଗ୍ରାମ ସୁନା ପ୍ରଭୁ ଶ୍ରୀରାମଙ୍କୁ ଅର୍ପଣ କରାଯାଇଛି ବୋଲି ସୂଚନା ମିଳିଛି । ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ତିଆରି କରିଥିବା ତିନି ଜଣ ଶିଳ୍ପୀଙ୍କୁ ଶ୍ରୀ ରାମ ଜନ୍ମଭୂମୀ ତିର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ୧୮-୮ ଜିଏସ୍ଟି ସହିତ ୭୫ ଲକ୍ଷ ଲେଖାଏଁ ପ୍ରଦାନ କରାଯାଇଛି । ୩୭ ବର୍ଷିୟ ଶିଳ୍ପୀ ଅରୁଣ ଯୋଗୀରାଜ ପ୍ରଭୁ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ତିଆରି କରିଥିଲେ । ସେହିପରି ଅନ୍ୟ ଜଣେ ଶିଳ୍ପୀ ଗଣେଶ ଭଟ୍ଟଙ୍କୁ କର୍ଣ୍ଣାଟକରେ ଅନେକ ପୁରସ୍କାର ମିଳିଛି । ତୃତୀୟ ଶିଳ୍ପୀ ସତ୍ୟନାରାୟଣ ପାଣ୍ଡେଙ୍କୁ ମଧ୍ୟ ଜୟପୁର ସହରରେ ବିଭିନ୍ନ ସ୍ଥାନରୁ ପୁରସ୍କାର ମିଳିଛି ।

ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ହେବା ପରଠୁ ମାତ୍ର ୭ ମାସ ମଧ୍ୟରେ ୨ କୋଟି ୮୫ ଲକ୍ଷ ଭକ୍ତ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିସାରିଛନ୍ତି । ଶ୍ରାବଣ ମାସରେ ୩୫ ଲକ୍ଷ ଭକ୍ତ ପ୍ରଭୁଙ୍କ ଦର୍ଶନ କରିଛନ୍ତି । ଅର୍ଥାତ୍ ପ୍ରାୟ ୧.୩୦ ଲକ୍ଷ ଶ୍ରଦ୍ଧାଳୁ ପ୍ରତିଦିନ ଅଯୋଧ୍ୟା ରାମ ମନ୍ଦିରରେ ଭିଡ ଲଗାଉଛନ୍ତି । ବର୍ତ୍ତମାନ ମଧ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରହିଛି । ପ୍ରଥମ ମହଲାରେ ରାମ ଦରବାର ନିର୍ମାଣ କରାଯିବ । ସେଠାରେ ଧଳା ମାର୍ବଲରେ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ ।

ସୂଚନାଯୋଗ୍ୟ, ରାମ ମନ୍ଦିର ଟ୍ରଷ୍ଟ ଭାରତୀୟ ଡାକ ମାଧ୍ୟମରେ ୨୧୦୦ କୋଟି ଟଙ୍କାର ଚେକ୍ ପାଇଛି। ଏହି ଚେକ୍ ଗୁଡିକ ପ୍ରଧାନମନ୍ତ୍ରୀଙ୍କ ବିପର୍ଯ୍ୟୟ ପାଣ୍ଠି ପାଇଁ ଥିବା କାରଣରୁ ଏହାକୁ ପ୍ରଧାନମନ୍ତ୍ରୀଙ୍କ ବିପର୍ଯ୍ୟୟ ପାଣ୍ଠିରେ ଜମା କରିବାକୁ ପଠାଯାଇଛି। ରାମ ମନ୍ଦିର ନିର୍ମାଣର ଆନୁମାନିକ ମୂଲ୍ୟ ପ୍ରାୟ ୧୮୦୦ କୋଟି ଟଙ୍କା। ସେଥିରୁ ୬୦ ପ୍ରତିଶତ ଖର୍ଚ୍ଚ କେବଳ କାନ୍ଥ କାର୍ଯ୍ୟରେ ଖର୍ଚ୍ଚ ହେଉଛି । ରାମ ମନ୍ଦିରର ତଳ ମହଲା କାର୍ଯ୍ୟ ପ୍ରାୟ ୯୦ ପ୍ରତିଶତ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇସାରିଛି । ଦ୍ୱିତୀୟ ମହଲାର ନିର୍ମାଣ କାମ ପ୍ରାୟ ୭୦ ପ୍ରତିଶତ ଶେଷ ହୋଇଥିବା ସୂଚନା ମିଳିଛି ।

Also Read- Mangal & Shukra Gochar 2024: ଶୁକ୍ର ଏବଂ ମଙ୍ଗଳ ଚଳନ, ୫ ରାଶିରେ ପଡିବ ବଡ଼ ପ୍ରଭାବ

Also Read- ସୁଭଦ୍ରାର ପ୍ରକୃତ ହିତାଧିକାରୀ କିଏ? କେମିତି ମିଳିବ ଟଙ୍କା? ଜାଣନ୍ତୁ