Ram Temple Opening Date: ରାମ ମନ୍ଦିରରେ କେବେ ହେବ ପ୍ରାଣ ପ୍ରତିଷ୍ଠା? କିପରି ହେବ ରାମଲାଲାଙ୍କ ମୂର୍ତ୍ତି?
Advertisement
Article Detail0/zeeodisha/odisha1515927

Ram Temple Opening Date: ରାମ ମନ୍ଦିରରେ କେବେ ହେବ ପ୍ରାଣ ପ୍ରତିଷ୍ଠା? କିପରି ହେବ ରାମଲାଲାଙ୍କ ମୂର୍ତ୍ତି?

Ayodhya Ram Mandir: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟ ରାମ ମନ୍ଦିର ନିର୍ମାଣ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ଏନେଇ ସେ କହିଛନ୍ତି ପୂର୍ବ ଯୋଜନା ହୋଇଥିବା ସମୟସୀମା ଅନୁଯାୟୀ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଆମେ ପ୍ରାଣ ପ୍ରତିଷ୍ଠା କରିପାରିବା।

Ram Temple Opening Date: ରାମ ମନ୍ଦିରରେ କେବେ ହେବ ପ୍ରାଣ ପ୍ରତିଷ୍ଠା? କିପରି ହେବ ରାମଲାଲାଙ୍କ ମୂର୍ତ୍ତି?

Ram Mandir Prana Pratishta: ଧର୍ମନଗରୀ ଅଯୋଧ୍ୟା ଠାରେ ଦ୍ରୁତ ଗତିରେ ଚାଲିଛି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ। ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ରାମ ଜନ୍ମଭୂମି ମାମଲାରେ ସୁପ୍ରିମକୋର୍ଟ ରାୟ ଆସିବା ପର ଠାରୁ ଜାରି ରହିଛି। ରାମ ମନ୍ଦିର   ନିର୍ମାଣ କାର୍ଯ୍ୟର ପରିସମାପ୍ତିକୁ ଅପେକ୍ଷା କରିଛନ୍ତି ଦେଶବାସୀ। କୁହାଯାଉଛି ଯେ ଆସନ୍ତା ୨୦୨୪ ସୁଦ୍ଧା ରାମ ମନ୍ଦିର ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ। ସଦ୍ୟ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ଏକ ବଡ଼ ବିୟାନ ସାମ୍ନାକୁ ଆସିଛି। ଯେଉଁଥିରେ ସେ କହିଛନ୍ତି ଯେ ଚଳିତ ବର୍ଷ ଡିସେମ୍ବରରେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କରାଯିବ।

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ (Shri Ram Janmabhoomi Teerth Kshetra Trust) ସାଧାରଣ ସମ୍ପାଦକ ଚମ୍ପତ ରାୟ (Champat Rai) ରାମ ମନ୍ଦିର ନିର୍ମାଣ (Ram Mandir Construction) ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ଏନେଇ ସେ କହିଛନ୍ତି ପୂର୍ବ ଯୋଜନା ହୋଇଥିବା ସମୟସୀମା ଅନୁଯାୟୀ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଆମେ ପ୍ରାଣ ପ୍ରତିଷ୍ଠା କରିପାରିବା। ରାମଭକ୍ତ କେତେ ଦୂରରୁ ତାଙ୍କର ଆରାଧ୍ୟ ଦେବତାଙ୍କୁ ଦର୍ଶନ କରିପାରିବେ ସେ ସମ୍ପର୍କରେ ଜଣାଇଛନ୍ତି। ରାମ ଭକ୍ତ ପ୍ରାୟ ୩୦-୩୫ ଫୁଟ ଦୂରରୁ ସେମାନଙ୍କ ଆରାଧ୍ୟ ଦେବତାଙ୍କ ଦର୍ଶନ କରିପାରିବେ।

Also Read: Ayodhya: କେତେ ଆଗେଇଲାଣି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ?

ଅଯୋଧ୍ୟା ରାମ ମନ୍ଦିରର (Ayodhya Ram Mandir) ମୂର୍ତ୍ତି କିପରି ହେବ ସେ ସମ୍ପର୍କରେ ଜଣାଇଛନ୍ତି ଚମ୍ପତ ରାୟ। ଏନେଇ ସେ କହିଛନ୍ତି ରାମ ମନ୍ଦିରରେ ରାମଲାଲାଙ୍କ ୫-୭ ବର୍ଷର ବାଳସ୍ୱରୂପ ପ୍ରତିମୂର୍ତ୍ତୀ (Ayodhya Ram Mandir Idol) ସ୍ଥାନ ପାଇବ। ହେଲେ ଏହା ଏତେ ବଡ ହେବ ଯେ ରାମ ଭକ୍ତ ସେମାନଙ୍କ ଭଗବାନଙ୍କ ଆଖି ଏବଂ ପାଦକୁ ନିଜ ଆଖିରେ ଦେଖିପାରିବେ। ରାମଲାଲାଙ୍କ ପ୍ରତିମୂର୍ତ୍ତି ଆକାଶ ଏବଂ ଧୂସର ରଙ୍ଗର ପଥରରେ ତିଆରି ହେବ। ଯାହା ଦେଖିବାକୁ ବହୁତ ସୁନ୍ଦର ହେବ।

Also Read:  Ayodhya: ରାମଲାଲାଙ୍କ ଦର୍ଶନ ପାଇଁ ହୋଇଯାନ୍ତୁ ପ୍ରସ୍ତୁତ, ସାମ୍ନାକୁ ଆସିଲା ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ତାରିଖ

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ସାଧାରଣ ସମ୍ପାଦକଙ୍କ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ (Union Home Minister) ଅମିତ ଶାହ (Amit Shah) ରାମ ମନ୍ଦିର ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଚଳିତ ବର୍ଷ ଆରମ୍ଭରେ କେନ୍ଦ୍ରମନ୍ତ୍ରୀ ଶାହ ଅଯୋଧ୍ୟା ଗସ୍ତ କରିବା ପାଇଁ ଟିକେଟ୍ ବୁକ୍ କରିବାକୁ କହିଥିଲେ। କାରଣ ୨୦୨୪ ଜାନୁୟାରୀ ୧ ତାରିଖ ସୁଦ୍ଧା ପ୍ରଭୁ ରାମଲାଲାଙ୍କ ମହାନ ମନ୍ଦିର (Ayodhya Ram Mandir) ପ୍ରସ୍ତୁତ ହୋଇଯିବ। ଲୋକେ ରାମ ମନ୍ଦିର ପରିଦର୍ଶନ କରିପାରିବେ। ରାମ ମନ୍ଦିରରେ ଭକ୍ତଙ୍କ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। ରାମଲାଲା ମନ୍ଦିର ନିର୍ମାଣ ହେବା ପରେ ଲକ୍ଷ ଲକ୍ଷ ରାମଭକ୍ତ ଦର୍ଶନ ପାଇଁ ଅଯୋଧ୍ୟା ଠାରେ ପହଞ୍ଚି ପାରିବେ।