Ayodhya: କେତେ ଆଗେଇଲାଣି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ?
Advertisement
Article Detail0/zeeodisha/odisha1426664

Ayodhya: କେତେ ଆଗେଇଲାଣି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ?

Ayodhya Ram Mandir: ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମ ମନ୍ଦିରର ଗର୍ଭ ଗୃହ ନିର୍ମାଣ କାର୍ଯ୍ୟ ରାଜସ୍ଥାନ କାରିଗରଙ୍କ ଦ୍ୱାରା କରାଯାଉଛି।

Ayodhya: କେତେ ଆଗେଇଲାଣି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ?

Ram Mandir Construction: ଆଗକୁ ଆଗକୁ ମାଡି ଚାଲିଛି ଧର୍ମ ନଗରୀ ଅଯୋଧ୍ୟା ଠାରେ ନିର୍ମାଣ ହେଉଥିବା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ। ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମ ମନ୍ଦିରର ଗର୍ଭ ଗୃହ ନିର୍ମାଣ କାର୍ଯ୍ୟ ରାଜସ୍ଥାନ କାରିଗରଙ୍କ ଦ୍ୱାରା କରାଯାଉଛି। ଗର୍ଭ ଗୃହକୁ ରାଜସ୍ଥାନ ମକରାନା ଠାରେ ମିଳୁଥିବା ମାର୍ବଲ ପଥରରୁ ପ୍ରସ୍ତୁତ କରାଯାଉଛି। ଯାହାର ଠିକା ଜିଆଉଲ୍ ଉସମାନି କମ୍ପାନୀ ପାଇଛି। ରମଜାନ୍ ସେଠ ନାମକ ବ୍ୟକ୍ତି ଗର୍ଭ ଗୃହ ନିର୍ମାଣ କାର୍ଯ୍ୟରେ ବ୍ୟବହାର ହେବାକୁ ଯାଉଥିବା ପଥର ଖୋଦନ କାର୍ଯ୍ୟରେ ଲାଗି ପଡି଼ଛନ୍ତି।

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ରମଜାନ୍ ସେଠ। ଏନେଇ ସେ  କହିଛନ୍ତି ଯେ ଏହି ତିନୋଟି ସ୍ଥାନରେ ମନ୍ଦିର ଗର୍ଭଗୃହର ବିଭିନ୍ନ ଅଂଶ ପ୍ରସ୍ତୁତ କରାଯାଉଛି। ଗର୍ଭ ଗୃହ ୩ ମହଲାରେ ନିର୍ମାଣ ହେବ। ରାମ ସିଂହାସନ ଡିଜାଇନ୍ ପ୍ରସ୍ତୁତ କରାଯାଉଛି। ସିଂହାସନ ପାଇଁ ସର୍ବୋତ୍ତମ ମାର୍ବଲ ପଥର ଖୋଜାଯାଉଛି। ମାର୍ବଲ ସିଂହାସନ ଗଠନରେ ସୁନା ଏବଂ ରୂପା ସ୍ତର ରହିବ।

ମାନଚିତ୍ର ଅନୁଯାୟୀ ମୋଟ ୪୪୦ ବର୍ଗଫୁଟ ହେବ ରାମ ମନ୍ଦିର ଗର୍ଭଗୃହ। ଯାହାର ଉଚ୍ଚତା ୧୬ ଫୁଟ ହେବ। ଯାହାକୁ ଧଳା ମାର୍ବଲ ପଥରରେ ନିର୍ମାଣ କରାଯିବ। ଏହା ଉପରେ ଏକ କଳସ ସ୍ଥାପନ କରାଯିବ। ଗର୍ଭ ଗୃହ ୩ ମହଲାରେ ନିର୍ମାଣ କରାଯିବ। ଯେଉଁଠାରେ ରାମ ଲାଲାଙ୍କ ସିଂହାସନ ନିର୍ମାଣ କରାଯିବ। ଏଠାରେ ଭଗବାନ ଶ୍ରୀରାମଙ୍କ ଏକ ବିରାଟ ପ୍ରତିମା ସ୍ଥାପନ ହେବ। ଏହାର ସମଗ୍ର କ୍ଷେତ୍ର ୧୧୦ ବର୍ଗଫୁଟ ହେବ। ଏହାର କାନ୍ଥ ୩ ଫୁଟ ଚଉଡା ହେବ। ପ୍ରତ୍ୟେକ ମହଲାରେ ୮-୮ କବାଟ ଲଗାଯିବ। ଗର୍ଭଗୃହରେ ୧୫ ହଜାର ଘନଫୁଟ ମାର୍ବଲ ରହିବ।

Also Read: Ayodhya: ରାମଲାଲାଙ୍କ ଦର୍ଶନ ପାଇଁ ହୋଇଯାନ୍ତୁ ପ୍ରସ୍ତୁତ, ସାମ୍ନାକୁ ଆସିଲା ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ତାରିଖ

ବର୍ତ୍ତମାନ ପର୍ଯ୍ୟନ୍ତ  ପ୍ରାୟ ୭୦୦୦ ଘନଫୁଟ ପଥର ପ୍ରସ୍ତୁତ ହୋଇ ମାକରାନାର ବିଭିନ୍ନ କର୍ମଶାଳାରୁ ଅଯୋଧ୍ୟା ପଠାଯାଇଛି। ଯେଉଁଥିରେ ସ୍ତମ୍ଭ, ମନ୍ଦିର ଦ୍ୱାର ବନ୍ଧ, ବିମ୍ ଏବଂ ଚଟାଣ ପଥର ଅନ୍ତର୍ଭୂକ୍ତ ରହିଛି। ଏପରିକି ତାଜମହଲ ଠାରୁ ସର୍ବୋତ୍ତମ ମାର୍ବଲ, ଉଚ୍ଚମାନର ମାର୍ବଲ ଯାହା କେବେ ହଳଦିଆ ହେବ ନାହିଁ ତାହାକୁ ଅଯୋଧ୍ୟା ପଠାଯାଇଛି।

ଆଗ୍ରାର ତାଜମହଲ ଏବଂ କୋଲକାତାର ଭିକ୍ଟୋରିଆ ପ୍ୟାଲେସ ଏହି ମକରାନା ମାର୍ବଲ ପଥରରୁ ନିର୍ମିତ ହୋଇଛି। ହେଲେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣରେ ବ୍ୟବହାର ହେବାକୁ ଥିବା ମାର୍ବଲ ପଥର ଉଭୟ ତାଜମହଲ ଏବଂ ଭିକ୍ଟୋରିଆ ପ୍ୟାଲେସ ଅପେକ୍ଷା ଉଚ୍ଚ ଗୁଣବତ୍ତା ଯୁକ୍ତ। ଏହି ପଥରରେ ପ୍ରାୟ ୯୯% କ୍ୟାଲସିୟମ ଅଛି ଏବଂ ଏଥିରେ ଆଦୌ ଲୁହା  ଉପଦାନ ନାହିଁ। ଏହି ମନ୍ଦିର ସବୁବେଳେ ଏହାର ଧଳା ଚମକ ବିସ୍ତାର କରିବ ଏବଂ ଏହା କଦାପି ହଳଦିଆ ପଡ଼ିବ ନାହିଁ। ପଥରର ଦ୍ୱିତୀୟ ସୌନ୍ଦର୍ଯ୍ୟ ହେଉଛି ଯେ ଯେତେ ଲୋକ ଏହା ଉପରେ ଚାଲିବେ କିମ୍ବା ହାତ ରଖିବେ ଅଥବା ଏହାକୁ କପଡ଼ା କିମ୍ବା ପାଣିରେ ସଫା କରାଯାଏ ତାହେଲେ ମନ୍ଦିରର ଚମକିବା ଜାରି ରହିବ।

ରାମଲାଲା ମନ୍ଦିରରେ ତିନି ମହଲାର ହେବ। ପ୍ରତ୍ୟେକ ମହଲାରେ ତିନି ପ୍ରକାରର ୮-୮ କବାଟ ରହିବ। ପ୍ରଥମେ ମୁଖ୍ୟ ଦ୍ୱାର,  ଏହା ପରେ ଭିନ୍ନ ଭିନ୍ନ ଦିଗରେ ପରିକ୍ରମ କରାଯିବାକୁ ଥିବା ସ୍ଥାନରେ ତିନୋଟି ଛୋଟ ଛୋଟ କବାଟ ରହିବ। ବାହ୍ୟ ପରିସର ସାମ୍ନାରେ ଅନ୍ୟ ଚାରୋଟି କବାଟ ରହିବ। ଯେଉଁଠାରେ ଲୋକମାନେ ଏକତ୍ରିତ ହେବେ। ରାମଲାଲା ପ୍ରତ୍ୟେକ ଦିଗରୁ ଦର୍ଶନ କରାଯିବ। ସମସ୍ତ ପ୍ରକାରର କବାଟ ଖୋଦନ କାର୍ଯ୍ୟ ଅଲଗା ଅଲଗା ରହିବ।