Ayodhya Ram Mandir: କେବେ ହେବ ପ୍ରାଣ ପ୍ରତିଷ୍ଠା? କେବେ ବିରାଜମାନ କରିବେ ରାମଲାଲା?
Advertisement
Article Detail0/zeeodisha/odisha1711262

Ayodhya Ram Mandir: କେବେ ହେବ ପ୍ରାଣ ପ୍ରତିଷ୍ଠା? କେବେ ବିରାଜମାନ କରିବେ ରାମଲାଲା?

Ayodhya Ram Mandir Inauguration Date: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପରେ କୌଣସି ଆଲୋଚନା ହୋଇନାହିଁ। ସାଧୁସନ୍ଥଙ୍କ ପରାମର୍ଶ ପରେ ମନ୍ଦିର ଉଦଘାଟନ କାର୍ଯ୍ୟକ୍ରମ ସ୍ଥିର କରାଯିବ ବୋଲି ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।

Ayodhya Ram Mandir: କେବେ ହେବ ପ୍ରାଣ ପ୍ରତିଷ୍ଠା? କେବେ ବିରାଜମାନ କରିବେ ରାମଲାଲା?

Ayodhya Ram Mandir Pran Pratishtha: ଧର୍ମ ନଗରୀ ଅଯୋଧ୍ୟା ଠାରେ ନିର୍ମିତ ହେଉଥିବା ରାମ ଜନ୍ମଭୂମୀ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କେବେ ହେବ? ଏପରିକି ଅଯୋଧ୍ୟା ରାମ ମନ୍ଦିରର ଉଦଘାଟନ ପାଇଁ କୌଣସି ତାରିଖ ସ୍ଥିର କରାଯାଇ ନାହି। ହେଲେ ଆଶା କରାଯାଉଛି ଯେ ଏହି ଶୁଭ କାର୍ଯ୍ୟ ଚଳିତ ବର୍ଷ ୩୧ ଡିସେମ୍ବରୁ ଆସନ୍ତା ବର୍ଷ ୧୫ ଜାନୁୟାରୀ ମଧ୍ୟରେ ଏହା ହୋଇପାରେ। 

ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ (Shri Ram Janmabhoomi Teerth Kshetra Trsut) ସାଧାରଣ ସମ୍ପାଦକ ଚମ୍ପତ ରାୟ (Champat Rai) ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଗୁରୁବାର ଠାରୁ ଆରମ୍ଭ ହୋଇଥିବା ବିଶ୍ୱ ହିନ୍ଦୁ ପରିଷଦ ମାର୍ଗଦର୍ଶକ ମଣ୍ଡଳ (Vishwa Hindu Parishad Margdarshak Mandal) ବୈଠକରେ ଭାଗ ନେବାକୁ ଅଯୋଧ୍ୟ (Ayodhya) ଆସିଛନ୍ତି ଚମ୍ପତ ରାୟ। ଏନେଇ ସେ କହିଛନ୍ତି ଯେ ବର୍ତ୍ତମାନ ଅଯୋଧ୍ୟା ଠାରେ ରାମ ଜନ୍ମଭୂମୀ ମନ୍ଦିରର (Ayodhya Ram Mandir Inauguration Date) ଉଦଘାଟନ ତାରିଖ ବିଷୟରେ କେବଳ ଗଣମାଧ୍ୟମରେ ଆଲୋଚନା ହେଉଛି। ହେଲେ ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ (Ayodhya Ram Mandir Trust) ପାଖରେ ଏହାର କୌଣସି ଖବର ନାହିଁ।

Also Read: Ayodhya Ram Mandir: ଧାର୍ଯ୍ୟ ସମୟ ପୂର୍ବରୁ ଶେଷ ହେବ ରାମ ମନ୍ଦିର ନିର୍ମାଣ, କେବେ ସରିବ ନିର୍ମାଣ?

ଅଯୋଧ୍ୟା ଠାରେ ଜାରି ରହିଥିବା ରାମ ଜନ୍ମଭୂମୀ ମନ୍ଦିର ନିର୍ମାଣ କାର୍ଯ୍ୟକୁ (Ayodhya Ram Mandir Construction) ଉତ୍ସାହଜନକ ବୋଲି ବର୍ଣ୍ଣନା କରିଛନ୍ତି ଚମ୍ପତ ରାୟ। ମନ୍ଦିରର ତଳ ମହଲାରେ କାର୍ଯ୍ୟ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଶେଷ ହେବ ବୋଲି ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ସାଧାରଣ ସମ୍ପାଦକ। ଚମ୍ପତ ରାୟ ଆଶା କରିଛନ୍ତି ଯେ ଆସନ୍ତା ୩୧ ଡିସେମ୍ବରରୁ ୧୫ ଜାନୁୟାରୀ ମଧ୍ୟରେ ପଡୁଥିବା କୌଣସି ଶୁଭ ଦିନରେ ପ୍ରଭୁ ଶ୍ରରାମଙ୍କ ପ୍ରାଣ ପ୍ରତିଷ୍ଠା ଅଯୋଧ୍ୟା ରାମ ମନ୍ଦିରରେ (Ayodhya Ram Mandir Pran Pratishtha) ସମ୍ପନ୍ନ ହେବ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ମନ୍ଦିର ଟ୍ରଷ୍ଟ ପକ୍ଷରୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପରେ କୌଣସି ଆଲୋଚନା ହୋଇନାହିଁ। ସାଧୁସନ୍ଥଙ୍କ ପରାମର୍ଶ ପରେ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଏବଂ ଉଦଘାଟନ କାର୍ଯ୍ୟକ୍ରମ ସ୍ଥିର କରାଯିବ।

Also Read: Ayodhya Ram Mandir: ମନ୍ଦିରରେ ଏହି ଦିନ ବିରାଜମାନ ହେବେ ପ୍ରଭୁ ରାମ, ସାମ୍ନାକୁ ଆସିଗଲା ତାରିଖ

 

ଅଯୋଧ୍ୟା ଠାରେ ନିର୍ମିତ ହେଉଥିବା ମନ୍ଦିରର (Ayodhya Ram Mandir) ଲମ୍ବା ପୂର୍ବ ଦିଗରୁ ପଶ୍ଚିମ ପର୍ଯ୍ୟନ୍ତ ୩୮୦ ଫୁଟ, ଦକ୍ଷିଣ ଦିଗରୁ ଉତ୍ତର ପର୍ଯ୍ୟନ୍ତ ୨୫୦ ଚଉଡ଼ା ହୋଇଥିବା ବେଳେ, ଭୂମିରୁ ଶିଖର ପର୍ଯ୍ୟନ୍ତ ମନ୍ଦିରର ଉଚ୍ଚତା ହେଉଛି ୧୬୧ ଫୁଟ। କେବଳ ଗ୍ରାନାଇଟ ପଥର ଦ୍ୱାରା ନିର୍ମିତ ମନ୍ଦିର ଚଉରାର ଉଚ୍ଚତା ୧୬ ଫୁଟ ରଖାଯାଇଥିବାବେଳେ ମନ୍ଦିରର ତିନି ମହଲାରେ ମୋଟ ୩୯୨ ସ୍ତମ୍ଭ ରହିଛି। ମନ୍ଦିରର କୌଣସି ସ୍ଥାନର ନିର୍ମାଣରେ ଲୁହା କିମ୍ବା କଂକ୍ରିଟ୍ ବ୍ୟବହାର କରାଯାଇ ନାହିଁ। କେବଳ ପଥର ବ୍ୟବହାର କରି ମନ୍ଦିର ନିର୍ମାଣ କରାଯାଉଛି। ଯାହାକୁ ତମ୍ବା ପତ୍ର ସହିତ ମିଶାଯାଉଛି। ଯେତେବେଳେ ମନ୍ଦିର ପ୍ରସ୍ତୁତ ହୋଇଯିବ, ସେତେବେଳେ ଏହା ଲୋକଙ୍କ ପାଇଁ କୌଣସି ଆଶ୍ଚର୍ଯ୍ୟ ଠାରୁ କମ୍ ହେବ ନାହିଁ।