Utkal Divas 2023: ଉତ୍କଳ ଦିବସରେ ରାଜ୍ୟବାସୀଙ୍କୁ ଉପହାର, ଭୁବନେଶ୍ୱରରୁ ଦୁବାଇକୁ ଆରମ୍ଭ ହେବ ବିମାନ ସେବା
Advertisement

Utkal Divas 2023: ଉତ୍କଳ ଦିବସରେ ରାଜ୍ୟବାସୀଙ୍କୁ ଉପହାର, ଭୁବନେଶ୍ୱରରୁ ଦୁବାଇକୁ ଆରମ୍ଭ ହେବ ବିମାନ ସେବା

Utkal Divas 2023 In Odia : ଆସନ୍ତାକାଲି ଉତ୍କଳ ଦିବସ (Utkala Divas)। ଚଳିତ ବର୍ଷ ୮୮ ତମ ଉତ୍କଳ ଦିବସ (Utkala Divas)ପାଳନ କରିବ ଓଡ଼ିଶା । ଏହି ଦିନକୁ ନେଇ ସାରା ରାଜ୍ୟବାସୀ ଉତ୍ସାହିତ ଥିବା ବେଳେ ଗର୍ବର ସହ ଉତ୍କଳ ଦିବସ ପାଳ କରନ୍ତି ପ୍ରତିଟି ଓଡ଼ିଆ । ନିଜକୁ ଓଡ଼ିଆ ଭାବେ ଗର୍ବ ଅନୁଭବ କରନ୍ତି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Utkal Divas 2023 In Odia : ଆସନ୍ତାକାଲି ଉତ୍କଳ ଦିବସ (Utkala Divas)। ଚଳିତ ବର୍ଷ ୮୮ ତମ ଉତ୍କଳ ଦିବସ (Utkala Divas)ପାଳନ କରିବ ଓଡ଼ିଶା । ଏହି ଦିନକୁ ନେଇ ସାରା ରାଜ୍ୟବାସୀ ଉତ୍ସାହିତ ଥିବା ବେଳେ ଗର୍ବର ସହ ଉତ୍କଳ ଦିବସ ପାଳ କରନ୍ତି ପ୍ରତିଟି ଓଡ଼ିଆ । ନିଜକୁ ଓଡ଼ିଆ ଭାବେ ଗର୍ବ ଅନୁଭବ କରନ୍ତି । ଅପ୍ରେଲ ୧ ରେ ହିଁ ଓଡିଶା ପାଇଥିଲା ନିଜର ସ୍ୱତନ୍ତ୍ର ପରିଚୟ । ପୂର୍ବରୁ ବିହାରର ଏକ ଅଂଶ ହୋଇ ରହିଥିବା ବେଳେ ୧୯୩୬ ମସିହା ଅପ୍ରେଲ ୧ ରେ ନୂତନ ପ୍ରଦେଶ ଭାବରେ ପ୍ରତିଷ୍ଠା ହୋଇଥିଲା ଓଡିଶା । ତେବେ ସେହି ସମୟରେ ରାଜ୍ୟର ନାମ ରହିଥିଲା ଉତ୍କଳ । ତେଣୁ ଏହାକୁ ଉତ୍କଳ ଦିବସ ଭାବରେ ପାଳନ କରାଯାଏ ।

ଓଡିଶାର ସ୍ୱତନ୍ତ୍ର ପରିଚୟ ଏବଂ ପ୍ରତିଷ୍ଠା ଦିବସକୁ ମନେ ରଖିବା ପାଇଁ ଏହି ଦିନକୁ ପାଳନ କରିଥାନ୍ତି କୋଟି କୋଟି ଓଡିଆ । ଏ-ଅବସରରେ ଓଡିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ (Chief Minister Naveen Patnaik )ଭେଟି ଦେବେ ।  ଏପ୍ରିଲ ୧ରୁ (1st April)ଭୁବନେଶ୍ବରରୁ (Bhubaneswar) ଦୁବାଇକୁ ( Dubai) ଉଡିବ ପ୍ରଥମ ବିମାନ  । ରାଜ୍ୟ ସରକାରଙ୍କୁ ଏନେଇ ଖୁସି ଖବର ଦେଇଛି ଇଣ୍ଡିଗୋ ଏୟାରଲାଇନ୍ସ  । ତିନୋଟି ମୁଖ୍ୟ ସହରକୁ ବିମାନ ଚଳାଚଳ ପାଇଁ ଓଡିଶା ସରକାରଙ୍କୁ ପ୍ରସ୍ତାବ ଦେଇଥିଲା ଇଣ୍ଡିଗୋ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ଗତ ଡିସେମ୍ବର ୨୭ରେ ଏ-ହାକୁ ମଞ୍ଜୁରୀ ଦେଇଥିଲେ  ।

fallback

Also Read : Navjot Singh Sidhu: ଆସନ୍ତାକାଲି ମୁକୁଳିବେ ସିଦ୍ଧୁ! ହତ୍ୟା ମାମଲାରେ କାଟୁଛନ୍ତି ସଜା

Also Read : Weird News: ୩୮ ଦିନ ସମୁଦ୍ରରେ ଫସି ରହିଲେ ପୁରା ପରିବାର, ଜୀବନ ବଞ୍ଚାଇବା ପାଇଁ ପିଇଲେ କଇଁଛର ରକ୍ତ ସାଙ୍ଗକୁ...

ପ୍ରଥମ ଥର ପାଇଁ ଉତ୍କଳ ଦିବସରୁ ଦୁବାଇକୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି  । ବିଜୁ ପଟ୍ଟନାୟକ ବିମାନ ବନ୍ଦରର ଟର୍ମିନାଲ ୨ (Terminal-2 of Biju Patnaik International Airport) କାମ ଚାଲୁଥିବାରୁ ଟିକେଟ ବୁକିଂ ପ୍ରକ୍ରିୟା ଏଯାଏଁ ଆରମ୍ଭ ହୋଇନାହିଁ  । ମାସକ ମଧ୍ୟରେ କାମ ସମ୍ପୂର୍ଣ୍ଣ କରି ବିମାନ ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ରାଜ୍ୟ ପରିବହନ ବିଭାଗ  । ଦୁବାଇ ପରେ ଖୁବଶୀଘ୍ର ସିଙ୍ଗାପୁର ଓ ବ୍ୟାଂକକ୍‌ ମଧ୍ୟରେ ଆରମ୍ଭ ହେବ ବିମାନ ସେବା  ।

ନିକଟରେ,ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱର – ରଙ୍ଗେଇଲୁଣ୍ଡା ମଧ୍ୟରେ ବିମାନ ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଏହି ସେବାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ୯ ସିଟ୍ ବିଶିଷ୍ଟ ବିମାନ ଉଡ଼ାଣ ଆରମ୍ଭ ହୋଇଛି । ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡା ଏହି ବିମାନ ସପ୍ତାହରେ ଦୁଇ ଦିନ ଚଳାଚଳ କରିବ । ୫୦ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରୁ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଂଚିବ ବିମାନ । କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ରଙ୍ଗେଇଲୁଣ୍ଡା ବିମାନ ଘାଟିର ସମ୍ପ୍ରସାରଣ ଓ ବିକାଶ ପାଇଁ ୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, ଦୀର୍ଘ ଦିନ ହେଲା ଗଞ୍ଜାମ ଜିଲ୍ଲାବାସୀ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ବିମାନ ଉଡ଼ାଣ ନେଇ ଦାବି ଉପସ୍ଥାପନ କରି ଆସୁଥିଲେ । ବିମାନ ଉଡ଼ାଣର ଶୁଭାରମ୍ଭ ପରେ ଜିଲ୍ଲା ବାସୀ ଏନେଇ ଖୁସିବ୍ୟକ୍ତ କରିଛନ୍ତି ।

Also Read : Balasore News: ୫ ପୋଲିସଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଦୁର୍ବୃତ୍ତ

Also Read : Puri News: ଜଗା ଶରଣରେ ଜୟପ୍ରଦା ,କହିଲେ କାଳିଆର ଡୋରୀ ଲାଗିଛି ବୋଲି...

Also Read : Balasore News: ମେଡିକାଲ କଲେଜ ଛାତରୁ ପଡି ଛାତ୍ରଙ୍କ ମୃତ୍ୟୁ, ଶେଷ ମେସେଜରେ ବାପାଙ୍କୁ ଲେଖିଥିଲେ...