Hitech Hospital ଟ୍ରାଜେଡ଼ି: ଭୁଲ୍‍ ବ୍ୟକ୍ତିଙ୍କୁ ମୃତ ଘୋଷଣା କରି ଗଲା ୨ ଜୀବନ
Advertisement
Article Detail0/zeeodisha/odisha2044949

Hitech Hospital ଟ୍ରାଜେଡ଼ି: ଭୁଲ୍‍ ବ୍ୟକ୍ତିଙ୍କୁ ମୃତ ଘୋଷଣା କରି ଗଲା ୨ ଜୀବନ

Hitech Hospital Tragedy: ୪ ତାରିଖ ରାତିରେ ଚିକିତ୍ସିତ ହେଉଥିବା ଦିଲ୍ଲୀପ ଚେତା ପାଇବାରୁ ପରିବାର ଲୋକଙ୍କୁ ଖୋଜିଥିଲେ। ପାଖରେ ଥିବା ବନ୍ଧୁ ବାଦଲ ତାଙ୍କ ସହ କଥା ହୋଇ ସେ ଦିଲ୍ଲୀପ ବୋଲି ଜାଣିବାକୁ ପାଇଥିଲେ। ହସ୍‍ପିଟାଲ୍‍ କର୍ତ୍ତୃପକ୍ଷ ଏ ବାବଦରେ ସ୍ପଷ୍ଟିକରଣ ରଖି ଦୋଷ ଅନ୍ୟ ଉପରେ ଲଦିବାକୁ ଚେଷ୍ଟା କରିଛନ୍ତି। 

 

Hitech Hospital ଟ୍ରାଜେଡ଼ି: ଭୁଲ୍‍ ବ୍ୟକ୍ତିଙ୍କୁ ମୃତ ଘୋଷଣା କରି ଗଲା ୨ ଜୀବନ

Hitech Hospital: ଭୁବନେଶ୍ୱର ହାଇଟେକ୍‍ ହସ୍‍ପିଟାଲ୍‍ର ଗୋଟିଏ ଭୁଲ୍‍ ଆଉ ଗୋଟିଏ ନିରୀହ ପ୍ରାଣ ନେଇଛି। ପୋଡ଼ାଜଳା ପୀଡ଼ିତ ଜଣେ ବ୍ୟକ୍ତିଙ୍କୁ ଆଉଜଣଙ୍କ ନାଁରେ ସମ୍ବୋଧନ କରି ମୃତ ଘୋଷଣା କରିବାରୁ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପରିସ୍ଥିତି ଏପରିକି ଯେଉଁ ବ୍ୟକ୍ତିଙ୍କୁ ମୃତ ବୋଲି ଘୋଷଣା କରାଯାଇଛି ତାହାଙ୍କ ପରିବାରଙ୍କୁ ଶବ ସତ୍କାର କରିବାକୁ ବି ସୁଯୋଗ ମିଳିନାହିଁ। ହାଇଟେକ୍‍ ହସ୍‍ପିଟାଲ୍‍ର ଏହି ସାଂଘାତିକ ତ୍ରୁଟି ଜଣାପଡ଼ିଛି ଯେତେବେଳେ ଚିକିତ୍ସା ହେଉଥିବା ସମ୍ପୃକ୍ତ ବ୍ୟକ୍ତି ସଜ୍ଞାନ ଲାଭ କରି ପରିଚିତଙ୍କୁ ଖୋଜିଛି। 

ଡିସେମ୍ବର ୨୯ ତାରିଖରେ ହାଇଟେକ୍‍  ହସ୍‍ପିଟାଲ୍‍ର (Hitech Hospital) ପୁରୁଣା ଏସି ସଜାଡ଼ିବା ବେଳେ ଏକ ବିସ୍ଫୋରଣ ଘଟିଥିଲା। ଏଥିରେ ସମ୍ପୃକ୍ତ ଏସି କମ୍ପ୍ରେସର ସଜାଡ଼ିବାକୁ ଆସିଥିବା ତିନିଜଣ ମେକାନିକଙ୍କ ସମେତ ୪ ଜଣଙ୍କ ଦେହରେ ନିଆଁ ଲାଗିଥିଲା। ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ଅନ୍ୟମାନେ ତାଙ୍କୁ ଛାତ ଉପରୁ ହସ୍‍ପିଟାଲ୍‍ର ପୋଡ଼ାଜଳା ବିଭାଗରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା। ହେଲେ ଗୁରୁତର ଆହତ ହୋଇଥିବା ଜ୍ୟାତିରଞ୍ଜନଙ୍କର ସେଥିରେ ମୃତ୍ୟୁ ଘଟିଥିଲା। ୩୦ ତାରିଖ ରାତି ୯ଟାରେ ଏହି ମୃତ୍ୟୁ ଘୋଷଣା କରିବା ସମୟରେ ହସ୍‍ପିଟାଲ୍‍ କର୍ତ୍ତୃପକ୍ଷ ତାଙ୍କ ନାଁ ଦିଲ୍ଲୀପ ସାମନ୍ତରାୟ ବୋଲି କହିଥିଲେ।  

ତାଙ୍କ ମୃତଦେହକୁ ପୋଷ୍ଟ ମର୍ଟମ (Post Mortem) ପରେ ଦିଲ୍ଲୀପଙ୍କ ଘରକୁ ହସ୍ତାନ୍ତର କରାଯାଇଥିଲା। ମୃତଦେହ ଦେଖି ଦିଲ୍ଲୀପଙ୍କ ପତ୍ନୀ ଧୈର୍ଯ୍ୟ ହରାଇଥିଲା। ସେ ଆତ୍ମହତ୍ୟା କରିଥିଲେ। ଏକୁଟିଆ ହୋଇଯାଇଥିଲା ଦିଲ୍ଲୀପଙ୍କ ବିଧବା ମା'। ମୃତଦେହକୁ ଗାଁ ଶ୍ମସାନରେ ଦିଲ୍ଲିପଙ୍କ ଗାଁ ଲୋକେ ସତ୍କାର କରିଥିଲେ। ଅର୍ଥାତ୍‍ ଜ୍ୟୋତିରଞ୍ଜନଙ୍କ ପରିବାର ତାଙ୍କ ପୁଅର ମୃତଦେହକୁ ସତ୍କାର କରିବାର ଅଧିକାର ହରାଇଥିଲେ। ୪ ତାରିଖ ରାତିରେ ଚିକିତ୍ସିତ ହେଉଥିବା ଦିଲ୍ଲୀପ ଚେତା ପାଇବାରୁ ପରିବାର ଲୋକଙ୍କୁ ଖୋଜିଥିଲେ। ପାଖରେ ଥିବା ବନ୍ଧୁ ବାଦଲ ତାଙ୍କ ସହ କଥା ହୋଇ ସେ ଦିଲ୍ଲୀପ ବୋଲି ଜାଣିବାକୁ ପାଇଥିଲେ। ହସ୍‍ପିଟାଲ୍‍ କର୍ତ୍ତୃପକ୍ଷ ଏ ବାବଦରେ ସ୍ପଷ୍ଟିକରଣ ରଖି ଦୋଷ ଅନ୍ୟ ଉପରେ ଲଦିବାକୁ ଚେଷ୍ଟା କରିଛନ୍ତି। 

ଗୋଟିଏ ପଟେ ବେଆଇନ ଭାବେ ଏସି ପରିଚାଳନା ଏବଂ ଦ୍ୱିତୀୟରେ ଏପରି ଅବହେଳା ନିରୀହ ୩ ନିରୀହ ଜୀବନ ନେଇଥିବା ବେଳେ ଆଉ ଦୁଇ ଜୀବନ ସହ ଖେଳ ଖେଳୁଥିବା ଅଭିଯୋଗ ହୋଇଛି। ତୃତୀୟ ପକ୍ଷ ରକ୍ଷଣାବେକ୍ଷଣ ଏଜେନ୍ସି ହୋଇଥିବାରୁ ଏବେ ହସ୍‍ପିଟାଲ୍‍ କର୍ତ୍ତୃପକ୍ଷ ନିଜ ଉପରୁ ଦୋଷ ଛଡ଼ାଇବାକୁ ଉଦ୍ୟମ କରୁଛନ୍ତି। ପୋଲିସ (Odisha Police) ମଧ୍ୟ ଏହି ମାମଲାରେ ଶକ୍ତ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି।

Also Read: Dense Fog Condition: ୭ ତାରିଖ ଯାଏଁ ଭୟଙ୍କର କୁହୁଡ଼ିରେ ଫସିବେ ଏହିସବୁ ରାଜ୍ୟ, ଦେଖନ୍ତୁ ତାଲିକା

Also Read: Puri: ଆଜିଠୁ ପଞ୍ଚାୟତରୁ ସହର ବୁଲି ଗୁଆ ଓ ଚାଉଳ ସଂଗ୍ରହ କରିବ ‘ଜଗନ୍ନାଥ ରଥ’