Bihar News: କନିଷ୍ଠ ଅଧିକାରୀଙ୍କୁ ଦୁର୍ବ୍ୟବହାର କରି ଫସିଗଲେ ବରିଷ୍ଠ ଅମଲାତନ୍ତ୍ରୀ, ଭିଡିଓ ଭାଇରାଲ ପରେ ବଢିଲା ଅସୁବିଧା
Advertisement

Bihar News: କନିଷ୍ଠ ଅଧିକାରୀଙ୍କୁ ଦୁର୍ବ୍ୟବହାର କରି ଫସିଗଲେ ବରିଷ୍ଠ ଅମଲାତନ୍ତ୍ରୀ, ଭିଡିଓ ଭାଇରାଲ ପରେ ବଢିଲା ଅସୁବିଧା

Bihar Bureaucrat Viral Video: ବିହାର ସରକାରଙ୍କ ମଦ୍ୟ ନିଷେଧ ବିଭାଗର ମୁଖ୍ୟ ସଚିବ ବିଭାଗୀୟ ସମୀକ୍ଷା ବୈଠକ କରିବା ବେଳେ ହଠାତ ତାତି ଉଠିଥିଲେ। ବୈଠକ କରିବା ବେଳେ ସଚିବ କେ.କେ ପାଠକ ବିହାର ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହି ଘଟଣାର ଭିଡ଼ିଓ ଭାଇରାଲ ହେବା ପରେ  ବିହାର ପ୍ରଶାସନିକ ସେବା ସଂଘ ତାଙ୍କୁ ବରଖାସ୍ତ କରିବାକୁ ଦାବି କରିଛି।

 

Bihar News: କନିଷ୍ଠ ଅଧିକାରୀଙ୍କୁ ଦୁର୍ବ୍ୟବହାର କରି ଫସିଗଲେ ବରିଷ୍ଠ ଅମଲାତନ୍ତ୍ରୀ, ଭିଡିଓ ଭାଇରାଲ ପରେ ବଢିଲା ଅସୁବିଧା

Bureaucrat Abusing Junior Officer in Bihar: କନିଷ୍ଠ ଅଧିକାରୀଙ୍କୁ ଦୁର୍ବ୍ୟବହାର କରି ଫସି ଯାଇଛନ୍ତି ଜଣେ ବରିଷ୍ଠ ଅଧିକାରୀ। ଏହି ଘଟଣାର ଭିଡ଼ିଓ ଭାଇରାଲ ହେବା ପରେ ଦୁର୍ବ୍ୟବହାର କରିଥିବା ସେହି ଉଚ୍ଚପଦସ୍ଥ ଅଧିକାରୀଙ୍କ ଲାଗି ସମସ୍ୟା ବଢିଯାଇଛି। ବିହାରରେ ଦେଖିବାକୁ ମିଳିଛି ଏଭଳି ଘଟଣା। 

ରାଜ୍ୟରେ ଜଣେ ବରିଷ୍ଠ ଅମଲାତନ୍ତ୍ରୀ ତାଙ୍କ ବିଭାଗରେ ସମୀକ୍ଷା ବୈଠକ ସମୟରେ ଜଣେ କନିଷ୍ଠ ଅଧିକାରୀଙ୍କୁ ପ୍ରୋବେସନ ସମୟରରେ ଗାଳିଗୁଲଜ କରିବା ଧରାପଡିଛନ୍ତି। ଏହି ଘଟଣାର ଭିଡ଼ିଓ ଭାଇରାଲ ଏବେ ଭାଇରାଲ ହେବାରେଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଆଇଏଏସ୍ ଅଧିକାରୀ କେ.କେ ପାଠକ ସମୀକ୍ଷା ବୈଠକ କରିବା ବେଳେ ଅପଶବ୍ଦ କହୁଛନ୍ତି। ଏହି ବୈଠକ ଚାଲିଥିବା ସମୟରେ ସେହି କନିଷ୍ଠ ଅଧିକାରୀ ସାମ୍ନାରେ ଆଇଏଏସ୍ ଅଧିକାରୀ ଜଣଙ୍କ ଅପଶବ୍ଦ କହିବାରେ ଲାଗିଥିଲେ। ବିହାର ପ୍ରଶାସନିକ ସେବା ସଂଘ ଆଇଏଏସ ଅଧିକାରୀଙ୍କ ଆଚରଣକୁ ନିନ୍ଦା କରିଛି ଏବଂ ତାଙ୍କୁ ବରଖାସ୍ତ କରିବାକୁ ଦାବି କରିଛି।

ବିହାର ସରକାରଙ୍କ ମଦ୍ୟ ନିଷେଧ ବିଭାଗର ମୁଖ୍ୟ ସଚିବ କେ.କେ ପାଠକ ବିଭାଗୀୟ ସମୀକ୍ଷା ବୈଠକ କରିବା ବେଳେ ହଠାତ ତାତି ଉଠିଥିଲେ। ବୈଠକ କରିବା ବେଳେ ସଚିବ କେ.କେ ପାଠକ ବିହାର ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଦିଅନ୍ତି। ଏପରିକି କଥା ଗାଳି ଗୁଲଜ କରିବା ପର୍ଯ୍ୟନ୍ତ ଚାଲିଯାଏ। ସଚିବ ଜଣଙ୍କ କେବଳ ଅଧିକାରୀଙ୍କ ଉପରେ ନିଜର କ୍ରୋଧ ପରିପ୍ରକାଶ କରନ୍ତି ନାହିଁ। ବରଂ ବିହାର ଲୋକଙ୍କ ଉପରେ ମଧ୍ୟ ନିଜର କ୍ରୋଧ ପ୍ରକାଶ କରନ୍ତି। 

ଅଧିକାରୀ ଜଣଙ୍କ କହିଛନ୍ତି ବିହାରର ଲୋକ ରେଡ ଲାଇଟ ଠାରେ ରହିଥିବା ସମୟରେ ହର୍ଣ୍ଣ ବଜାଇଥାନ୍ତି। ଚେନ୍ନାଇ କେହି ରେଡ ଲାଇଟ ଠାରେ ରହିଥିବା ସମୟରେ ହର୍ଣ୍ଣ ବଜାଇବାର ଦେଖିଛ। ଏଠାକାର ଲୋକ କୌଣସି କଥା ବୁଝନ୍ତି ନାହିଁ। ଜଣେ କନିଷ୍ଠ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ବେଳେ ଆଇଏଏସ ଅଧିକାରୀ  କେ.କେ ପାଠକ୍ କହିଛନ୍ତି ଯେ ଏଠାକାର ଅଧିକାରୀ ମଧ୍ୟ ସ୍ଥାନୀୟ ଲୋକଙ୍କ ଭଳି ସମାନ। ଜଣେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ସେ କହିଛନ୍ତି ଯେ ମୋତେ ଲେଖିକରି ଦିଅ, ସମସ୍ତଙ୍କ ମାଆ ଏବଂ ଭଉଣୀଙ୍କୁ ଏକାଠି କରିଦେବି। ବୈଠକ ବେଳେ ଜଣେ ଅଧିକାରୀ କ୍ଷମା ମାଗୁଥିବା ଦେଖିବାକୁ ମିଳିଛି। କିନ୍ତୁ ସଚିବ କେ.କେ ପାଠକ କହିଛନ୍ତି ଯେ ବିହାର ପ୍ରଶାସନ ହେଉଛି ବ୍ୟର୍ଥ। 

ବୈଠକ ବେଳେ ନିଜେ କରିଥିବା କାରନାମାର ଭିଡ଼ିଓ ଭାଇରାଲ ହେବା ପରେ ସଚିବ କେକେ ପାଠକ କହିଛନ୍ତି  ଯେ ଅଧିକାରୀଙ୍କ ସହ କିଛି ସମସ୍ୟା ରହିଛି। ମୁଁ ବିଭାଗୀୟ ସମୀକ୍ଷା ବୈଠକ ବେଳେ ମୋର କ୍ରୋଧ ହରାଇଥିଲି। ହେଲେ କାହା ପ୍ରତି ମୋର କୌଣସି ଖରାପ ମନୋଭାବ ନାହିଁ।

ଭିଡିଓ ଭାଇରାଲ ହେବା ପରେ ବିହାର ପ୍ରଶାସନିକ ସେବା ସଂଘ ସଭାପତି ସୁନୀଲ ତିୱାରୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସଂଘ ସଭାପତି କହିଛନ୍ତି ଯେ ସରକାର ଯଥାଶୀଘ୍ର ସଚିବ କେ.କେ ପାଠକଙ୍କୁ ବରଖାସ୍ତ କରନ୍ତୁ। ଆଇଏସ ଅଧିକାରୀ କେକେ ପାଠକ ମଦ୍ୟ ନିଷେଧ ବିଭାଗ ମୁଖ୍ୟ ସଚିବ ସହିତ ବିହାର ଲୋକ ପ୍ରଶାସନ ଏବଂ ଗ୍ରାମୀଣ ବିକାଶ ଦାୟିତ୍ୱରେ ଅଛନ୍ତି। ତାଲିମ ସମୟରେ ସେ ବିହାର ଅଧିକାରୀଙ୍କୁ ହଇରାଣ କରୁଛନ୍ତି। ଏହି ସମୟରେ ଜଣେ ଅଧିକାରୀଙ୍କ ମଧ୍ୟ ମୃତ୍ୟୁ ହୋଇସାରିଛି। ଆମେ କ୍ରମାଗତ ଭାବରେ ଏହି ପ୍ରସଙ୍ଗ ଉଠାଉଛୁ। ସେମାନେ ଅତି କଦର୍ଯ୍ୟ ଭାବେ କଥାବାର୍ତ୍ତା କରିଥାନ୍ତି ଏବଂ ମାନସିକ ଚାପ ଦେଇଥାନ୍ତି।

ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଆମର ସମସ୍ତ ଅଧିକାରୀ କ୍ରୋଧିତ ହୋଇଉଠିଛନ୍ତି। ଆମେ ଯଥାଶୀଘ୍ର ଏହା ଉପରେ ପଦକ୍ଷେପ ନେବାକୁ ଯାଉଛୁ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୁଖ୍ୟ ଶାସନ ସଚିବଙ୍କୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ନଚେତ୍ ବିହାର ପ୍ରଶାସନିକ ସେବା ସଂଘ ଏହି ଘଟଣାରେ ଅଧିକ ନିଷ୍ପତ୍ତି ନେବାକୁ ବାଧ୍ୟ ହେବ। ଏପରିକି ସଂଘ ରାସ୍ତାକୁ ଓହ୍ଲାଇବ।