OYO Staff Thrash Guests: ବିଲାସପୁରର ଏକ OYO ହୋଟେଲରେ ରହିବାକୁ ଯାଇଥିବା ଦୁଇଜଣ ସାଙ୍ଗଙ୍କୁ, ସେଠାରେ ଥିବା କର୍ମଚାରୀଙ୍କ ଦ୍ୱାରା ରୁମରେ ବନ୍ଦ କରି ନିର୍ଦ୍ଧୁମ ପିଟିଥିବା ଅଭିଯୋଗ ହୋଇଛି । ଟଙ୍କା ଫେରସ୍ତ ମାଗିବାରୁ ୨ଜଣକୁ ଏକ କୋଠରୀରେ ତାଲା ପକାଇ ମାଡ଼ ମାରିବା...
Trending Photos
OYO Staff Thrash Guests: ବିଲାସପୁରର (Bilaspur) ଏକ OYO ହୋଟେଲରେ ରହିବାକୁ ଯାଇଥିବା ଦୁଇଜଣ ସାଙ୍ଗକୁ ସେଠାରେ ଥିବା ହୋଟେଲ କର୍ମଚାରୀ (Hotel staff) ନିର୍ଦ୍ଧୁମ ପିଟିଥିବା ଅଭିଯୋଗ ହୋଇଥିଲା । ପୀଡିତ ଜଣକ ଅଭିଯୋଗ କରିଛନ୍ତି ଯେ ସେ ଟଙ୍କା ଫେରସ୍ତ ମାଗିବାରୁ ସେମାନଙ୍କୁ ଏକ ରୁମରେ ତାଲା ପକାଇ ପ୍ରବଳ ମାଡ଼ ମାରିଥିଲେ । ପୀଡିତ ସନ୍ଦୀପ କୁମାର ଓ ବିକାନ ନାମକ ଯୁବକ ଏହି ଅଭିଯୋଗ କରିଛନ୍ତି । ପୀଡିତଙ୍କ ଅଭିଯୋଗ ଅନୁଯାୟୀ ଏହି ଘଟଣା ୧୧ ଫେବୃଆରୀରେ ଦିଲ୍ଲୀ-ଜୟପୁର (Delhi-Jaipur) ରାଜପଥରେ ଥିବା 'ହାପି ଷ୍ଟେ ଓୟୋ ହୋଟେଲ'ରେ ଘଟିଥିଲା ।
ପୋଲିସର ସୂଚନାନୁସାରେ, ସନ୍ଦୀପ ଓ ବିକାଶ ରାତି ୯ ଟାରେ ଚେକ୍ ଇନ୍ କରିଥିଲେ । ଏହି ସମୟରେ ରାତି ୧୧:୩୦ ରେ ବିଦ୍ୟୁତ ସଂଯୋଗ ବନ୍ଦ ହୋଇଯାଇଥିଲା । ଅଭିଯୋଗରେ ପୀଡିତାମାନେ କହିଛନ୍ତି ଯେ ଯେତେବେଳେ ରାତି ଗୋଟାଏ ପର୍ଯ୍ୟନ୍ତ ବିଦ୍ୟୁତ ଆସି ନଥିଲା, ସେତେବେଳେ ସନ୍ଦୀପ ହୋଟେଲ କର୍ମଚାରୀଙ୍କ ସହ ଯୋଗାଯୋଗ କରିଥିଲେ । କର୍ମଚାରୀମାନେ ସେମାନଙ୍କୁ କହିଥିଲେ ଯେ ସକାଳ ପର୍ଯ୍ୟନ୍ତ ବିଦ୍ୟୁତ୍ ଆସିବ ନାହିଁ । ପୀଡିତା କହିଛନ୍ତି ଯେ 'ଏହି ସମୟରେ ଆମେ ଦୁହେଁ ଟଙ୍କା ଫେରସ୍ତ କରିବାକୁ ଦାବି କରିଥିଲୁ, ଏହା ପରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା ଓ OYO କର୍ମଚାରୀମାନେ ଆମକୁ ଏକ କୋଠରୀରେ ବନ୍ଦ କରି ନିର୍ଦ୍ଧୁମ ମାଡ଼ ମାରିଥିଲେ ।
ପୀଡିତାମାନେ କହିଛନ୍ତି, “ପରେ ତିନିଜଣ କର୍ମଚାରୀ (ସୋନୁ, ମୋନୁ ଓ ରାହୁଲ) ଆମକୁ ବନ୍ଧୁକ ମୁନରେ ଏକ ନିଛାଟିଆ ସ୍ଥାନକୁ ନେଇ ପୁଣି ମାଡ ମାରିଥିଲେ । ଏହା ପରେ ସେମାନେ ଘଟଣା ବିଷୟରେ କାହାକୁ ଜଣାଇଲେ ସେମାନଙ୍କୁ ହତ୍ୟା କରିବାକୁ ଧମକ ଦେଇ ଘଟଣାସ୍ଥଳ ଛାଡି ଦେଇଥିଲେ । ବିଲାସପୁର ପୋଲିସ ଷ୍ଟେସନର ରାହୁଲ ଦେବ କହିଛନ୍ତି ଯେ ଆମେ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛୁ । କିନ୍ତୁ ସେମାନେ ଫେରାର ଅଛନ୍ତି । ତାଙ୍କୁ ଶୀଘ୍ର ଗିରଫ କରାଯିବ ।
ଏହା ବି ପଢ଼ନ୍ତୁ: Delhi Nikki Yadav Murder Case: ଗୋଆରେ ମିଶି କରିଥାନ୍ତେ ଆତ୍ମହତ୍ୟା, ପ୍ରେମିକାକୁ ମାରି ଅନ୍ୟ ଏକ ଝିଅକୁ ବିବାହ କଲା ପ୍ରେମିକ
ଏହା ବି ପଢ଼ନ୍ତୁ: Ranchi: ପ୍ରେମିକ କହିଲା-'ମୁଁ ତୁମକୁ ଭଲ ପାଏ ନାହିଁ, ଘୃଣା କରେ… ମରିଯା', ଆତ୍ମହତ୍ୟା କରିଦେଲା ପ୍ରେମିକା