Bhubaneswar News: ଏଣିକି ଘରୁ ମଶା ବାହାରିଲେ ଦେବେ ଫାଇନ୍!
Advertisement

Bhubaneswar News: ଏଣିକି ଘରୁ ମଶା ବାହାରିଲେ ଦେବେ ଫାଇନ୍!

Bhubaneswar News: ଡେଙ୍ଗୁ ରୋକିବାକୁ ବିଏମସି (BMC)ନେଇଛି ବଡ ପଦକ୍ଷେପ । ଯଦି ଆପଣ ରାଜଧାନୀ ବାସିନ୍ଦା । ତେବେ  ଏହି ଖବରଟି ଆପଣଙ୍କ ପାଇଁ । ଏଣିକି ଘରେ ପାଣି ଜମିଲେ, ଆପଣଙ୍କୁ ଦେବକୁ ପଡିବ ଜରିମାନା। ଗଣିବାକୁ ପଡିବ ମୋଟା ଅଙ୍କର ଫାଇନ୍..

ସୌଜନ୍ୟ- ସୋସିଆଲ ମିଡ଼ିଆ

Bhubaneswar News: ରାଜଧାନୀରେ (Bhubaneswar) ଦିନକୁ ଦିନ ଡେଙ୍ଗୁର (Dengue )ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଡେଙ୍ଗୁ ରୋକିବାକୁ ବିଏମସି (BMC)ନେଇଛି ବଡ ପଦକ୍ଷେପ । ଯଦି ଆପଣ ରାଜଧାନୀ ବାସିନ୍ଦା । ତେବେ  ଏହି ଖବରଟି ଆପଣଙ୍କ ପାଇଁ । ଏଣିକି ଘରେ ପାଣି ଜମିଲେ, ଆପଣଙ୍କୁ ଦେବକୁ ପଡିବ ଜରିମାନା। ଗଣିବାକୁ ପଡିବ ହଜାର ହଜାର ଟଙ୍କାର ଜରିମାନା। ସ୍ବାଧିନତା ଦିବସ ପରଠୁ ବିଏମସି ନୂଆ ପଦକ୍ଷେପ ନେବାକୁ ଯାଉଛି ।  ମଶା ବଂଶ ବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି କରୁଥିଲେ କିମ୍ବା ଘର  କିମ୍ବା ଘର ଆଖପାଖ ରେ ଥିବା ଖାଲି ଜାଗାରେ ଦିର୍ଘ ଦିନ ଧରି ପାଣି ଜମି ରହୁଥିବା ଦେଖିବାକୁ ମିଳିଲେ ବିଏସି ସାଧାରଣ ଲୋକଙ୍କ ଠାରୁ ଏକ ହଜାର ଟଙ୍କା ଜରିମାନା ଆଦାୟ କରିବ। କେବଳ ସେତିକି ନୁହେଁ, ବ୍ୟବସାୟକ ପ୍ରତିଷ୍ଠାନ ଠାରୁ ୫ ହଜାର ଟଙ୍କାର ଜରିମାନା ଆଦାୟ କରିବ । ବିଏମସି ପରିମଳ ଟିମ୍ ଏଣିକି ଘର ଘର ବୁଲି ଯାଞ୍ଚ କରିବେ।  ଯେଉଁଠି ଯାଞ୍ଚ କର୍ମଚାରୀଙ୍କୁ ମଶାବଂଶ ବୃଦ୍ଧି ପାଇବା ଆଶଙ୍କା ଦେଖାଯିବ । ସେଠି ସମ୍ପୃକ୍ତ ଘର ମାଲିକଙ୍କୁ ଜରିମାନା କରାଯିବ। ଏହି ନିୟମ ଅଗଷ୍ଟ ୧୫ରୁ ଲାଗୁ କରାଯିବ ବୋଲି କହିଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ(BMC commissioner Vijay Amruta Kulange )। 

Also Read: Ollywood Hottest Actress:ଆପଣଙ୍କ ମତରେ ଓଲିଉଡ଼ର ହଟ ଅଭିନେତ୍ରୀ କିଏ?

 

ରାଜଧାନୀରେ (Bhubaneswar) ଡେଙ୍ଗୁ ରୋଗୀଙ୍କ (Dengue patient )ସଂଖ୍ୟା ବୃଦ୍ଧି ପାଉଛି । ଡେଙ୍ଗୁ (Dengue)ରୋକିବାକୁ ବିଏମସି (BMC) ଏବେ ଯତ୍ନବାନ୍ ହୋଇଛି । ସେଥିପାଇଁ ପ୍ରତ୍ୟକ ଓ୍ବାର୍ଡରେ ମଶା ଧୂଆଁ ଦିଆଯିବା ସହ ନାଳ ନର୍ଦ୍ଦମା ସଫା କରାଯାଉଛି । ମଶା ଲାର୍ଭା ମଧ୍ୟ ନଷ୍ଟ କରାଯାଇଛି ।  ଏପରିକି, ଡାକ୍ତରୀ ଟିମ୍ ଲୋକଙ୍କୁ ସଚେତନ କରାଉଛନ୍ତି।  କିନ୍ତୁ ସବୁଠାରୁ ବଡ କଥା ହେଉଛି ଯେ, ଏତେ ସବୁ ବ୍ୟବସ୍ଥା କଲାପରେ ରାଜଧାନୀରେ  ଦିନକୁ ଦିନ ମାଡି ଚାଲିଛି । ଲୋକଙ୍କ ଘରେ ଓ ବାଡି ବଗିଚାରେ ପାଣି ଜମୁଛି । କିନ୍ତୁ ଆମେ ତାହାକୁ ଜାଣିବା ସମ୍ଭବପର ହେଉନି । ସେଥିପାଇଁ ଜନସାଧାରଣଙ୍କୁ ଅନୁରୋଧ କରୁଛୁ ଯେ, ସେମାନେ ନିଜ ବାଡି ବଗିଚା ସଫା ରଖନ୍ତୁ । ଏବଂ ତୁଛାଟାରେ ଫାଇନ୍ ନ ଗଣନ୍ତୁ । ଆପଣ ଏଥିପ୍ରତି ଯତ୍ନୂାନ୍ ହୁଅନ୍ତୁ ବୋଲି କହିଛନ୍ତି ବିଏମସି କମିଶନର। 

ତେବେ ସୂଚନା ଅନୁସାରେ, ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ରାଜଧାନୀ ଭୁବନେଶ୍ୱରରେ  ଧିରେ ଧିରେ ବୃଦ୍ଧି ପାଉଥିବାରୁ କ୍ୟାପିଟାଲ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ମଧ୍ୟ ବଢାଇ ଦିଆଯାଇଛି । ଡେଙ୍ଗୁ ରୋଗୀଙ୍କ ସଂଖ୍ୟକୁ ଆଖି ଆଗରେ ରଖି ଏହି ୱାର୍ଡର ଶଯ୍ୟା ସଂଖ୍ୟା ୧୦ ରୁ ୭୦ କୁ ବୃଦ୍ଧି କରାଯାଇଛି । କୁହାଯାଉଛି ଯେ, ଯେତିକି ପରିମାଣର ରୋଗୀ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନା ଆସୁଛନ୍ତି ସେହି ତୁଳନାରେ ରୋଗୀ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରୁଛନ୍ତି। ଦିନକୁ ୫୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ବେଳେ ୨୧ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରୁଥିବା କହିଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ। ରାଜଧାନୀରେ ପୂର୍ବବତ ନୟାପଲ୍ଲୀ ଏବେ ଡେଙ୍ଗୁ ହଟସ୍ପଟ ପାଲଟିଥିବା ବେଳେ ୟୁନିଟ-୯, ଜୟଦେବ ବିହାର, ସତ୍ୟନଗର, ବରମୁଣ୍ଡା, ସହିଦନଗର, ପୁରୁଣା ଭୁବନେଶ୍ୱର, ପୋଖରୀପୁଟ, ସୁନ୍ଦରପଡା, ଜାଗମରା, ଖଣ୍ଡଗିରି, ଉଦୟଗିରିବିହାର, ୟୁନିଟ-୩ ଆଦି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଗତ କିଛି ଦିନ ଧରି ଲଗାତାର ବର୍ଷା ଯୋଗୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମଇଳା ପାଣି ଜମି ରହିଛି। ସମୟରେ ଜଳ ନିଷ୍କାସନ ନ ହୋଇ ପାରିବା କାରଣରୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଉଛି।