Uttar Pradesh:ବର ନୁହେଁ ବିବାହ ମଣ୍ତପରେ ପ୍ରେମିକକୁ ବରମାଳା ପିନ୍ଧାଇଲେ କନିଆଁ
Advertisement
Article Detail0/zeeodisha/odisha1569797

Uttar Pradesh:ବର ନୁହେଁ ବିବାହ ମଣ୍ତପରେ ପ୍ରେମିକକୁ ବରମାଳା ପିନ୍ଧାଇଲେ କନିଆଁ

Prayagraj: ଫିଲ୍ମରେ ବା ସିରିଏଲରେ ଆପଣ ବିବାହ ସମୟରେ ଅନେକ ବିବାହ ଭାଙ୍ଗିଥିବା ଦେଖିଥିବେ କିନ୍ତୁ ନିକଟରେ ବିବାହ ମଣ୍ତପରେ ଫିଲ୍ମ ଷ୍ଟାଇଲରେ ଉଠି ବିବାହ କରିବାକୁ ମନା କରିଥିଲେ କନ୍ୟା । ପରେ କାନ ଆଉଁସି ଫେରିଯାଇଥିଲା ବର । ୟୁପି ପ୍ରୟାଗରାଜରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି । 

ସୌ(ସୋସିଆଲ ମିଡିଆ)

Prayagraj: ଫିଲ୍ମରେ ବା ସିରିଏଲରେ ଆପଣ ବିବାହ ସମୟରେ ଅନେକ ବିବାହ ଭାଙ୍ଗିଥିବା ଦେଖିଥିବେ କିନ୍ତୁ ବାସ୍ତବରେ ଆପଣ କେବେ ଏତିକି ଘଟଣା ଦେଖିଛନ୍ତି କି ? ନିକଟରେ ବିବାହ ମଣ୍ତପରେ ଫିଲ୍ମ ଷ୍ଟାଇଲରେ ଉଠି ବିବାହ କରିବାକୁ ମନା କରିଥିଲେ କନ୍ୟା । ପରେ କାନ ଆଉଁସି ଫେରିଯାଇଥିଲା ବର । ୟୁପି ପ୍ରୟାଗରାଜରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ବାହା ମଣ୍ତପରେ ଉଭୟ ପକ୍ଷର ଉପସ୍ଥିତିରେ ଚାଲିଥିଲା ବିବାହ କର୍ମ । ଆଉ ଏତିକି ବେଳେ ବିବାହ କରିବାକୁ ଫିଲ୍ମ ଷ୍ଟାଇଲରେ ମନା କରିଦେଥିଲେ କନ୍ୟା । ବରମାଳା ସମୟରେ ବର ନୁହେଁ ବରଂ ନିଜ ପ୍ରେମିକଙ୍କ ବେକରେ ଫୁଲ ହାର ପିନ୍ଧାଇଥି୍ଲେ କନ୍ୟା । ଏଭଳି ଏକ ଅଜବ ଘଟଣାକୁ ନେଇ ସୋସିଆଲ ମିଡି଼ଆରେ ଚର୍ଚ୍ଚା ଜୋର ଧରିଛି ।  

ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ୟୁପିର ପ୍ରୟାଗରାଜଠାରେ । ନୈନୀ କୋତୱାଲି ଅଞ୍ଚଳର ଜଣେ ଯୁବତୀଙ୍କ କାଜିପୁର ଅଞ୍ଚଳର ଜଣେ ଯୁବକଙ୍କ ସହ ବିବାହ ସ୍ଥିର ହୋଇଥିଲା । ଫେବୃୟାରୀ ୫ ତାରିଖରେ ତିଳକ ଉତ୍ସବ ସରିଥିବା ବେଳେ ଫେବୃୟାରୀ ୮ ତାରିଖରେ ମେବାଲାଲ ବଗିଆସ୍ଥିତ ଏକ ଗେଷ୍ଟ ହାଉସରେ ବିବାହ ନେଇ ଦିନ ଧାର୍ଯ୍ୟ ହୋଇଥିଲା । ବିବାହ ଲାଗି ବରଯାତ୍ରୀ ସହ ବାଜା ରୋଷଣୀ ଧରି ପହଁଞ୍ଚ ସାରିଥିଲା ବର । ନାଚ, ଗୀତ ସହ ଧୁମଧାମରେ ଚାଲିଥିଲା ବିବାହ ଉତ୍ସବ । ସୁଚନା ମୁତାବିକ ପ୍ରଥମେ ଦ୍ୱାର ପୂଜା ପରେ ବିବାହ ରୀତି ନୀତି ଆରମ୍ଭ ହୋଇଥିଲା । ବିଳମ୍ବିତ ରାତି ପ୍ରାୟ ୧:୩୦ ମିନିଟରେ ଶୁଭ ମୁହୁର୍ତ୍ତରେ ବିବାହ ହେବାକୁ ସ୍ଥିର ହୋଇଥିଲା । କିନ୍ତୁ ହଠାତ୍ ବରର ଖୁସିରେ ଫସର ଫାଟି ଯାଇଥିଲା ।ବିବାହ କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ବେଦୀରୁ ଉଠି ବ୍ରାହ୍ମଣକୁ ମନ୍ତ୍ର ପଢିବାକୁ ମନା କରିବା ସହ ସେ ଏହି ବିବାହ କରିବାକୁ ଚାହୁଁନାହାନ୍ତି ବୋଲି କନ୍ୟା ଜଣକ କହିଥିଲେ । ଏହା ଦେଖି ସମସ୍ତେ ଆର୍ଶ୍ଚଯ୍ୟ ହୋଇଯାଇଥିଲେ ।

Also Read-Weird News: ଇଏ ହେଉଛି ସେହି ଗାଁ, ଏଠାରେ ଚାଲେ ନାହିଁ ଦେଶର ଆଇନ କାନୁନ!

Also Read-Weird News: ଅଜବ ପରମ୍ପରା, ଏଠି ହାତରେ ନୁହେଁ ଗୋଡ଼ରେ ପୁରୁଷଙ୍କୁ ଖାଦ୍ୟ ପରଷନ୍ତି ମହିଳା

ଯୁବତୀଙ୍କ ପରିବାର ଲୋକେ ଏନେଇ ବୁଝାସୁଝା କରିବା ପରେ ବି ଯୁବତୀ ଜିଦରେ ଅଟଳ ଥିଲେ । ଏହାପରେ ମାମଲା ଯାଇ ପୋଲିସ ଷ୍ଟେସନରେ ପହଁଞ୍ଚିଥିଲା । ଖବର ପାଇ ବିବାହ ମଣ୍ତପରେ ପହଁଞ୍ଚଥିଲା ପୋଲିସ । ଯୁବତୀ ସାବାଳିକ ଥିବାରୁ ତାଙ୍କ ଇଚ୍ଛା ବିରୋଧରେ ବିବାହ କରାଯାଇପାରିବ ନାହଁ ବୋଲି ପୋଲିସ କହିଥିଲା । ଯୁବତୀଙ୍କ ଏପରି କାଣ୍ତ ପରେ କାନ ଆଉଁସି ବରଯାତ୍ରୀ ସହ ଫେରିଯାଇଥିଲା ବର। ଏତିକିରେ ସରିନଥିଲା ଯୁବତୀଙ୍କ ହରକତ । ବର ଫେରିବା ପରେ ସେଠାରେ ଉପସ୍ଥିତ ଥିବା ନିଜ ପ୍ରେମିକୁ ଫୁଲହାର ପିନ୍ଧାଇ ବିବାହ କରିଥିଲେ ଯୁବତୀ ।