Weird News: ଇଏ ହେଉଛି ସେହି ଗାଁ, ଏଠାରେ ଚାଲେ ନାହିଁ ଦେଶର ଆଇନ କାନୁନ!
Advertisement
Article Detail0/zeeodisha/odisha1569504

Weird News: ଇଏ ହେଉଛି ସେହି ଗାଁ, ଏଠାରେ ଚାଲେ ନାହିଁ ଦେଶର ଆଇନ କାନୁନ!

Weird News:ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର। ଏହାକୁ ମଦର ଅଫ୍ ଡେମୋକ୍ରାସି ମଧ୍ୟ କୁହାଯାଏ । ସଂସଦ ଏଠାରେ ଆଇନ ପ୍ରଣୟନ କରେ ଏବଂ ସମଗ୍ର ଦେଶ ସେହି ଆଇନ୍ ଲାଗୁ କରାଯାଏ । କିନ୍ତୁ ଦେଶରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଏହି ଆଇନ୍ କାନୁନ୍ ଚାଲେନାହିଁ । ଆପଣ ନିଶ୍ଚୟ ଭାବୁଥିବେ ଯେ, କାଶ୍ମୀର କିନ୍ତୁ ନାଁ । ଏହା ହେଉଛି ଭାରତରେ ଥିବା ହିମାଚଳ ପ୍ରଦେଶର ମାଲାନା ଗାଁ । 

ସୌଜନ୍ୟ- ସୋସିଆଲ ମିଡିଆ

Weird News: ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର। ଏହାକୁ ମଦର ଅଫ୍ ଡେମୋକ୍ରାସି ମଧ୍ୟ କୁହାଯାଏ । ସଂସଦ ଏଠାରେ ଆଇନ ପ୍ରଣୟନ କରେ ଏବଂ ସମଗ୍ର ଦେଶ ସେହି ଆଇନ୍ ଲାଗୁ କରାଯାଏ । କିନ୍ତୁ ଦେଶରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଏହି ଆଇନ୍ କାନୁନ୍ ଚାଲେନାହିଁ । ଆପଣ ନିଶ୍ଚୟ ଭାବୁଥିବେ ଯେ, କାଶ୍ମୀର କିନ୍ତୁ ନାଁ । ଏହା ହେଉଛି ଭାରତରେ ଥିବା ହିମାଚଳ ପ୍ରଦେଶର ମାଲାନା ଗାଁ । ଏହି ଗାଁର ନିଜସ୍ବ ସମ୍ବିଧାନ ଅଛି । ଏହାର ନିଜସ୍ୱ ସଂସଦ ଏବଂ ଏପରିକି 'ନ୍ୟାୟପାଳିକା'ମଧ୍ୟ ଅଛି ,ଯାହା ରାୟ ପ୍ରଦାନ କରେ। ତେବେ, ଲୋକମାନେ ଏଠାରେ କାହିଁକି ନିଜର ନିୟମ ଚଳାନ୍ତି,ଆସନ୍ତୁ ଜାଣିବା।

କୁଲୁ ଜିଲ୍ଲାର ପ୍ରାୟ ୧୨ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ମାଲାନା ଗାଁ । ଏହି ଗାଁକୁ ଘେରି ରହିଛି ସୁନ୍ଦର ଉପତ୍ୟକା,ବିଭିନ୍ନ ସ୍ଥାନରୁ ଆସୁଥିବା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ ।  ପ୍ରାକୃତିକ ଶୋଭାରାଜି ଅପେକ୍ଷା,ଗାଁର ନିଜସ୍ବ ଆଇନ୍ କାନୁନ୍ ପାଇଁ ବେଶ ଜଣାଶୁଣା। ଏହି ସ୍ଥାନର ବାସିନ୍ଦାମାନେ ନିଜକୁ ଆଲେକ୍ସଜାଣ୍ଡାରଙ୍କ ବଂଶଜ ବୋଲି କୁହନ୍ତି । କୁହାଯାଏ ଯେ ଆଲେକ୍ସଜାଣ୍ଡାରଙ୍କ ଯୁଗର ଖଣ୍ଡା ଗାଁ ମନ୍ଦିରରେ ରଖାଯାଇଥାଏ। ଏହି ଗାଁକୁ ନେଇ ଅନେକ  ଐତିହାସିକ କାହାଣୀ ଓ ରହସ୍ୟ ମଧ୍ୟ ରହିଛି ।  ପ୍ରାୟ ୧୭୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁ ପ୍ରାକୃତିକ ଶୋଭାରାଜିରେ ଭରପୁର ରହିଛି। 

Also Read : Weird News: କାର୍ କି ବସ ନୁହେଁ, ବନ୍ଧୁବାନ୍ଧବଙ୍କ ପାଇଁ ଫ୍ଲାଇଟ୍ ବୁକ୍ କଲା ବର

Also Read : Kiss Day 2023: କାହିଁକି ପାଳନ କରାଯାଏ କିସ୍‌ ଡେ’, ଜାଣନ୍ତୁ କେଉଁ କିସ୍‌ର ଅର୍ଥ କ’ଣ ସୂଚାଏ ?

ଜାମଲୁ ଦେବତାଙ୍କ ନିଷ୍ପତ୍ତି ଚୂଡାନ୍ତ: ଏ-ହି ଗାଁରେ ସଂସଦ ପରି ଦୁଇଟି ଘର ମଧ୍ୟ ଅଛି । ଉପର ଗୃହରେ ୧୧ ଜଣ ସଦସ୍ୟ ଅଛନ୍ତି ଏବଂ ଅନ୍ତିମ ନିଷ୍ପତ୍ତି ଏହି ଗୃହରେ ହୋଇଥାଏ । ଏଥିରେ ଗାଁର ତିନୋଟି ଗୁରୁତ୍ୱପୂର୍ଣ୍ଣ ଚରିତ୍ର ସାମିଲ ହୋଇଥାନ୍ତି ।  ଗୁରୁ, ପୁରୋହିତ ଏବଂ ଜାମଲୁ ଦେବତାଙ୍କ ପ୍ରତିନିଧୀ । ଏଗୁଡ଼ିକ ସ୍ଥାୟୀ ଏବଂ ଅବଶିଷ୍ଟ ୮ ଜଣ ସଦସ୍ୟ ଗ୍ରାମବାସୀଙ୍କ ଦ୍ୱାରା ମନୋନୀତ ହୋଇଥାନ୍ତି । ଯେ କୌଣସି ପ୍ରସଙ୍ଗରେ ଜାମଲୁ ଦେବତାଙ୍କ ନିଷ୍ପତିକୁ ଶେଷ ନିଷ୍ପତି ବୋଲି ଧରାଯାଏ। ଗୁରୁଙ୍କ ଆତ୍ମା ​​ଜାମଲୁ ଦେବତା ଦ୍ୱାରା ଶାସିତ। ଜାମଲୁ ଦେବତା ତାଙ୍କ ମାଧ୍ୟମରେ କଥା ହୁଅନ୍ତି ।

ଗ୍ରାମବାସୀ କାହା ସହିତ ହାତ ମିଳାନ୍ତୁ ନାହିଁ:  ମାଲାନା ଗାଁର ବାସିନ୍ଦାମାନେ ବାହାର ଲୋକଙ୍କ ସହ ଅଧିକ ସମ୍ପର୍କ ରଖିବାକୁ ଚାହାଁନ୍ତି ନାହିଁ । ଏଠାରେ ନିୟମ ବହୁତ କଠୋର ଅଟେ । କାନ୍ଥକୁ ଛୁଇଁବା ନିଷେଧ। ଏପରିକି ପର୍ଯ୍ୟଟକମାନେ ମଧ୍ୟ ଏହି ଗାଁକୁ ଆସିପାରିବେ ନାହିଁ ବୋଲି କିଛି ନିୟମ ରହିଛି । କାହାର ବିବାହ ହେଲେ ଗାଁ ଭିତରେ ହୋଇଥାଏ ।  ମିଡିଆ ରିପୋର୍ଟ ଅନୁଯାୟୀ,ଲୋକମାନେ ଅନ୍ୟମାନଙ୍କ ସହ ହାତ ମିଳାନ୍ତି ନାହିଁ। ଯଦି ଆପଣ ଏଠାରେ ଥିବା ଦୋକାନରୁ ଆପଣ କିଛି କିଣନ୍ତି,ତେବେ ଦୋକାନୀ ସିଧାସଳଖ ଟଙ୍କା ନେବା ପରିବର୍ତ୍ତେ, ଟଙ୍କାକୁ ତେଳେ ରଖିବାକୁ କୁହନ୍ତି ଏବଂ ତାପରେ ଉଠାଇ ନିଅନ୍ତି। ତେବେ,ଏହି ଗାଁ ଗଞ୍ଜେଇ ଚାଷ ପାଇଁ ମଧ୍ୟ ବହୁତ ପ୍ରସିଦ୍ଧ ।