BSNL Recharge Plan: ଖୁସି ଖବର ! କମ ଟଙ୍କାରେ ୩୦ଦିନ ପର୍ଯ୍ୟନ୍ତ ସବୁ ମାଗଣା
Advertisement
Article Detail0/zeeodisha/odisha2402838

BSNL Recharge Plan: ଖୁସି ଖବର ! କମ ଟଙ୍କାରେ ୩୦ଦିନ ପର୍ଯ୍ୟନ୍ତ ସବୁ ମାଗଣା

BSNL Recharge Plan: ଯଦି ଆପଣ ମଧ୍ୟ BSNL ସିମ୍ ବ୍ୟବହାର କରୁଛନ୍ତି, ତେବେ ଆପଣ ୧୫୦ଟଙ୍କା ରୁ କମ୍ ମୂଲ୍ୟରେ ୧ ମାସ ପାଇଁ ମାଗଣା କଲିଂ ସୁବିଧା ପାଇପାରିବେ । ଜିଓ, ଏୟାରଟେଲ ଏବଂ ଭିଆଇ ମଧ୍ୟରୁ କୌଣସି ଟେଲିକମ କମ୍ପାନୀ ୩୦ ଦିନର ଶସ୍ତା ରିଚାର୍ଜ ପ୍ଲାନ ଦେଉ ନାହାନ୍ତି । BSNL ର ଏହି ଶସ୍ତା ପ୍ଲାନ ଗ୍ରାହକମାନଙ୍କୁ ବଡ଼ ଆଶ୍ୱସ୍ତି ଦେଉଛି କହିଲେ ଭୁଲ୍ ହେବ ନାହିଁ ।

BSNL Recharge Plan: ଖୁସି ଖବର ! କମ ଟଙ୍କାରେ ୩୦ଦିନ ପର୍ଯ୍ୟନ୍ତ ସବୁ ମାଗଣା

BSNL Recharge Plan: ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ତାହା ଜାଣିବା ପୂର୍ବରୁ ଆପଣଙ୍କୁ କହିରଖୁଛୁ ଯେ, ବର୍ତ୍ତମାନ ଘରୋଇ ଟେଲିକମ କମ୍ପାନୀ ଗୁଡିକ ରିଚାର୍ଜ ପ୍ଲାନ ମହଙ୍ଗା କରିବା ପରେ ଗ୍ରାହକମାନେ ବିଏସଏନଏଲ ବ୍ୟବହାର କରିବା ବଢାଇଦେଇଛନ୍ତି । ବିଏସଏନଏଲ ସୁଲଭ ମୂଲ୍ୟରେ ଉପଭୋକ୍ତାମାନଙ୍କୁ ସୁବିଧା ଯୋଗାଇ ଦେଉଛି ।

ଖବର ଅନୁଯାୟୀ, କିଛି ମାସ ମଧ୍ୟରେ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ମୋବାଇଲ ନମ୍ବରକୁ ବିଏସଏନଏଲ କୁ ପୋର୍ଟ କରିଛନ୍ତି । ସରକାରୀ ଟେଲିକମ ଏଜେନ୍ସି ବିଏସଏନଏଲର ସୁଲଭ ତଥା ଶସ୍ତା ପ୍ଲାନ ପ୍ରତି ବର୍ତ୍ତମାନ ଗ୍ରାହକ ଆକର୍ଷିତ ହେବାରେ ଲାଗିଛନ୍ତି । ଏହି ସମୟରେ, BSNL ବର୍ତ୍ତମାନ ଗ୍ରାହକଙ୍କ ପାଇଁ ଏକ ରୋମାଞ୍ଚକର ପ୍ଲାନ ଆଣିଛି । ଯାହାର ଅବଧି ରହିଛି ୩୦ ଦିନ ଅର୍ଥାତ ଏକ ମାସ ।

ଯଦି ଆପଣ ମଧ୍ୟ BSNL ସିମ୍ ବ୍ୟବହାର କରୁଛନ୍ତି, ତେବେ ଆପଣ ୧୫୦ଟଙ୍କା ରୁ କମ୍ ମୂଲ୍ୟରେ ୧ ମାସ ପାଇଁ ମାଗଣା କଲିଂ ସୁବିଧା ପାଇପାରିବେ । ଜିଓ, ଏୟାରଟେଲ ଏବଂ ଭିଆଇ ମଧ୍ୟରୁ କୌଣସି ଟେଲିକମ କମ୍ପାନୀ ୩୦ ଦିନର ଶସ୍ତା ରିଚାର୍ଜ ପ୍ଲାନ ଦେଉ ନାହାନ୍ତି । BSNL ର ଏହି ଶସ୍ତା ପ୍ଲାନ ଗ୍ରାହକମାନଙ୍କୁ ବଡ଼ ଆଶ୍ୱସ୍ତି ଦେଉଛି କହିଲେ ଭୁଲ୍ ହେବ ନାହିଁ ।

ଆମେ ଆପଣଙ୍କୁ BSNL ର ଯେଉଁ ଶସ୍ତା ରିଚାର୍ଜ ପ୍ଲାନ ବିଷୟରେ କହୁଛୁ ତାହାର ଦାମ ମାତ୍ର ୧୪୭ ଟଙ୍କା । ଏହି ପ୍ଲାନରେ କମ୍ପାନୀ ଉପଭୋକ୍ତାମାନଙ୍କୁ ଦୈନିକ ମାତ୍ର ୪.୯୦ ଟଙ୍କାରେ ଅସୀମିତ କଲ ଏବଂ ଡାଟା ସୁବିଧା ପ୍ରଦାନ କରୁଛି ।

ଏହି ରିଚାର୍ଜ ପ୍ଲାନରେ ଆପଣଙ୍କୁ ୧ ମାସ (୩୦ଦିନ)ର ବୈଧତା ପ୍ରଦାନ କରୁଛି ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ । ଆପଣ ୧୪୭ ଟଙ୍କା ପ୍ଲାନରେ ଯେକୌଣସି ନେଟୱାର୍କକୁ ଅସୀମିତ STD ଏବଂ ଲୋକାଲ୍ କଲ କରିବାର ସୁବିଧା ପାଇପାରିବେ ।

୧୪୭ ଟଙ୍କାର ଶସ୍ତା ପ୍ଲାନରେ କୋଟି କୋଟି ଉପଭୋକ୍ତାଙ୍କୁ ଇଣ୍ଟରନେଟ୍ ବ୍ୟବହାର ପାଇଁ BSNL ମୋଟ 10GB ଡାଟା ପ୍ରଦାନ କରୁଛି । ଏଥିସହ ଆପଣଙ୍କୁ BSNL ଟ୍ୟୁନର ସୁବିଧା ମଧ୍ୟ ପ୍ରଦାନ କରାଯାଉଛି । ଏହି ସେବାରେ ଆପଣ କଲର୍ ଟ୍ୟୁନ୍ ମଧ୍ୟ ସେଟ୍ କରିପାରିବେ । 

Also Read- Shani Gochar 2024: ଶନିଦେବଙ୍କ ଶୁଭଦୃଷ୍ଟି, ୩ ରାଶିରେ ହେବ ଧନ ବୃଷ୍ଟି

Also Read- IMD News: ଲଘୁଚାପ ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା