BSNL Recharge Plan: ମାତ୍ର ଏତିକି ଟଙ୍କାରେ ୮୨ ଦିନର ବୈଧତା ସହ ଜବରଦସ୍ତ ଲାଭ
Advertisement
Article Detail0/zeeodisha/odisha2390171

BSNL Recharge Plan: ମାତ୍ର ଏତିକି ଟଙ୍କାରେ ୮୨ ଦିନର ବୈଧତା ସହ ଜବରଦସ୍ତ ଲାଭ

BSNL Recharge Plan:  ଘରୋଇ ଟେଲିକମ କମ୍ପାନୀଙ୍କ ସଂଖ୍ୟା ଅଧିକ ହେବା କାରଣରୁ ବିଏସଏନଏଲ ବ୍ୟବହାରକାରୀ ଅନ୍ୟ ଅପରେଟରକୁ ପୋର୍ଟ କରୁଥିଲେ । କିନ୍ତୁ ବର୍ତ୍ତମାନ ବେସରକାରୀ ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କର ରିଚାର୍ଜ ପ୍ଲାନ ମହଙ୍ଗା କରିବା ପରେ BSNL ପୁଣିଥରେ ଲାଇମ୍ ଲାଇଟ୍ ରେ ଆସିଛି । ନିଜର ସୁଲଭ ପ୍ଲାନ ପାଇଁ BSNLକୁ ନେଇ ଚର୍ଚ୍ଚା ଗରମାଗରମ ହେବାରେ ଲାଗିଛି ।

BSNL Recharge Plan: ମାତ୍ର ଏତିକି ଟଙ୍କାରେ ୮୨ ଦିନର ବୈଧତା ସହ ଜବରଦସ୍ତ ଲାଭ

BSNL Recharge Plan: ଏବେ ବିଏସଏନଏଲକୁ ନେଇ ସବୁଠି ଅଧିକ ଆଲୋଚନା କରାଯାଉଛି । କାରଣ ବିଏସଏନଏଲ ହେଉଛି ଦେଶର ଏକମାତ୍ର ସରକାରୀ ଟେଲିକମ୍ କମ୍ପାନୀ, ଯାହା ଏବେ ମଧ୍ୟ ଶସ୍ତା ଏବଂ ସୁଲଭ ରିଚାର୍ଜ ପ୍ଲାନ ଗ୍ରାହକଙ୍କୁ ପ୍ରଦାନ କରୁଛି । ଦେଶରେ ବିଏସଏନଏଲ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ଦୃତଗତୀରେ ବଢିବାରେ ଲାଗିଛି । ଏକ ସମୟ ଥିଲା ଯେତେବେଳେ BSNL ସବୁ ଟେଲିକମ୍ କମ୍ପାନୀ ଉପରେ ପ୍ରାଧାନ୍ୟ ବିସ୍ତାର କରୁଥିଲା, କିନ୍ତୁ ସମୟ ସହିତ କମ୍ପାନୀ ଆଗକୁ ବଢିପାରିନଥିଲା । ଘରୋଇ ଟେଲିକମ କମ୍ପାନୀଙ୍କ ସଂଖ୍ୟା ଅଧିକ ହେବା କାରଣରୁ ବିଏସଏନଏଲ ବ୍ୟବହାରକାରୀ ଅନ୍ୟ ଅପରେଟରକୁ ପୋର୍ଟ କରୁଥିଲେ । କିନ୍ତୁ ବର୍ତ୍ତମାନ ବେସରକାରୀ ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କର ରିଚାର୍ଜ ପ୍ଲାନ ମହଙ୍ଗା କରିବା ପରେ BSNL ପୁଣିଥରେ ଲାଇମ୍ ଲାଇଟ୍ ରେ ଆସିଛି । ନିଜର ସୁଲଭ ପ୍ଲାନ ପାଇଁ BSNLକୁ ନେଇ ଚର୍ଚ୍ଚା ଗରମାଗରମ ହେବାରେ ଲାଗିଛି ।

BSNL ନିଜର ଗ୍ରାହକମାନଙ୍କ ପାଇଁ 485 ଟଙ୍କା ମୂଲ୍ୟର ଏକ ଆକର୍ଷଣୀୟ ରିଚାର୍ଜ ପ୍ଲାନ ପ୍ରଦାନ କରୁଛି । ଏହି ପ୍ଲାନରେ ଉପଭୋକ୍ତାଙ୍କୁ 82 ଦିନର ବୈଧତା ସହିତ ଅନ୍ୟାନ୍ୟ ଲାଭ ମିଳିବ । ଏହି ଦରରେ ଅନ୍ୟାନ୍ୟ କମ୍ପାନୀଗୁଡିକ ଠାରୁ ବିଏସଏନଏଲ ହିଁ ଶସ୍ତାରେ ଅଧିକ ଦିନର ବୈଧତା ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରୁଛି । ଏହି ପ୍ଲାନଟି ବର୍ତ୍ତମାନ ଅନେକ ବ୍ୟବହାରକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଆସନ୍ତୁ ଏହି ପ୍ଲାନ ବିଷୟରେ ବିସ୍ତୃତ ସୂଚନା ଜାଣିବା ।

ଯଦି ଆପଣ ବିଏସଏନଏଲ ଗ୍ରାହକ ତେବେ ଏହି ପ୍ଲାନରେ ଆପଣଙ୍କୁ 82 ଦିନର ବୈଧତା ମିଳିବ । ଥରେ ଏହି ପ୍ଲାନ ରିଚାର୍ଜ କରିନେଲେ ଆପଣଙ୍କୁ ପାଖାପାଖି ୩ମାସ ପର୍ଯ୍ୟନ୍ତ ଚିନ୍ତା କରିବାର ଆବଶ୍ୟକତା ନାହିଁ କହିଲେ ଚଳିବ । ଏହି ପ୍ଲାନରେ ଆପଣଙ୍କୁ ଅସୀମିତ କଲିଂର ସୁବିଧା ମିଳିବ । ଯେକୌଣସି ନେଟୱାର୍କକୁ ଆପଣ ଯେତେ ଚାହିଁବେ କଲ୍ କରି କଥା ହୋଇପାରିବେ । ଏହି ପ୍ଲାନରେ ଉପଭୋକ୍ତାଙ୍କୁ ପ୍ରତିଦିନ 1.5 ଜିବି ଡାଟା ମିଳିବ । ଯାହା ଜଣେ ସାଧାରଣ ବ୍ୟକ୍ତିଙ୍କ ଦୈନିକ ଇଣ୍ଟରନେଟ୍ ବ୍ୟବହାର ପାଇଁ ଯଥେଷ୍ଟ ବୋଲି କୁହାଯାଏ । ଏଥିସହ ଏହି ପ୍ଲାନରେ ଆପଣ ଦୈନିକ 100 SMS ପଠାଇବାର ସୁବିଧା ପାଇପାରିବେ ।

ଏହି ପ୍ଲାନଟି ବିଶେଷକରି ସେହି ଉପଭୋକ୍ତାମାନଙ୍କ ପାଇଁ ଏକ ଭଲ ବିକଳ୍ପ, ଯେଉଁମାନେ ଗୋଟିଏ ରିଚାର୍ଜରେ ଦୀର୍ଘ ଦିନର ବୈଧତା ଖୋଜୁଛନ୍ତି । ଏଥିସହ ଯେଉଁମାନେ ଅଧିକ ଇଣ୍ଟରନେଟ୍ ବ୍ୟବହାର କରନ୍ତି ଏବଂ ନିୟମିତ କଲ୍ କରନ୍ତି । କହିବାକୁ ଗଲେ ଅନ୍ୟ ଟେଲିକମ୍ କମ୍ପାନୀଗୁଡିକର ପ୍ଲାନ ତୁଳନାରେ BSNL ର ଏହି ପ୍ଲାନଟି ଗ୍ରାହକଙ୍କ ପାଇଁ ବହୁତ ଆକର୍ଷଣୀୟ ରହିଛି ।

Also Read- Lucky Zodiac Sign: ୧୯ ଅଗଷ୍ଟରେ ଗଜକେଶରୀ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- ଆଜି ବଜ୍ରପାତ ନେଲା ୬ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ ସହ ସହାୟତା ଘୋଷଣା

Also Read- Guru Shani Kendra Drishti: ଖୁବ କମ ସମୟରେ ଧନୀ ହେବେ ୫ ରାଶିର ବ୍ୟକ୍ତି