Advertisement
Article Detail0/zeeodisha/odisha2361928
Zee OdishaOdisha TrendingWayanad Landslides: ୱାୟନାଡ଼ ଭୁସ୍ଖଳନ ପରେ ସରକାର ଆଣିବେ ନୂଆ ବିପର୍ଯ୍ୟୟ ପ୍ରଶମନ ନୀତି

Wayanad Landslides: ୱାୟନାଡ଼ ଭୁସ୍ଖଳନ ପରେ ସରକାର ଆଣିବେ ନୂଆ ବିପର୍ଯ୍ୟୟ ପ୍ରଶମନ ନୀତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚଳିତ ଲୋକସଭା ଅଧିବେଶନରେ ଏକ ନୂତନ ବିପର୍ଯୟ ପ୍ରଶମନ ବିଧେୟକ ଆଣିବାକୁ ଯାଉଛନ୍ତି। ଯେଉଁଥିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଏଜେନ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରୁ ପ୍ରଭାବିତ ହେବାକୁ ଥିବା ଲୋକଙ୍କୁ ତୁରନ୍ତ ସ୍ଥାନାନ୍ତର ପାଇଁ ଗୁରୁତ୍ତ୍ୱ ଦିଆଯାଇଛି। ଏହି ବିଧେୟକକୁ ଗୃ

Wayanad Landslides: ୱାୟନାଡ଼ ଭୁସ୍ଖଳନ ପରେ ସରକାର ଆଣିବେ ନୂଆ ବିପର୍ଯ୍ୟୟ ପ୍ରଶମନ ନୀତି

Wayanad Landslides: ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚଳିତ ଲୋକସଭା ଅଧିବେଶନରେ ଏକ ନୂତନ ବିପର୍ଯୟ ପ୍ରଶମନ ବିଧେୟକ ଆଣିବାକୁ ଯାଉଛନ୍ତି। ଯେଉଁଥିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଏଜେନ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରୁ ପ୍ରଭାବିତ ହେବାକୁ ଥିବା ଲୋକଙ୍କୁ ତୁରନ୍ତ ସ୍ଥାନାନ୍ତର ପାଇଁ ଗୁରୁତ୍ତ୍ୱ ଦିଆଯାଇଛି। ଏହି ବିଧେୟକକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅଣାଯିବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ସୂଚନା ଦେଇଛନ୍ତି। 

 

ଏକ ଜରୁରୀକାଳୀନ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ କ୍ରମେ ମନ୍ତବ୍ୟ ରଖୁଥିବା ବେଳେ ଶ୍ରୀ ଶାହ ଏହା କହିଛନ୍ତି। ବିରୋଧୀ ଦଳ ସଦସ୍ୟ କେସି ବେଣୁଗୋପାଳଙ୍କ ପକ୍ଷରୁ ୱାୟନାଡ଼ର ଭୁସ୍ଖଳନକୁ ନେଇ ଏହି ପ୍ରସ୍ତାବ ଅଣାଯାଇଥିଲା। ପରବର୍ତ୍ତି ସମୟରେ ଏବାବଦରେ ମନ୍ତବ୍ୟ ରଖି ଶ୍ରୀ ଶାହ କହିଛନ୍ତି, କେରଳର ୱାୟନାଡଠାରେ ହୋଇଥିବା ଭୁସ୍ଖଳନ ବାବଦରେ ସରକାରଙ୍କ ନିକଟରେ ଆଗରୁ ସୂଚନା ରହିଥିଲା। ଏପରିକି ୨୦୨୦ ମସିହାରେ ଦିଲ୍ଲୀର ଆଇଆଇଟି ସମ୍ପୃକ୍ତ ଅଞ୍ଚଳକୁ ଭୁସ୍ଖଳନ ପ୍ରବଣ ଅଞ୍ଚଳ ଭାବରେ ସୂଚିତ କରିଥିଲା। ଏହା ସହିତ ସେଠାରେ ରହୁଥିବା ୪ ହଜାର ପରିବାରକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିବା ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ କହିଛନ୍ତି। କିନ୍ତୁ ଏ ସମୟ ଏବଂ ପ୍ରସଙ୍ଗ ରାଜନୀତିର ନୁହେଁ ବରଂ ଉଦ୍ଧାର ଏବଂ ଥଇଥାନ ପାଇଁ ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଶାହା କହିଛନ୍ତି। 

ଶ୍ରୀ ଶାହ ନିଜର ବିବୃତ୍ତିରେ ଭାରତର ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବାବଦରେ ଉଲ୍ଲେଖ କରିଥିଲେ। ସେ କହିଛନ୍ତି ଯେ ବନ୍ୟା, ବାତ୍ୟା ହେଉ ବା ସୁନାମୀ, ଭୂକମ୍ପ, ଭୁସ୍ଖଳନ, ଗ୍ରୀଷ୍ମ ପ୍ରବାହ ବା ଶୀତ ପ୍ରବାହ ସବୁଥି ପାଇଁ ରହିଛି। ୨୦୧୪ ପରେ ସରକାରଙ୍କ ପକ୍ଷରୁ ଏସବୁ ପ୍ରାକୃତିକ ବିପର୍ଯ୍ୟୟର ପୂର୍ବାନୁମାନ ଲାଗି ୨୩୨୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାଦ୍ୱାରା ଦୁନିଆର ସବୁଠାରୁ ବଡ଼ ଅଗ୍ରୀମ ବିପର୍ଯ୍ୟୟ ସୂଚନା ବ୍ୟବସ୍ଥା ଦେଶରେ ସ୍ଥାପନ କରାଯାଇ ପାରିଛି। ଏବେ ଦେଶରେ ଯେଉଁଠି ବି କୌଣସି ବି ବିପର୍ଯ୍ୟୟ ଆସିବାକୁ ଥାଏ ତାହାର ୭ ଦିନ ପୂର୍ବରୁ ଅନୁମାନ କରାଯାଇ ପାରୁଛି। ୧୮ ଜୁଲାଇ ୨୦୨୪ ଦିନ ୱାୟନାଡରେ ପ୍ରବଳ ବର୍ଷା ହେବାର ସୂଚନା ଦିଆଯାଇଥିଲା। ୨୫ ଜୁଲାଇରେ ଏହି ସୂଚନାକୁ ଆହୁରି ଶକ୍ତ କରାଯାଇଥିଲା। ଅଗ୍ରୀମ ସୂଚନା ପ୍ରଦାନକାରୀ ସଂସ୍ଥା ଅନୁସାରେ ଯଦି ବି ବିପର୍ଯ୍ୟୟ ନ ଆସେ ତଥାପି ତାହାକୁ ସମାଲୋଚନା ନ କରି ପ୍ରସ୍ତୁତି ରହିବାକୁ ଶ୍ରୀ ଶାହ ରାଜ୍ୟମାନଙ୍କୁ ନିବେଦନ କରିଛନ୍ତି। 

About the Author