Shocking News: ଚର୍ଚ୍ଚାରେ ଶିବଭକ୍ତ ଭାଲୁ, ଭକ୍ତି ଦେଖି ଚିନ୍ତାରେ ଶ୍ରଦ୍ଧାଳୁ
Advertisement
Article Detail0/zeeodisha/odisha1522905

Shocking News: ଚର୍ଚ୍ଚାରେ ଶିବଭକ୍ତ ଭାଲୁ, ଭକ୍ତି ଦେଖି ଚିନ୍ତାରେ ଶ୍ରଦ୍ଧାଳୁ

Chhattisgarh Bear News: ପ୍ରସାଦ ଖାଇବା ପରେ ଜଙ୍ଗଲକୁ ଫେରି ଯାଉଥିବା ଭାଲୁ ଭଗବାନ ଶିବଙ୍କ ଜଣେ ବଡ଼ ଭକ୍ତ। ଏହି ଅଞ୍ଚଳ ଭାଲୁଙ୍କ ଲାଗି ପ୍ରସିଦ୍ଧ। ଏଠାରେ ଅନେକ ଥର ଭାଲୁ ଦେଖାଯାଇଛି। ଏଠାରେ ଗୋଟିଏ ଭାଲୁ ସନ୍ଧ୍ୟା ସମୟରେ ଶିବ କଥା ଆୟୋଜନ ହେଉଥିବା ସ୍ଥାନରେ ପହଞ୍ଚି ଯାଉଛି। 

Shocking News: ଚର୍ଚ୍ଚାରେ ଶିବଭକ୍ତ ଭାଲୁ, ଭକ୍ତି ଦେଖି ଚିନ୍ତାରେ ଶ୍ରଦ୍ଧାଳୁ

Lord Shivas Devotee: ଦୁନିଆରେ ଆପଣଙ୍କୁ ଅନେକ ଶିବ ପ୍ରକାର ଭକ୍ତ ମିଳିଯିବେ। ଯିଏ ନିଜର ଜୀବନକୁ ସମ୍ପୂର୍ଣ୍ଣ ଶିବ ଭକ୍ତିରେ ବିଲୀନ କରି ଦେଇଥାନ୍ତି। ଶିବ ଭକ୍ତି ପାଇଁ ସେମାନେ କିଛି ମଧ୍ୟ କରିପାରନ୍ତି। ହେଲେ ଏବେ ଜଣେ ଶିବ ଭକ୍ତ ଚର୍ଚ୍ଚାର ପରିସରରେ ରହିଛନ୍ତି। ସେ କୌଣସି ମଣିଷ ନୁହଁନ୍ତି ବରଂ ଏକ ପଶୁ। ଆପଣ ଏକଥା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ହେଲେ ଏହା ସତ୍ୟ।   

ସଦ୍ୟ ଛତିଶଗଡ (Chhattisgarh) ମରୱାହି ଜିଲ୍ଲାରେ (Marwahi District) ଏକ ଭାଲୁ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ଥାନୀୟ ନରୌର ଗ୍ରାମପଞ୍ଚାୟତରେ ଚାଲିଥିବା ଶିବ କଥା ମହୋତ୍ସବ କାର୍ଯ୍ୟକ୍ରମରେ ପହଞ୍ଚିଛି ଏକ ଭାଲୁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ସେଠାରେ ପହଞ୍ଚି ଭାଲୁ ପ୍ରସାଦ ଖାଇ ଜଙ୍ଗଲକୁ ଫେରିଯାଉଛି। କୌତୂହଳର କଥା ଏହା ଯେ କାର୍ଯ୍ୟକ୍ରମ ଲାଗି ଲଗାଯାଇଥିବା ତମ୍ବୁର ଗୋଟିଏ ଭାଗରେ ରଖାଯାଇଥିବା ପ୍ରସାଦ ଖାଇବା ପରେ ଭାଲୁ ପୁଣି ଜଙ୍ଗଲକୁ ଫେରିଯାଉଛି। ଭାଲୁର ଭକ୍ତ ଦେଖି ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। 

ସ୍ଥାନୀୟ ଲୋକଙ୍କ କହିବା କଥା ପ୍ରସାଦ ଖାଇବା ପରେ ଜଙ୍ଗଲକୁ ଫେରି ଯାଉଥିବା ଭାଲୁ ଭଗବାନ ଶିବଙ୍କ ଜଣେ ବଡ଼ ଭକ୍ତ। ଏହି ଅଞ୍ଚଳ ଭାଲୁଙ୍କ ଲାଗି ପ୍ରସିଦ୍ଧ। ଏଠାରେ ଅନେକ ଥର ଭାଲୁ ଦେଖାଯାଇଛି। ଏଠାରେ ଗୋଟିଏ ଭାଲୁ ସନ୍ଧ୍ୟା ସମୟରେ ଶିବ କଥା ଆୟୋଜନ ହେଉଥିବା ସ୍ଥାନରେ ପହଞ୍ଚି ଯାଉଛି। ହେଲେ କେବେ ଏହି ଭାଲୁ ସ୍ଥାନୀୟ ଲୋକଙ୍କର କୌଣସି କ୍ଷତି କରିନାହିଁ। ପ୍ରସାଦ ଗ୍ରହଣ କରିବା ପାଇଁ ହଜାର ହଜାର ଲୋକ ଶିବ କଥା କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ଏହା କେବଳ ଶିବ ଭକ୍ତି କାରଣରୁ ସମ୍ଭବ ହୋଇପାରିଛି।  

ଅନ୍ୟପଟେ ପୂଜାରୀଙ୍କ କହିବା କଥା ଯେ କିଛି ଦିନ ପୂର୍ବରୁ ଭାଲୁ ଶିବ କଥା ଆୟୋଜନ ହେଉଥିବା ସ୍ଥାନରେ ପହଞ୍ଚୁଛି। ଏହା ପରେ ଏକ ବଡ ଥାଳିରେ ଭାଲୁ ଲାଗି ପ୍ରସାଦ ରଖି ଦିଆଯାଉଛି। ପ୍ରସାଦ ଖାଇବା ପାଇଁ ଭାଲୁ ଅପେକ୍ଷା କରି ରହୁଛି। ରାତି ସାଢେ ଦଶଟାରୁ ଏଗାରଟା ସମୟ ମଧ୍ୟରେ ଭାଲୁ ପ୍ରସାଦ ଗ୍ରହଣ କରିବା ପରେ ଜଙ୍ଗଲକୁ ଫେରିଯାଏ।