Chhattisgarh Food Inspector Suspended: ଡ୍ୟାମ ମଧ୍ୟରେ ପଡିଗଲା ଅଫିସରଙ୍କ ଦାମୀ ମୋବାଇଲ୍; ବୁହାଇଦେଲେ ୨୧ ଲକ୍ଷ ଲିଟର ଜଳ, ଆଉ ତାପରେ...
Advertisement
Article Detail0/zeeodisha/odisha1712500

Chhattisgarh Food Inspector Suspended: ଡ୍ୟାମ ମଧ୍ୟରେ ପଡିଗଲା ଅଫିସରଙ୍କ ଦାମୀ ମୋବାଇଲ୍; ବୁହାଇଦେଲେ ୨୧ ଲକ୍ଷ ଲିଟର ଜଳ, ଆଉ ତାପରେ...

Chhattisgarh Govt Official Suspended: ଜଳ ଭଣ୍ଡାରରୁ ପାଣି ନିଷ୍କାସନ କରିବା ଖାଦ୍ୟ ବିଭାଗର ଅଧିକାରୀଙ୍କୁ ତାଙ୍କ ପଦରୁ ନିଲମ୍ବିତ କରାଯାଇଛି। ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା।

Chhattisgarh Food Inspector Suspended: ଡ୍ୟାମ ମଧ୍ୟରେ ପଡିଗଲା ଅଫିସରଙ୍କ ଦାମୀ ମୋବାଇଲ୍; ବୁହାଇଦେଲେ ୨୧ ଲକ୍ଷ ଲିଟର ଜଳ, ଆଉ ତାପରେ...

Chhattisgarh Govt Official Suspended For Dried Up Dam: ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ଜୀବନ ବଞ୍ଚାଇବା ପାଇଁ କରାଯାଇଥିବା ଅନେକ ପ୍ରକାରର ଉଦ୍ୟମ ବିଷୟରେ ଆପଣ ଜାଣିଥିବେ। ହେଲେ ପ୍ରଥମ ଥର ପାଇଁ ପଖଞ୍ଜୁର ପରଲକୋଟ ଜଳଭଣ୍ଡାରରେ ପ୍ରଥମ ଥର ପାଇଁ ଏକ ଫୋନ୍ ପାଇଁ ପାଣି ଶୁଖାଯିବାର ଘଟଣା ପ୍ରଥମ ଥର ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପାଣିରୁ ଫୋନ ବାହାର କରିବା ପାଇଁ ସୋମବାର ଠାରୁ ଅପରେସନ୍ 'ସର୍ଚ୍ଚ ମୋବାଇଲ୍' ଆରମ୍ଭ ହୋଇଥିଲା। ଯାହା ପାଣିରୁ ଫୋନ୍ ବାହାର କରିବା ପରେ ଗୁରୁବାର ଶେଷ ହୋଇଥିଲା। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପଖଞ୍ଜୁର ବାସିନ୍ଦା ତଥା ବର୍ତ୍ତମାନର ପଖଞ୍ଜୁର ଫୁଡ୍ ଇନ୍ସପେକ୍ଟର ଭାବରେ କାର୍ଯ୍ୟରତ ରାଜେଶ ବିଶ୍ୱାସ ତାଙ୍କ ସାଙ୍ଗସାଥିଙ୍କ ସହ ପରଲକୋଟ ଜଳଭଣ୍ଡାରକୁ ପାର୍ଟି କରିବାକୁ ଯାଇଥିଲେ। ପାର୍ଟି ସମୟରେ ରାଜେଶ ବିଶ୍ୱାସଙ୍କ ଦାମୀ ମୋବାଇଲ ପରଲକୋଟ ଜଳଭଣ୍ଡାରରେ ଖସି ପଡ଼ିଥିବାର କୁହାଯାଉଛି।

ପାଣିରେ ଗଳିପଡ଼ିଲା ମୋବାଇଲ, ତତ୍କାଳ ଆରମ୍ଭ ହୋଇଗଲା ଅପରେସନ୍ "ସର୍ଚ୍ଚ ମୋବାଇଲ୍" 
ପାର୍ଟି କରିବା ସମୟରେ ଫୁଡ୍ ଇନ୍ସପେକ୍ଟର ରାଜେଶ ବିଶ୍ୱାସଙ୍କ ୧.୫୪ ଲକ୍ଷ୍ୟ ମୂଲ୍ୟର ମହଙ୍ଗା ମୋବାଇଲ୍ ଫୋନ୍ ସାମସଙ୍ଗ S23 ଅଲଟ୍ରା ପରଲକୋଟ ଜଳଭଣ୍ଡାରର ସ୍କାଲୱେ ନିକଟରେ ପାଣିରେ ପଡିଯାଇଥିଲା। ପାଣିରେ ଫୋନ ପଡ଼ିଯିବା ପରେ ସେ ବିରକ୍ତ ହୋଇ ସୋମବାର ସକାଳେ ପରାଲକୋଟ ଜଳଭଣ୍ଡାରରେ ପହଞ୍ଚି ଯାଇଥିଲେ। ଏହି ସମୟରେ ସେ ନିକଟସ୍ଥ ଗ୍ରାମରେ ରହୁଥିବା ବୁଡାଳୀଙ୍କୁ ଫୋନ ଖୋଜିବା କାର୍ଯ୍ୟରେ ନିୟୋଜିତ କରିଥିଲେ। ଏପରିକି ପାଣିରେ ଫୋନ ଖୋଜିବା କାର୍ଯ୍ୟରେ ସ୍ଥାନୀୟ ଦୋକାନୀ ମଧ୍ୟ ନିୟୋଜିତ ହୋଇଥିଲେ। ହେଲେ ଯେତେବେଳେ ବୁଡାଳୀଙ୍କ ଦ୍ୱାରା ଫୋନ ଖୋଜିବା ଅସଫଳ ହୋଇଥିଲା, ସେତେବେଳେ ପାଣିରୁ ଫୋନ ବାହାର କରିବା ପାଇଁ ପାଣି ପମ୍ପ ଲଗାଯାଇଥିଲା। ପ୍ରାୟ ୩ ଦିନ ଧରି ପମ୍ପ ସହାୟତାରେ ଜଳଭଣ୍ଡାରରୁ ୩ ଦିନ ଧରି ପାଣି ବାହାର କରିବା ପରେ ଏହି ମହଙ୍ଗା ଫୋନ ପାଣିରୁ ମିଳିଥିଲା।

ହେଲେ ଏହି ସମୟରେ ଜଳଭଣ୍ଡାରରୁ ପ୍ରାୟ ୨୧ ଲକ୍ଷ ଲିଟର ପାଣି ନଷ୍ଟ ହୋଇଯାଇଥିଲା। ଯେତିକି ପରିଣାର ଜଳ ନଷ୍ଟ ହେଲା, ସେତିକି ପରିମାଣର ଜଳକୁ କୃଷକଙ୍କ ହଜାର ହଜାର ଏକ ଜମିରେ ଜଳିସେଚନ କାର୍ଯ୍ୟରେ ଲଗାଯାଇ ପାରିଥାନ୍ତା। ଯାହା ଦ୍ୱାରା କୋଟି କୋଟି ଟଙ୍କା ମୂଲ୍ୟରୁ ଫସଲ ଉତ୍ପାଦନ ହୋଇ ପାରିଥାନ୍ତି। ହେଲେ ଜଳଭଣ୍ଡାରରୁ ଜଳ ଶୁଖାଯିବାକୁ ନେଇ ସ୍ଥାନୀୟ ଅଞ୍ଚଳର ଶହ ଶହ ଚାଷୀ ଚିନ୍ତିତ ହୋଇପଡ଼଼ିଛନ୍ତି। 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ପଖଞ୍ଜୁର ଅଞ୍ଚଳର ବାସିନ୍ଦା ହେଉଛନ୍ତି ରାଜେଶ ବିଶ୍ୱାସ। ଯିଏ ସ୍ଥାନୀୟ ଅଞ୍ଚଳରେ ଫୁଡ୍ ଇନ୍ସପେକ୍ଟର ଭାବରେ କାର୍ଯ୍ୟରତ ଅଛନ୍ତି। ହେଲେ ଏହି ଅଧିକାରୀ ଜଣଙ୍କ ନିଜର କାରନାମା ପାଇଁ ସର୍ବାଦା ସର୍ବଦା ବିବାଦ ଏବଂ ଚର୍ଚ୍ଚାରେ ରହିଥାନ୍ତି। ରାସନ କାର୍ଡ ଦ୍ୱାରା ପ୍ରଦାନ କରାଯାଉଥିବା ଚାଉଳ ପ୍ରଦାନରେ ହୋଇଥିବା ହେରଫେର ମାମଲାରେ ତାଙ୍କୁ ଥରେ ନିଲମ୍ବିତ କରାଯାଇଛି। ହେଲେ ବର୍ତ୍ତମାନ ତାଙ୍କର ଦାମୀ ଫୋନ୍ ପାଇଁ ଜଳଭଣ୍ଡାର ଶୁଖାଇବାକୁ ନେଇ ଏବେ ସେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି।

ଖାଦ୍ୟ ନିରୀକ୍ଷକଙ୍କ ଦ୍ୱାରା ଯେତେବେଳେ ଏହି ଅପରେସନ୍ ଚାଲିଥିଲା ସେତେବେଳେ କ୍ରମାଗତ ଭାବରେ ୪ ଦିନ ଧରି ସ୍କଲ ବାୟ ଠାରୁ ଜଳ ଉତ୍ତୋଳନକୁ କରିବାକୁ ନେଇ ବିବାଦ ଲାଗି ରହିଥିଲା। ଅଭିଯୋଗ ପରେ ଜଳସମ୍ପଦ ବିଭାଗ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଜଳ ନିଷ୍କାସନ କାର୍ଯ୍ୟକୁ ବନ୍ଦ କରିଦେଇଥିଲା। ହେଲେ ସେତେବେଳକୁ ୨୧ ଲକ୍ଷ ଲିଟର ପାଣି ନଷ୍ଟ ହୋଇଯାଇଥିଲା। ଏ ପ୍ରସଙ୍ଗରେ ଏବେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ରମଣ ସିଂହି ଟ୍ୱିଟ୍ ମଧ୍ୟ ସାମ୍ନାକୁ ଆସିଛି। ଜଳ ଭଣ୍ଡାରରୁ ପାଣି ନିଷ୍କାସନ ଅଧିକାରୀଙ୍କୁ ତାଙ୍କ ପଦରୁ ନିଲମ୍ବିତ କରାଯାଇଛି।