ଓଲଟିଲା କୁକୁଡ଼ା ବୋଝେଇ ଭ୍ୟାନ: ବୋହିନେଲେ ଲୋକେ
Advertisement
Article Detail0/zeeodisha/odisha1792462

ଓଲଟିଲା କୁକୁଡ଼ା ବୋଝେଇ ଭ୍ୟାନ: ବୋହିନେଲେ ଲୋକେ

Chicken Transport: ରାସ୍ତା କଡ଼ରେ ଓଲଟି ପଡିଲା କୁକୁଡା ବୋଝେଇ ଗାଡି । ସାହାଯ୍ୟ କରିବା ବଦଳରେ ଲୋକେ ଗାଡି କରିଦେଲେ ଖାଲି

ଓଲଟିଲା କୁକୁଡ଼ା ବୋଝେଇ ଭ୍ୟାନ: ବୋହିନେଲେ ଲୋକେ

Chicken Transport: ଅନେକ ସମୟରେ ଖାଦ୍ୟ ସାମଗ୍ରୀ ହେଉ ଅବା ମାଛ ନେଇ ଯାଉଥିବା ଗାଡ଼ି ଭାରସାମ୍ୟ ହରାଇ ହେଉ କିମ୍ୱା ଦୁର୍ଘଟଣା (accident) କାରଣରୁ ଓଲଟି ପଡିଥାଏ। ଆଉ ଆଖ ପାଖର ଲୋକେ ସେ କଣ୍ଟେନରରେ ଥିବା ଜିନିଷ ଗୁଡ଼ିକ ବୋହି ନେବାରେ ଲାଗିଥାନ୍ତି। ଏଭଳି ଘଟଣା ପରେ ଅନେକ ତାତ୍ସଲ୍ୟ କରାଯାଏ ଲୋକମାନଙ୍କୁ। ଏଭଳି କାହାର ଅସୁବିଧା ସମୟରେ କରିବା ଉଚିତ୍ ନୁହେଁ ବୋଲି କୁହାଯାଏ। ତଥାପି ଲୋକମାନେ ନିଜ ପ୍ରବୃତ୍ତିରୁ ବାହାରନ୍ତି ନାହିଁ। ଆମେ ଆଜି ଏଥି ପାଇଁ ଆପଣଙ୍କୁ ଏହି ସବୁ କଥା କହୁଛୁ, କାରଣ ଏକ କୁକୁଡ଼ା ବୋଝେଇ ଗାଡ଼ି ଯାଇଥିବା ସମୟରେ ରାସ୍ତାରେ ଓଲଟି ପଡ଼ିଥିଲା । ଆଖପାଖ ଗାଁର ଲୋକ ଧାଇଁଲେ କୁକୁଡ଼ା (Chicken) ନେବାପାଇଁ।   ଏଭଳି ଏକ ଭିଡିଓ ବର୍ତ୍ତମାନ ଭାଇରାଲ (Viral) ହେଉଛି। ଭିଡିଓଟିରେ ଦେଖାଯାଇଥିବା ଦୁର୍ଘଟଣା ଓ ସମ୍ପୂର୍ଣ୍ଣ ଦୃଶ୍ୟ ନୂଆପଡ଼ା ଭେଲା ଗାଁ ନିକଟରେ ଘଟିଛି ବୋଲି ଜଣା ପଡିଛି। 

ଭିଡ଼ିଓରେ ଦେଖିବାକୁ ମିଳୁଛି କି, ଯେତେବେଳେ କୁକୁଡ଼ା ବୋଝେଇ ଭ୍ୟାନ ଟି ଓଲଟି ପଡିଥିଲା। ଲୋକେ ସେଠାରେ ରୁଣ୍ଡ ହୋଇଯାଇଥିଲେ। ସେମାନେ ଭ୍ୟାନ କୁ ଉଠାଇ କୁକୁଡ଼ା ଗୁଡ଼ିକୁ ପୁଣି ସେଥିରେ ରଖିବା ବଦଳରେ ନିଜ ନିଜ ଘରକୁ ବୋହି ନେଇଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏପରିକି ଭ୍ୟାନଟିକୁ ସାଳଖି କୁକୁଡ଼ା ସବୁ ଉଠେଇକି ଥୋଇବା ପରେ ମଧ୍ୟ କିଛି ଲୋକ ଗାଡ଼ି ଭିତରୁ କୁକୁଡ଼ା ଚୋରି କରୁଥିବା ଦେଖା ଯାଇଛି। ଏହିଥିରେ ଖାଲି ଯେ ବ୍ୟକ୍ତି ସାମିଲ ଅଛନ୍ତି ତା ନୁହେଁ ଛୋଟ ଛୋଟ ଛୁଆ ମଧ୍ୟ କୁକୁଡ଼ା ସାଇକେଲରେ ବୋହି ନେଇଯାଉଛନ୍ତି।

ଘଟଣାସ୍ଥଳର ଦୃଶ୍ୟ ଭାଇରାଲ୍ ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଆଲୋଚନା ଆରମ୍ଭ ହୋଇଯାଇଛି । କିଛି ବରିଷ୍ଠ ବ୍ୟକ୍ତି କହିଛନ୍ତି ଯେ, ଆଜିର ଦୁନିଆରେ ଭଲ ଲୋକ ମିଳିବା ଖୁବ୍ କଷ୍ଟ । ସମସ୍ତେ ନିଜର ସ୍ୱାର୍ଥ ହାସଲ ପାଇଁ ଉଦ୍ୟମ କରୁଛନ୍ତି । କିପରି ଦୁର୍ଘଟଣାର ସମ୍ମୁଖିନ ହୋଇଥିବା ବ୍ୟକ୍ତିକୁ ସାହାଯ୍ୟ କରାଯାଇପାରିବ ସେକଥା ନଭାବି ଯିଏ ଯେତେ ପାର୍ ଲୋକମାନେ ମାଗଣାରେ ଚିକେନ  ଘରକୁ ବୋହିନେଲେ । 

Also Read- Love Story: ୨୦ ବର୍ଷ ବୟସର ପୁତୁରାକୁ ବିବାହ କଲେ ୪୦ବର୍ଷର ଖୁଡୀ