ଛୋଟ ଆଖିର ଫାଇଦା କହିଲେ ରାଜ୍ୟ ବିଜେପି ମୁଖ୍ୟ
Advertisement

ଛୋଟ ଆଖିର ଫାଇଦା କହିଲେ ରାଜ୍ୟ ବିଜେପି ମୁଖ୍ୟ

ସୋସିଆଲ ମିଡିଆରେ ନାଗାଲାଣ୍ଡର ଉଚ୍ଚଶିକ୍ଷା ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମନ୍ତ୍ରୀ ତାଙ୍କ ଛୋଟ ଆଖିର ଲାଭ ବିଷୟରେ କହୁଛନ୍ତି।

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ଏସିଆ ମହାଦେଶରେ ଜନସଂଖ୍ୟାର ଏକ ବଡ ଭାଗଙ୍କ ଆଖି ପ୍ରାୟ ସାନ। ବିଶେଷ କରି ପୂର୍ବ ଓ ଦକ୍ଷିଣ ପୂର୍ବ ଏସିଆରେ ବସବାସ କରୁଥିବା ଲୋକଙ୍କ ଆଖି ଅନ୍ୟମାନଙ୍କୁ ତୁଳନାରେ ଛୋଟ ଥାଏ। ଭାରତର ଉତ୍ତର ପୂର୍ବାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଠାରେ ମଧ୍ୟ କିଛି ମାତ୍ରାରେ ଏହି ଭଳି ଶରୀର ଗଠନ ଦେଖିବାକୁ ମଳେ। ତେବେ ଛୋଟ ଆଖିକୁ ନେଇ ନାଗାଲାଣ୍ଡର ଶିକ୍ଷା ତଥା ଆଦିବାସୀ ବ୍ୟାପାର ମନ୍ତ୍ରୀ ଏପରି କିଛି କହିଛନ୍ତି, ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଛି।

ସୋସିଆଲ ମିଡିଆରେ ନାଗାଲାଣ୍ଡର ଉଚ୍ଚଶିକ୍ଷା ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମନ୍ତ୍ରୀ ତାଙ୍କ ଛୋଟ ଆଖିର ଲାଭ ବିଷୟରେ କହୁଛନ୍ତି। ମନ୍ତ୍ରୀଙ୍କ ନାମ ଟେମଜେନ୍ ଇମନା ଆଲାଙ୍ଗ। ସେ ମନ୍ତ୍ରୀ ହେବା ସହ ନାଗାଲାଣ୍ଡର ବିଜେପି ସଭାପତି ମଧ୍ୟ ଅଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଧ୍ୟ ଏହି ଭିଡିଓକୁ ନିଜ ଟ୍ୱିଟର ହ୍ୟାଣ୍ଡେଲ ସହ ସେୟାର କରିଛନ୍ତି।

Also Read: 5G spectrum raceରେ ଚତୁର୍ଥ କମ୍ପାନୀର ଏଣ୍ଟ୍ରୀ, ପ୍ରଥମ ଥର ମୁହାଁମୁହିଁ ହେବେ ଅମ୍ବାନୀ-ଆଦାନୀ

ଏହି ଭିଡିଓରେ ଥଟ୍ଟା କରି ବିଜେପି ମନ୍ତ୍ରୀ କହିଛନ୍ତି ଯେ, ଲୋକମାନେ କହିଛନ୍ତି ଯେ ଉତ୍ତର-ପୂର୍ବର ଲୋକମାନଙ୍କର ଆଖି ଛୋଟ। ମୋର ମଧ୍ୟ ଛୋଟ ଆଖି ଅଛି, କିନ୍ତୁ ମୁଁ ବହୁତ ଭଲ ଦେଖିପାରେ। ଭିଡିଓରେ ତାଙ୍କର ମନ୍ତବ୍ୟ ପରେ କରତାଳି ମଧ୍ୟ ଶୁଣାଯାଉଛି। ଆଲାଙ୍ଗ ଆହୁରି ମଧ୍ୟ କହିଛନ୍ତି ଯେ, ଛୋଟ ଆଖି ରହିବା ଅନ୍ୟ ଏକ ଫାଇଦା ହେଲା, ଆଖିରେ ମଇଳା ପ୍ରବେଶ କରେ ନାହିଁ। ଆହୁରି ମଧ୍ୟ, ଅନେକ ଥର ମଞ୍ଚରେ ପ୍ରୋଗ୍ରାମ ବହୁତ ଲମ୍ବା ଚାଲେ, ତେଣୁ ଆମେ ଏକ ଉପାୟରେ ଶୋଇପଡୁ। ଆଉ ଲୋକଙ୍କୁ ଜଣାପଡେ ନାହିଁ।

fallback

ମନ୍ତ୍ରୀ ଟେମଜେନ୍ ଇମନା ଆଲାଙ୍ଗଙ୍କ ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହେଉଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ଭିଡିଓ ଟ୍ୱିଟ୍ କରି ଲେଖିଛନ୍ତି, 'ମୋ ଭାଇ ପୁରା ଫର୍ମରେ ଅଛନ୍ତି।' ଏହା ସହିତ ସେ ଟେମଜେନଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି। ନାଗାଲାଣ୍ଡ ମନ୍ତ୍ରୀ ନିଜେ ଏହି ଭିଡିଓକୁ ରିଟ୍ୱିଟ କରି ଉତ୍ତର-ପୂର୍ବ ପାଇଁ ସ୍ୱର ଉଠାଇଥିବାରୁ ୟୁଜର୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି।