ସଡ଼କ ଦୁର୍ଘଟଣାରେ ବିଧାୟକଙ୍କ PA ସମେତ ୩ ସମ୍ପର୍କୀୟ ମୃତ, ଦୁଇ ଗୁରୁତର
Advertisement
Article Detail0/zeeodisha/odisha1251575

ସଡ଼କ ଦୁର୍ଘଟଣାରେ ବିଧାୟକଙ୍କ PA ସମେତ ୩ ସମ୍ପର୍କୀୟ ମୃତ, ଦୁଇ ଗୁରୁତର

ଶନିବାର ରାତି ପ୍ରାୟ ଗୋଟାଏ ବେଳେ ଆପ୍ ବିଧାୟକ ଅମନ ଶୌରୀ କଲସୀଙ୍କ ଭାଇ ଅମୃତପାଲ ସିଂହଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଅମୃତପାଲ ତାଙ୍କର ୪ ଜଣ ସାଥିଙ୍କ ସହ ଏକ ପାର୍ଟିରୁ ଫେରୁଥିଲେ। ଅମୃତସର-ଜଳନ୍ଦର ରୋଡରେ ହଠାତ ଚଳନ୍ତା ଗାଡିର ଚକ ବାହାରି ଯାଇଥିଲା।

ସୌ- ସୋସିଆଲ ମିଡିଆ

ଅମ୍ରିତସର: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବିଧାୟକଙ୍କ PA ସମେତ ୩ ସମ୍ପର୍କୀୟ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଅଛନ୍ତି। ଶନିବାର ବିଳମ୍ବିତ ରାତିରେ ପଞ୍ଜାବର ବାଟଲା ବିଧାୟକ ଅମନ ଶୌରୀ କଲସୀଙ୍କ ସମ୍ପର୍କୀୟଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିଧାୟକଙ୍କ ଭାଇ ଓ ଅନ୍ୟଜଣଙ୍କୁ ଅମୃତସରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁସାରେ, ଶନିବାର ରାତି ପ୍ରାୟ ଗୋଟାଏ ବେଳେ ଆପ୍ ବିଧାୟକ ଅମନ ଶୌରୀ କଲସୀଙ୍କ ଭାଇ ଅମୃତପାଲ ସିଂହଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଅମୃତପାଲ ତାଙ୍କର ୪ ଜଣ ସାଥିଙ୍କ ସହ ଏକ ପାର୍ଟିରୁ ଫେରୁଥିଲେ। ଅମୃତସର-ଜଳନ୍ଦର ରୋଡରେ ହଠାତ ଚଳନ୍ତା ଗାଡିର ଚକ ବାହାରି ଯାଇଥିଲା। ଫଳରେ ଗାଡି ନିୟନ୍ତ୍ରଣ ହରାଇ ରାସ୍ତାକଡର ଡିଭାଇଡରରେ ପିଟି ହୋଇଥିଲା। ଦୁର୍ଘଟଣର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚ ଉଦ୍ଧାର କାର୍ଯ୍ୟ କରିଛି।

Also Read: Udaypur Murder Case : ଦେଶର ମୁସଲମାନଙ୍କୁ RSS ଦେଲା ଏହି ବାର୍ତ୍ତା

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗାଡିଟି ଭାଙ୍ଗି ଚୁରମାର ହୋଇଯାଇଛି। ଘଟଣାସ୍ଥଳରେ ହିଁ ତିନି ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ବିଧାୟକ ଅମନ ଶୌରୀ କଲସୀଙ୍କ ବ୍ୟକ୍ତିଗତ ସରକାରୀ (ପିଏ) ଉପଦେଶ ସିଂହ, ସମ୍ପର୍କୀୟ ଭାଇ ଗୁରଲୀନ ସିଂହ ଓ ବନ୍ଧୁ ସୁନୀଲ ବୋଲି ଚିହ୍ନଟ କରାଯାଇଛି। ବିଧାୟକଙ୍କ ଭାଇ ଅମୃତପାଲ ସିଂହ ଓ ଅନ୍ୟ ଜଣେ ବନ୍ଧୁ ମାନିକ ମେହେତା ଗୁରୁତର ଅଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ  ଅମ୍ରିତସରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

 

ସୂଚନା ପାଇ ସିଟି ଡିଏସପି ଲଳିତ କୁମାର ପୋଲିସ ଟିମ ସହ ସିଭିଲ ହସ୍ପିଟାଲ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଡିଏସପି କହିଛନ୍ତି ଯେ, କାରର ଚକ ବାହାରି ଯିବାରୁ ଦୁର୍ଘଟଣା ଘଟିଛି। ଏଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାର ତଦନ୍ତ ଚାଲୁଛି। ଦୁଇ ଜଣ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ନାହିଁ ବୋଲି ଡିଏସପି ଲଳିତ କୁମାର କହିଛନ୍ତି।