CISF Exam 2023: ସ୍ୱପ୍ନ ଥିଲା ସିଆଇଏସଏଫ...ହେଲେ ପରୀକ୍ଷା ବେଳେ ଟଳି ପଡିଲେ ଯୁବକ
Advertisement
Article Detail0/zeeodisha/odisha1681903

CISF Exam 2023: ସ୍ୱପ୍ନ ଥିଲା ସିଆଇଏସଏଫ...ହେଲେ ପରୀକ୍ଷା ବେଳେ ଟଳି ପଡିଲେ ଯୁବକ

CISF Exam 2023 News In Odia: ସିଆଇଏସଏଫର ଶାରୀରିକ ପରୀକ୍ଷା ଦେବା ବେଳେ ଘଟିଲା ବଡ ଦୁର୍ଘଟଣା (CISF aspirant dies)। ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଉଛନ୍ତି ପୁରୁଷୋତ୍ତମ ସାହୁ । ଶବ ବ୍ୟବଚ୍ଛେଦ ପରେ ତାଙ୍କର ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ସେପଟେ, ଭେଣ୍ତିଆ ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି ପରିବାର ଲୋକେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

CISF Exam 2023 News In Odia: ସ୍ୱପ୍ନ ଥିଲା ସିଆଇଏସଏଫ(CISF)ରେ ଯବାନ ହେବେ । ଆଉ ମାଆ ମାଟି ପାଇଁ କାମ କରିବେ । ଦେଶର ସୀମାରେ ରହି ଶତ୍ରୃକୁ ଦମନ କରିବେ। ଆଉ ଭାରତର ସୁରକ୍ଷା କବଚ ସାଜିବେ। କିନ୍ତୁ ତାଙ୍କର ଏହି ସ୍ବପ୍ନ ସ୍ବପ୍ନରେ ରହିଗଲା। ସି.ଆଇ.ଏସ.ଏଫର ଶାରୀରିକ ପରୀକ୍ଷା ଦେବା ବେଳେ ଯୁବକଙ୍କ ମୃତ୍ୟୁ ଘଟିଛି (CISF aspirant dies) । ମୃତ ଯୁବକ ଜଣକ ହେଉଛନ୍ତି ପୁରୁଷୋତ୍ତମ ସାହୁ । ଅନୁଗୁଳ ଜିଲ୍ଲା ନାଲ୍‌କୋ ନଗରରେ  ସି.ଆଇ.ଏସ.ଏଫର(physical fitness test) ଶାରୀରିକ ପରୀକ୍ଷା ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଅଘଟଣ ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି । ତେବେ, ଭେଣ୍ତା ପୁଅକୁ ହରାଇ ମାଟିରେ ଲୋଟି ପଡୁଛି ଜନ୍ମକଲା ମାଆ ।

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ନାଲ୍‌କୋ ନଗରଠାରେ ଷ୍ଟାପ ସିଲେକ୍ସନ କମିଶନ ଅଧୀନରେ ସିଆଇଏସଏଫ୍‌ର ଶାରୀରିକ ପରୀକ୍ଷା (physical fitness test) ଚାଲିଥିଲା। ଏହି ପରୀକ୍ଷାରେ ଭାଗ ନେଇଥିଲେ ବରଗଡ଼ ଜିଲ୍ଲାର ଶରଧାପାଲି ଥାନା ଅଞ୍ଚଳରେ ପୁରୁଷୋତ୍ତମ ସାହୁ । ଗୁରୁବାର, ସକାଳ  ୯.୩୦ ମିନିଟ୍‌ରେ ସିଆଇଏସଏଫ୍‌ର ଶାରୀରିକ ପରୀକ୍ଷା (physical fitness test) ଆରମ୍ଭ ହୋଇଥିଲା। ଆଉ ଏଥିରେ ଦୌଡୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡିଥିଲେ ସେ । ପରେ ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁରୁଷୋତ୍ତମ ଦୌଡୁଥିବା ସମୟରେ ହଠାତ ତାଙ୍କର ହୃଦ ସ୍ପନ୍ଦନ ବଢି ଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ଶବ ବ୍ୟବଚ୍ଛେଦ ପରେ ତାଙ୍କର ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ସେପଟେ, ଭେଣ୍ତିଆ ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି ପରିବାର ଲୋକେ। 

Also Read: Gajlaxmi Rajyog: ଦୀର୍ଘ ଦଶନ୍ଧି ପରେ ପଡ଼ୁଛ ମହାସଂଯୋଗ, ଏହି ରାଶିଙ୍କର ଶେଷ ହେବ ଶନୀ ସାଢେସତୀ,ବର୍ଷିବ ଧନଧାନ୍ୟ

Also Read: Cyclone: ୯ରେ ବାତ୍ୟା ସମ୍ଭାବନା! ଲଘୁଚାପ ସୃଷ୍ଟି ପରେ ସ୍ପଷ୍ଟ ହେବ ଗତିପଥ, ଜାଣନ୍ତୁ ଓଡି଼ଶା ଉପରେ କେମିତି ରହିବ ପ୍ରଭାବ?

Also Read: Pushpa 2: କେବଳ ମାଲକାନଗିରି ନୁହେଁ ,ଓଡ଼ିଶାର ଏହି ସ୍ଥାନରୁ ଆରମ୍ଭ ହେବାକୁ ଯାଉଛି 'ପୁଷ୍ପା ୨' ର ସୁଟିଂ

ନିକଟରେ ଏ-ଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଥିଲା। କନଷ୍ଟେବଳ ଚାକିରି ପାଇଁ ଶାରୀରିକ ପରୀକ୍ଷା ଦେଉଥିବା ବେଳେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଦୀପ୍ତରଞ୍ଜନ ଦାସ । କନେଷ୍ଟବଳ ନିଯୁକ୍ତି ପାଇଁ ଚାଲୁଥିବା ଶାରୀରିକ ପରୀକ୍ଷାରେ ଦୌଡ଼ିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ଗଞ୍ଜାମ ଏସପି ଜଗମୋହନ ମୀନା କହିଛନ୍ତି କି, କନେଷ୍ଟବଳ ନିଯୁକ୍ତି ପାଇଁ ଫିଜିକାଲ ଟେଷ୍ଟ ବେଳେ ୧୬୦୦ ମିଟର ଦୌଡ଼ ସମୟରେ ଦୀପ୍ତରଞ୍ଜନ ଟଳି ପଡ଼ିଥିଲେ । ଏହାପରେ ତାଙ୍କୁ ସକାଳ ପ୍ରାୟ ୯:୧୪ ମିନିଟରେ ପ୍ରଥମେ ଛତ୍ରପୁର ପରେ ଏମକେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା । ପ୍ରାଥମିକ ତଦନ୍ତରୁ ହୃଦଘାତ୍ ଯୋଗୁଁ ଦୀପ୍ତରଞ୍ଜନଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଏସପି ।

Also Read: Kissing Side Effects: ସାବଧାନ! ଅଧିକ କିସ୍ କରୁଛନ୍ତି କି? ଆପଣଙ୍କୁ ହୋଇପାରେ ଏସବୁ ମାରତ୍ମକ ରୋଗ