Colombia Plane Crash: ବିମାନ ଦୁର୍ଘଟଣାର ୪୦ ଦିନ ପରେ ଜୀବିତ ଅବସ୍ଥାରେ ମିଳିଲେ ୪ ଶିଶୁ!
Advertisement
Article Detail0/zeeodisha/odisha1732552

Colombia Plane Crash: ବିମାନ ଦୁର୍ଘଟଣାର ୪୦ ଦିନ ପରେ ଜୀବିତ ଅବସ୍ଥାରେ ମିଳିଲେ ୪ ଶିଶୁ!

Miracle Incident in Columbia: ଏକ ବିମାନ ଦୁର୍ଘଟଣା ହେବାର ୪୦ ଦିନ ପରେ ଏକ ଜଙ୍ଗଲରୁ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି ଚାରି ଜଣ ଶିଶୁ। ଲାଟିନ ଆମେରିକୀୟ ଦେଶ କଲମ୍ବିଆ ସ୍ଥିତ ଏକ ଜଙ୍ଗଲରେ ଦେଖିବାକୁ ମିଳିଛି ଏଭଳି ଘଟଣା।

Colombia Plane Crash: ବିମାନ ଦୁର୍ଘଟଣାର ୪୦ ଦିନ ପରେ ଜୀବିତ ଅବସ୍ଥାରେ ମିଳିଲେ ୪ ଶିଶୁ!

Miracle in the Jungles of Amazon: ବିମାନ ଦୁର୍ଘଟଣାର ୪୦ ଦିନ ପରେ ଜୀବିତ ଅବସ୍ଥାରେ ମିଳିଛନ୍ତି ୪ ଶିଶୁ। ଲାଟିନ ଆମେରିକୀୟ ଦେଶ କଲମ୍ବିଆ ଠାରେ ଦେଖିବାକୁ ମିଳିଛି ଏଭଳି ଚମତ୍କାର। ଶୁକ୍ରବାର କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ଏହି ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି। ଏନେଇ ରାଷ୍ଟ୍ରପତି କହିଛନ୍ତି ଯେ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର ଚାରି ଜଣ ଶିଶୁଙ୍କୁ ଦେଶର ଦକ୍ଷିଣରେ ଭାଗରେ ଅବସ୍ଥିତ ଏକ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଯେଉଁମାନେ ପ୍ରାୟ ୫ ସପ୍ତାହରୁ ଅଧିକ ସମୟ ଧରି ଜଙ୍ଗଲରେ ରହିଥିଲେ। 

ଏହି ୪ ଜଣ ଶିଶୁଙ୍କୁ ନେଇ ଯାତ୍ରା କରୁଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣା କଲମ୍ବିଆର କାକୁଟା ଏବଂ ଗୁଆଭିଆର୍ ପ୍ରଦେଶର ସୀମା ନିକଟରେ ଘଟିଥିଲା। ଯେଉଁଠି ଏକ ଛୋଟ ବିମାନ ସେମାନଙ୍କୁ ନେଇ ଏହାରହ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରୁଥିଲା। ହେଲେ ଯାତ୍ରା ବେଳେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ସେହି ୪ ଜଣ ଶିଶୁ ଏକ ଜଙ୍ଗଲ ମଧ୍ୟରେ ଫସି ଯାଇଥିଲେ। ସେମାନଙ୍କୁ ସେନା ପକ୍ଷରୁ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା। ସମଗ୍ର ଦେଶ ପାଇଁ ଏହା ଏକ ଆନନ୍ଦ। ହଜିଯାଇଥିବା ଚାରି ଜଣ ପିଲା ଦେଶର ଦକ୍ଷିଣ ଭାଗରେ ଅବସ୍ଥିତ ଜଙ୍ଗଲରୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। 

ସେସନା ୨୦୬ ନାମକ ଏକ ବିମାନ ଆମାଜାନସ୍ ପ୍ରଦେଶର ଆରାରାକୁଆରା ଏବଂ ଗୁଆଭିଆର୍ ପ୍ରଦେଶର ସାନ୍ ଜୋସ୍ ଡେଲ୍ ଗୁଆଭିଆର୍ ମଧ୍ୟରେ ୭ ଜଣ ଲୋକଙ୍କୁ ନେଇ ଯାତ୍ରା କରୁଥିଲା। ମାତ୍ର ଯାତ୍ରା ବେଳେ ବିମାନ ଇଞ୍ଜିନ ଖରାପ ହୋଇଯାଇଥିବାର ଖବର ମିଳିଥିଲା। ଏହି ଦୁର୍ଘଟଣାରେ ବିମାନ ଚାଳକଙ୍କ ସମେତ ୩ ଜଣ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମାତ୍ର ୧୩, ୯, ୪ ବର୍ଷ ସହିତ ଏକ ୧୧ ମାସର ଶିଶୁ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ବିମାନ ଚାଳକଙ୍କ ମୃତଦେହ, ଶିଶୁଙ୍କ ମାଆ ଏବଂ ଜଣେ ସ୍ଥାନୀୟ ଆଦିବାସୀ ନେତାଙ୍କ ଶରୀର ଦୁର୍ଘଟଣାଗ୍ରସ୍ତ ସ୍ଥାନରୁ ମିଳିଥିଲା। ଯେଉଁଠାରେ ବିମାନ ଏକ ଗଛରେ ପିଟି ହୋଇଥିବା ଅବସ୍ଥାରେ ମିଳିଛି। 

 

ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ପ୍ରାଥମିକ ସୂଚନା ଅନୁଯାୟୀ ସେହି ୪ ଜଣ ଶିଶୁ ବିମାନ ଦୁର୍ଘଟଣା ପରେ ସାହାଯ୍ୟ ପାଇବା ଆଶାରେ ଆମାଜନ ବର୍ଷା ବନକୁ ଚାଲି ଯାଇଥିଲେ। ପ୍ରାୟ ୧୬୦ ଜଣ ସୈନିକ ଏବଂ ୭୦ ଜଣ ଆଦିବାସୀ ଆମାଜନ ଜଙ୍ଗଲରେ ଚାଲିଥିବା ଅନୁସନ୍ଧାନ କାର୍ଯ୍ୟରେ ନିୟୋଜିତ ହୋଇଥିଲା। ଉଦ୍ଧାର ଅଭିଯାନରେ ସନ୍ଧାନୀ କୁକୁର ସହ କଲମ୍ବିଆ ସ୍ଥଳ ସେନା ଏବଂ ବାୟୁସେନା ବିମାନ ଏବଂ ହେଲିକପ୍ଟର ଭାଗ ନେଇଥିଲା।

କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ଏହି ଘଟଣା ବାବଦରେ ଅବଗତ କରାଇଥିଲେ। ଏନେଇ ରାଷ୍ଟ୍ରପତି କହିଥିଲେ ଆଜି ଆମ ପାଇଁ ଏକ ଚମତ୍କାର ଦିନ। ବିମାନ ଦୁର୍ଘଟଣାରେ ନିଖୋଜ ହୋଇଯାଇଥିବା ଶିଶୁଙ୍କୁ ଉଦ୍ଧାର କରାଯାଇଛି। ମାତ୍ର ସେମାନଙ୍କ ଅବସ୍ଥା ଦୁର୍ବଳ ରହିଛି। ଡାକ୍ତର ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବେ। ଉଦ୍ଧାର ଅଭିଯାନ ସମୟରେ ସେମାନଙ୍କୁ ଗୋଟିଏ ସ୍ଥାନରେ ରହିବାକୁ କହିଥିଲା ବାୟୁସେନା। କାରଣ ସେମାନେ ବୁଲାବୁଲି କରିବାରୁ ସେମାନଙ୍କୁ ଜଙ୍ଗଲରେ ଖୋଜିବା ଅଧିକ କଷ୍ଟସାଧ୍ୟ ହୋଇପଡ଼ିଥିଲା। ଏହି ସମୟରେ ସୈନିକଙ୍କ ପକ୍ଷରୁ ଖାଦ୍ୟ ପୁଡ଼ିଆ ଏବଂ ପାଣି ବୋତଲ ଆକାଶ ମାର୍ଗରୁ ପକାଯାଇଥିଲା।

କଲମ୍ବିଆ ସୈନିକଙ୍କ କହିବା ଅନୁସାରେ ଉଦ୍ଧାରକାରୀ ଦଳ ସେମାନଙ୍କୁ ଦୁର୍ଘଟଣାଗ୍ରସ୍ତ ସ୍ଥାନଠାରୁ ପ୍ରାୟ ୫ କିଲୋମିଟର ପଶ୍ଚିମ ଦିଗରୁ ପାଇଥିଲା। ଏହି ଶିଶୁ ହୁଇଟୋଟୋ ସମ୍ପ୍ରଦାୟର ଯେଉଁମାନେ ଶିକାର କରିବା ଏବଂ ମାଛ ଧରିବା ଜାଣିଛନ୍ତି। ସେମାନେ ଜଙ୍ଗଲ ସହିତ ଭଲ ଭାବରେ ପରିଚିତ। ଅନ୍ୟପଟେ କଲମ୍ବିଆ ପ୍ରତିରକ୍ଷା ମନ୍ତ୍ରୀ ଇଭାନ ଭେଲାସ୍କେଜ କହିଛନ୍ତି ଯେ ଆସନ୍ତାକାଲି ସେମାନଙ୍କର ଚିକିତ୍ସା କରାଯିବ। ଡାକ୍ତର ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା କରିବା ପରେ ସେମାନଙ୍କୁ ବୋଗୋଟା, ସାମରିକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ।