ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଏହି ସ୍ଥାନରେ ଗରୁଡ ଏବଂ ଜଟାୟୁଙ୍କ ଭିଡ
Advertisement
Article Detail0/zeeodisha/odisha2070687

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଏହି ସ୍ଥାନରେ ଗରୁଡ ଏବଂ ଜଟାୟୁଙ୍କ ଭିଡ

Garuda and jatayu: ରାମାୟଣରେ ଆପଣମାନେ ପଢିଥିବେ ଯେ, ପ୍ରଭୁ ଶ୍ରୀରାମ ଯେତେବେଳେ ନାଗଫାସରେ ପଡିଥିଲେ ସେତେବେଳେ ଗରୁଡ ପକ୍ଷୀ ପ୍ରଭୁ ଶ୍ରୀରାମଙ୍କୁ ନାଗଫାସରୁ ଉଦ୍ଧାର କରିଥିଲେ । ବର୍ତ୍ତମାନ ରାଜସ୍ଥାନର ଏକ ଅଞ୍ଚଳରେ ଗରୁଡ ଏବଂ ଜଟାୟୁ ପକ୍ଷୀଙ୍କ ଭିଡ ଦେଖିବାକୁ ମିଳିଛି ।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଏହି ସ୍ଥାନରେ ଗରୁଡ ଏବଂ ଜଟାୟୁଙ୍କ ଭିଡ

Garuda and jatayu: ରାମାୟଣରେ ପ୍ରଭୁ ଶ୍ରୀରାମଙ୍କୁ ସହଯୋଗ କରିଥିବା ଉଭୟ ଗରୁଡ ଏବଂ ଜଟାୟୁ ପକ୍ଷୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ମାତା ସୀତାଙ୍କୁ ଅପହରଣ କରିବା ସମୟରେ ଏକ ଜଟାୟୁ ପକ୍ଷୀ ଏହାର ପ୍ରତିବାଦ କରିଥିଲା । ସେହିପରି ଯେତେବେଳେ ପ୍ରଭୁ ଶ୍ରୀରାମ ନାଗଫାସରେ ପଡିଥିଲେ ସେତେବେଳେ ଗରୁଡ ପ୍ରଭୁଙ୍କୁ ନାଗଫାସରୁ ମୁକୁଳାଇଥିଲେ । ପୂରାଣରେ ବର୍ଣ୍ଣିତ ଥିବା କଥାକୁ ହିନ୍ଦୁ ଧର୍ମର ଲୋକେ ବିଶ୍ୱାସ କରିଥାନ୍ତି । ସେଥିପାଇଁ ଗରୁଡ ଏବଂ ଜଟାୟୁ ପକ୍ଷୀଙ୍କର ମଧ୍ୟ ସ୍ୱତନ୍ତ୍ରତା ରହିଛି ।

ବର୍ତ୍ତମାନ ରାଜସ୍ଥାନର ଜୋଡ୍ ବିଡ୍ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ । ସେଠାରେ ଗରୁଡ ଏବଂ ଜଟାୟୁଙ୍କ ସମେତ ବିଭିନ୍ନ ପକ୍ଷୀ ଦେଖିବାକୁ ମିଳୁଛି ବୋଲି ଗଣମାଧ୍ୟମରେ ଖବର ପ୍ରଚାରିତ ହେଉଛି । ତେବେ ପ୍ରଥମ ଥର ଏତେ ସଂଖ୍ୟକ ପକ୍ଷୀ ଆସିଥିବାରୁ ପକ୍ଷୀପ୍ରେମୀଙ୍କୁ ଏହା ଖୁସି ଦେଇଛି । 

ଜୋଡ୍ ବିଡ୍ ଏରିଆ ମୃତ ପଶୁମାନଙ୍କ ପାଇଁ ଏସିଆର ସର୍ବ ବୃହତ ଡମ୍ପିଂ ସ୍ଥାନ ବୋଲି ବିବେଚନା କରାଯାଏ । ଏହି ଜଙ୍ଗଲରେ ବହୁ ସଂଖ୍ୟାରେ ବିଷାକ୍ତ ସାପ, ମୂଷା ଇତ୍ୟାଦି ରହିଥିବା କାରଣରୁ ଶାଗୁଣା ସମେତ ବିଭିନ୍ନ ଶିକାରୀ ପକ୍ଷୀମାନେ ଏଠାକୁ ବହୁ ପରିମାଣରେ ଏଠାକୁ ଆସନ୍ତି । ପାଖାପାଖି ତିନି ହଜାର କିଲୋମିଟର ଦୂରତା ଅତିକ୍ରମ କରି କାଜାଖସ୍ତାନ, ମୋଙ୍ଗୋଲିଆ ଏବଂ ଋଷ ଇତ୍ୟାଦି ସ୍ଥାନରୁ ବହୁ ସଂଖ୍ୟାରେ ପକ୍ଷୀ ଆସୁଛନ୍ତି । ପୃଥିବୀର ବୃହତ୍ତମ ଏବଂ ଭାରୀ ପକ୍ଷୀ ଜାଟାୟୁ ପ୍ରଜାତି ବୋଲି କୁହାଯାଉଥିବା ସିନେରିଅସ୍ ଶାଗୁଣାଙ୍କ ସଂଖ୍ୟା ଏଠାରେ ଶତାଧିକ ବୋଲି କୁହାଯାଉଛି । ଏହା ସହିତ ଗରୁଡ ପ୍ରଜାତିର ଇଷ୍ଟର୍ନ ଇମ୍ପେରିଆଲ୍ ଶାଗୁଣା ସଂଖ୍ୟା ପ୍ରାୟ ୮୦ ରେ ପହଞ୍ଚିଛି। ଏହି ଶାଗୁଣା ଦେଖିବାକୁ ଖୁବ ସୁନ୍ଦର ବୋଲି କୁହାଯାଏ ।

ଫଟୋଗ୍ରାଫର ରାକେଶ ଶର୍ମା ବର୍ଷ ବର୍ଷ ଧରି ଜୋଡ୍ ବିଡରେ ପକ୍ଷୀମାନଙ୍କ ଗତୀବିଧି ଉପରେ ନଜର ରଖିଥାନ୍ତି । ଏଥର ସେ ୧୦ ରୁ ଅଧିକ ପ୍ରଜାତିର ଶାଗୁଣା ଦେଖିଥିବା କହିଛନ୍ତି । ଶର୍ମାଙ୍କ କହିବା ଅନୁଯାୟୀ, ଭାରତୀୟ ପ୍ରଜାତିର ଶାଗୁଣା, ରେଡ୍ ହେଡ୍ ଶାଗୁଣା, ଧଳା ହମ୍ମଡ୍ ଶାଗୁଣା ଏବଂ ଲଙ୍ଗ୍ ବିଲ୍ଡ୍ ଶାଗୁଣା ମିଳିତ ଭାବରେ ଦେଖାଯାଇଛନ୍ତି । ଶାଗୁଣା ବିଲୁପ୍ତ ହେବା ପରେ ବର୍ତ୍ତମାନ ବିଦେଶୀ ପ୍ରଜାତିର ଶାଗୁଣା ଯେପରିକି ଇନସେପ୍ଟିଆନ୍ ଶାଗୁଣା (ଧଳା ଶାଗୁଣା) ନିଜକୁ ଏହି ସ୍ଥାନ ସହିତ ଖାପ ଖୁଆଇବା ଆରମ୍ଭ କରିଛନ୍ତି । ବର୍ତ୍ତମାନ ସେମାନେ ସ୍ଥାୟୀ ଭାବରେ ଏଠାରେ ରହିବା ଆରମ୍ଭ କରିଛନ୍ତି ।

Also Read- ୨୦ ପୋଲିସ ଅଧିକାରୀଙ୍କୁ ମିଳିବ ସମ୍ମାନଜନକ ରାଜ୍ୟପାଳ ପଦକ

Also Read- Ujjain Mahakal: ବାବା ମହାକାଳଙ୍କ ଆଶୀର୍ବାଦ ନେଲେ ବଲିଉଡ ସୁପରଷ୍ଟାର ସୁନୀଲ ଶେଟ୍ଟୀ