)
Cylinder Blast: ଏ-ମିତି ବି ଆସେ ମୃତ୍ୟୁ । ବିବାହ ବାର୍ଷିକର ସେଲିବ୍ରେସନ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ତର । ଗ୍ୟାସ୍ ଟାଙ୍କି ଫାଟି ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଉତ୍ତରପ୍ରଦେଶର କାକୋରିରେ ଏହି ଅଘଟଣ ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଘଟିଛି । ଯାହାକୁ ନେଇ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ ଉତ୍ତରପ୍ରଦେଶର କାକୋରିରେ ଅଂଚଳରେ ବାସ କରୁଥିବା ମୁଶିର ଅଲ୍ଲୀଙ୍କ ମଙ୍ଗଳବାର ଦିନ ଥିଲା ବିବାହ ବାର୍ଷିକୀ। ଏହି ବିବାହ ବାର୍ଷିକୀକୁ ଧୁମଧାମରେ ପାଳନ କରିବା ପାଇଁ ଘରେ ମୁଶିର ଅଲ୍ଲୀ ଏକ ପାର୍ଟିର ଆୟୋଜନ କରିଥିଲେ। ବନ୍ଧୁ ବାନ୍ଧବଙ୍କ ଗହଳି ଘରେ ଲାଗି ରହିଥିଲା। କିନ୍ତୁ ହଠାତ୍ ଘରେ ସର୍ଟ ସର୍କିଟ୍ ଯୋଗୁଁ ଘରେ ନିଆଁ ଲାଗି ଯାଇଥିବାରୁ ଦୁଇଟି ସିଲିଣ୍ତର ଫାଟିଯାଇଥିଲା। ଫଳରେ ଏଥିରେ ୫ ଜଣ ଜୀବନ୍ତ ଜଳି ଯାଇଥିଲେ। ଆଉ ୪ ଜଣ ଗୁରୁତର ଆହତ ହୋଇଥିଲେ।
ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି କୁହାଯାଉଛି। ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ ରହିଛନ୍ତି। ମୃତକମାନେ ହେଲେ, ମୁଶିର ଅଲ୍ଲୀ, ତାଙ୍କ ସ୍ତ୍ରୀ ହୁସନ୍ ବାନୋ, ତାଙ୍କ ଭଉଣୀଙ୍କ ଦୁଇ ଝିଅ ଉମା ଓ ହେନା ଏବଂ ଭଣଜାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ପରିବାରର ଅନ୍ୟ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।