Dengue Vaccine: ଏହି ଦିନ ବଜାରକୁ ଆସିବ ଡେଙ୍ଗୁ ଟିକା, ସିରମ ଇନଷ୍ଟିଚ୍ୟୁଟ୍ କଲା ବଡ଼ ଘୋଷଣା
Advertisement

Dengue Vaccine: ଏହି ଦିନ ବଜାରକୁ ଆସିବ ଡେଙ୍ଗୁ ଟିକା, ସିରମ ଇନଷ୍ଟିଚ୍ୟୁଟ୍ କଲା ବଡ଼ ଘୋଷଣା

Dengue, Malaria Vaccine : ସିରମ୍ ଇନଷ୍ଟିଚ୍ୟୁଟ୍ ବର୍ତ୍ତମାନ ଡେଙ୍ଗୁ ଓ ମ୍ୟାଲେରିଆ ବିରୋଧରେ ଟିକା ପ୍ରସ୍ତୁତ କରିବ ଓଏକ ବର୍ଷ ମଧ୍ୟରେ ବଜାରରେ ଡେଙ୍ଗୁ ଟିକା ଉପଲବ୍ଧ ହେବ ବୋଲି ସିରମ୍ ପ୍ରତିଷ୍ଠାନର ସଭାପତି ସାଇରସ୍ ପୁନାୱାଲା ଘୋଷଣା କରିଛନ୍ତି ।

ସୌ: ସୋସିଆଲ ମିଡିଆ

Dengue Vaccine: ଡେଙ୍ଗୁକୁ ଆଉ ଭୟ ନାହିଁ । କୋଭିସିଲ୍ଡ ତିଆରି କରିଥିବା କମ୍ପାନୀ ସିରମ ଇନଷ୍ଟିଚ୍ଯୁଟ୍ ଅଫ୍ ଇଣ୍ଡିଆ (serum institute of india) ଖୁବଶୀଘ୍ର ବଜାରେର ଡେଙ୍ଗୁ ଭ୍ଯାକ୍ସିନ୍ ଲଞ୍ଚ କରିବାକୁ ଯାଉଛି । ଏବାବଦରେ ସିରମ ଚେୟାରମ୍ଯାନ୍ ସାଇରସ୍ ପୁନାୱାଲା (serum institute of india) ବୁଧବାର ଦିନ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଆଗାମୀ ଏକ ବର୍ଷ ମଧ୍ଯରେ ଦେଶରେ ଡେଙ୍ଗୁ ଭ୍ୟାକସିନ୍ ଲଞ୍ଚ ହେବ । ଏହା ସହିତ କମ୍ପାନୀ ଖୁବଶୀଘ୍ର ମ୍ଯାଲେରିଆ ଟିକା (Malaria Vaccine) ମଧ୍ଯ ବଜାରକୁ ଛାଡି଼ବ । ଏହି ଟିକା ଉଭୟ ଭାରତ ଓ  ଆଫ୍ରିକାରେ ଉପଯୋଗୀ ସାବ୍ଯସ୍ତ ହେବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ଯ ଯେ,ଭାରତ ଓ  ଆଫ୍ରିକାକୁ ମ୍ୟାଲେରିଆ ପ୍ରବଣ ଅଂଚଳ ଭାବେ ଗଣା ଯାଇଥାଏ ।

ପୁନାୱାଲା କହିଛନ୍ତି ଯେ, ‘‘କୋଭିସିଲ୍ଡର ସଫଳତା ପରେ ଦୁନିଆରେ ପ୍ରଥମଥର ପାଇଁ ଏସଆଇଆଇ ମ୍ଯାଲେରିଆ ଭ୍ଯାକ୍ସିନ୍ ଲଂଚ କରିବାକୁ ଆମେ ଯାଉଛୁ । ଭାରତର ଅନେକ ଅଂଚଳରେ ଲୋକ ମ୍ଯାଲେରିଆ ଦ୍ୱାରା ସଂକ୍ରମିତ ହୋଇଥାନ୍ତି । ସେ ଆହୁରି ମଧ୍ଯ କହିଛନ୍ତି ଯେ, ସିରମ ଡେଙ୍ଗୁ ପାଇଁ ମଧ୍ଯ ଏକ ଟିକା ପ୍ରସ୍ତୁତ କରୁଛି । ଯାହା ଆଉ ଏକ ଭାଇରାଲ ସଂକ୍ରମଣ ଯାହାକି ମଶାଙ୍କ ଦ୍ୱାରା ବ୍ଯାପିଥାଏ । ଡେଙ୍ଗୁ ଟିକା ଆସନ୍ତା ଏକ ବର୍ଷ ମଧ୍ଯରେ ପ୍ରସ୍ତୁତ ହୋଇଯିବ ବୋଲି ସେ କହିଛନ୍ତି । ମ୍ଯାଲେରିଆ ଓ ଡେଙ୍ଗୁ ଉଭୟ ଭେକ୍ଟର ଜନିତ ରୋଗ ,ଯାହା ଭାରତ ଭଳି ଦେଶରେ ଅଧିକ ବ୍ୟାପିଥାଏ । 

କ୍ୟାନସର ପାଇଁ ମଧ୍ଯ ତିଆରି ହେଉଛି ଟିକା!
ବର୍ଷା ଋତୁରେ ଭାରତରେ ଡେଙ୍ଗୁ ଅଧିକ ବ୍ଯାପିଥାଏ । ମଶାଙ୍କ କାରଣରୁ ବ୍ୟାପୁଥିବା ଏହି ରୋଗରେ ଭାରତରେ ପ୍ରତିବର୍ଷ ହଜାର ହଜାର ଲୋକ ପ୍ରାଣ ହରାଇଥାନ୍ତି । ସିରମର ବୈଜ୍ଞାନିକ ଅନେକ ବର୍ଷ ଧରି ଡେଙ୍ଗୁ ଟିକା ଉପରେ ଗବେଷଣା କରିବା ପରେ ଏବେ ଏଥିରେ ସଫଳ ହୋଇଛନ୍ତି । ସିରମ ମଧ୍ଯ କ୍ୟାନସର ବିରୋଧରେ ଟିକା ଉପରେ ଗବେଷଣା କରୁଛି । କିଛି ବର୍ଷ ମଧ୍ଯରେ ସିରମ ଏଥିରେ ସଫଳ ହେବ ବୋଲି ଆଶା କରାଯାଉଛି ।

ସମସ୍ତ ଚାରୋଟି ଷ୍ଟ୍ରେନ୍ ପାଇଁ ଟିକା ଦିଆଯିବ 
ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଚେୟାରମ୍ୟାନ୍ ସାଇରସ୍ ପୁନାୱାଲା ଏକ ବର୍ଷ ମଧ୍ୟରେ ଡେଙ୍ଗୁ ଟିକା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ଏଥିରେ ଡେଙ୍ଗୁ ର ଚାରୋଟି ଷ୍ଟ୍ରେନର ଚିକିତ୍ସା ସୁନିଶ୍ଚିତ ହେବ । ସିରମ୍ ଇନଷ୍ଟିଚ୍ୟୁଟ୍ ଶୀଘ୍ର ଟିକାକୁ ବଜାରକୁ ଆଣିବା ପ୍ରକ୍ରିୟା ଦିଗରେ ପଦକ୍ଷେପ ନେଇପାରେ । ଦେଶରେ ଔଷଧର ବିସ୍ତାର ପାଇଁ ଫାଷ୍ଟ-ଟ୍ରାକ୍ ଅନୁମୋଦନ ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟରେ ଆବେଦନ କରିବା ଭଳି ଜିନିଷ ଏଥିରେ ଅନ୍ତର୍ଭୁକ୍ତ । ସିରମ୍ ଏହାର ଟେକ୍ନୋଲୋଜି ବ୍ୟବହାର କରିବାକୁ ଆମେରିକାର ଆଧାରିତ ବାୟୋଟେକ୍ନୋଲୋଜି କମ୍ପାନୀ (ଭିଷ୍ଟେରା) ସହିତ ସହଯୋଗ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ତଥ୍ୟ ଅନୁଯାୟୀ, ପ୍ରତିବର୍ଷ ୧୦ ରୁ ୪୦ କୋଟି ଡେଙ୍ଗୁ ଜ୍ୱର ହେବାର ସମ୍ଭାବନା ରହିଛି ।

ଏହା ବି ପଢ଼ନ୍ତୁ: Chandrayaan-3: ଚନ୍ଦ୍ର ପୃଷ୍ଠରେ ରୋଭର ପ୍ରଜ୍ଞାନ କଲା ଚମତ୍କାର ମୁନଡ୍ୟାନ୍ସ, ଭିଡିଓ ରେକର୍ଡ କଲା ଲ୍ୟାଣ୍ଡର ବିକ୍ରମ, ଏଠାରେ ଦେଖନ୍ତୁ

ଏହା ବି ପଢ଼ନ୍ତୁ: Railway Recruitment 2023: ୨ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ଜାରିକଲା ଭାରତୀୟ ରେଳବାଇ, ଫଟାଫଟ୍ କରନ୍ତୁ ଆବେଦନ