Economic survey: ମହାମାରୀ ବେଳେ ବି ବିକାଶ ପଥରେ ଆଗେଇଛି ଓଡ଼ିଶା
Advertisement
Article Detail0/zeeodisha/odisha1584462

Economic survey: ମହାମାରୀ ବେଳେ ବି ବିକାଶ ପଥରେ ଆଗେଇଛି ଓଡ଼ିଶା

ଭୁବନେଶ୍ୱର: ବିକାଶ ଦିଗରେ ଅଗ୍ରସର ରାଜ୍ୟ। ରାଜ୍ୟର ଅଭିବୃଦ୍ଧି ହାରରେ ମଧ୍ୟ ଦ୍ରୁତ ଅଭିବୃଦ୍ଧି ହୋଇଛି। ଗତକାଲି ଆସିଥିବା ଆସିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ (Economical Survey Report) ତଥ୍ୟ ଦେଇଛନ୍ତି ସରକାର। ଆସିଥିବା ରିପୋର୍ଟ ଅନୁଯାୟୀ (Economical Survey Report) ୨୦୨୨ରେ ରାଜ୍ୟର ଅଭିବୃଦ୍ଧି ୭.୮ ପ୍ରତିଶତ ରହିଥିଲା।

Economic survey: ମହାମାରୀ ବେଳେ ବି ବିକାଶ ପଥରେ ଆଗେଇଛି ଓଡ଼ିଶା

Economic survey: ଭୁବନେଶ୍ୱର: ବିକାଶ ଦିଗରେ ଅଗ୍ରସର ରାଜ୍ୟ। ରାଜ୍ୟର ଅଭିବୃଦ୍ଧି ହାରରେ ମଧ୍ୟ ଦ୍ରୁତ ଅଭିବୃଦ୍ଧି ହୋଇଛି। ଗତକାଲି ଆସିଥିବା ଆସିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ (Economical Survey Report) ତଥ୍ୟ ଦେଇଛନ୍ତି ସରକାର। ଆସିଥିବା ରିପୋର୍ଟ ଅନୁଯାୟୀ (Economical Survey Report) ୨୦୨୨ରେ ରାଜ୍ୟର ଅଭିବୃଦ୍ଧି ୭.୮ ପ୍ରତିଶତ ରହିଥିଲା। ଚଳିତବର୍ଷ ଏହି ଅଭିବୃଦ୍ଧି ୭.୦ ହେବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ଏହା ସତ୍ତ୍ୱେ ରାଜ୍ୟ ବିକାଶ ଦିଗରେ ଅଗ୍ରସର ହୋଇଥିବା ନେଇ ସରକାର ସୂଚନା ପ୍ରଦାନ କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮ରୁ ୮.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ୨୦୨୨-୨୩ ଅର୍ଥନୈତିକ ସର୍ଭେ ରିପୋର୍ଟରେ ତଥ୍ୟ ଦେଇଛନ୍ତି ସରକାର। 

କୋରୋନା ମହାମାରୀ ସମୟରେ ସମଗ୍ର ବିଶ୍ୱରେ ମାନ୍ଦାବସ୍ଥା ଦେଖାଦେଇଛି। କିଆନ୍ତୁ ରାଜ୍ୟ ରାଜସ୍ୱ ସଂଗ୍ରହରେ ରେକର୍ଡ ସୃଷ୍ଟି କରିଛି। ରାଜ୍ୟରେ ମୁଣ୍ଡପିଛା ଆୟ ୧ଲକ୍ଷ ୫୦ହଜାର ୬୭୬ ରହିଛି । ମୁଣ୍ଡ ପିଛା ଆୟ ବୃଦ୍ଧିରେ ଜାତୀୟ ହାରଠାରୁ ଅଧିକ ରହିଛି । ୨୦୧୧-୧୨ରୁ ୨୦୨୨-୨୩ ମଧ୍ୟରେ ମୁଣ୍ଡପିଛା ଆୟ ୧୦.୯ପ୍ରତିଶତ ବଢ଼ିଛି। କୃଷି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି।  ଭିତ୍ତିଭୂମି ବିକାଶ ଓ ବିପଣନ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହୋଇଛି । ରୋଜଗାର ବୃଦ୍ଧି ଉପରେ ରାଜ୍ୟ ସରକାର ଜୋର ଦେଇଛନ୍ତି । ରାଜ୍ୟରେ ମହିଳାମାନଙ୍କୁ ଆତ୍ମନିଯୁକ୍ତିରେ ସଫଳତା ପାଇଛି ଓଡ଼ିଶା ।

ମହିଳାଙ୍କ ନିଯୁକ୍ତି ହାର ଜାତୀୟ ସ୍ତରରେ ୩୨.୫ ପ୍ରତିଶତ। ଓଡ଼ିଶାରେ ନିଯୁକ୍ତି ହାର ୩୩.୨ପ୍ରତିଶତ ମହିଳାଙ୍କୁ ନିଯୁକ୍ତି। ବିତ୍ତୀୟ ପରିଚାଳନାରେ ଓଡ଼ିଶା ଭଲ ପ୍ରଦର୍ଶନ କରିଆସିଛି । ଗତ ୧୭ବର୍ଷରେ ନିରନ୍ତର ଭାବେ ବଳକା ରାଜସ୍ୱ ମାନ୍ୟତା ପାଇଛି ଓଡ଼ିଶା । ୨୦୧୯-୨୦ରେ ରାଜ୍ୟ ଘରୋଇ ଉତ୍ପାଦରେ ଅନ୍ୟ ରାଜ୍ୟକୁ ପଛରେ ପକାଇଛି । ହରିୟାଣା, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ତାମିଲନାଡୁକୁ ପଛରେ ପକାଇଛି ଓଡ଼ିଶା ।

Also Read: Odisha Budget: ଆଜି ଆସିବ ରାଜ୍ୟ ବଜେଟ, ଅପରାହ୍ଣରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

Also Read: IND vs AUS ODI Series Harshal Patel: ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ଶେଷ ହେଲା କ୍ୟାରିୟର! BCCI ହଠାତ୍ କରିଦେଲା ବାହାର