DA Hike 2024: ସରକାରୀ କର୍ମଚାରୀଙ୍କ ବଢିବ ମହଙ୍ଗା ଭତ୍ତା; ହୋଇପାରେ ସର୍ବାଧିକ ବୃଦ୍ଧି
Advertisement
Article Detail0/zeeodisha/odisha1997482

DA Hike 2024: ସରକାରୀ କର୍ମଚାରୀଙ୍କ ବଢିବ ମହଙ୍ଗା ଭତ୍ତା; ହୋଇପାରେ ସର୍ବାଧିକ ବୃଦ୍ଧି

DA Hike Latest Update: ଆସନ୍ତା ବର୍ଷ ଜାନୁଆରୀ ମାସରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢିବାର ସମ୍ଭାବନା ରହିଛି।

DA Hike 2024: ସରକାରୀ କର୍ମଚାରୀଙ୍କ ବଢିବ ମହଙ୍ଗା ଭତ୍ତା; ହୋଇପାରେ ସର୍ବାଧିକ ବୃଦ୍ଧି

DA Hike of Govt Employee: ନୂଆଦିଲ୍ଲୀ: ସଦ୍ୟ ଦେଶର ୫ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇସାରିଛି। ଏହି ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିଛି। ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଆଦି ୩ ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ଯାଉଛି। ୨୦୨୩ ବିଧାନସଭା ନିର୍ବାଚନରେ ବିଜେପି ହାସଲ କରିଥିବା ବିପୁଳ ବିଜୟ କାରଣରୁ କେବଳ ଶେୟାର ବଜାର ବୃଦ୍ଧି ହୋଇନାହିଁ ନୁହେଁ ବରଂ ସରକାରୀ କର୍ମଚାରୀଙ୍କ ଆଶା ମଧ୍ୟ ବଢିଯାଇଛି। ଆଶା କରାଯାଉଛି ଯେ ସରକାରୀ କର୍ମଚାରୀଙ୍କ ୫ ପ୍ରତିଶତ ମହଙ୍ଗା ଭତ୍ତା ଆସନ୍ତା ଜାନୁଆରୀ ମାସରେ ବଢିପାରେ। ୨୦୨୪ ଆରମ୍ଭ ହେବା କ୍ଷଣି ଜାନୁଆରୀ ମାସରେ ମହଙ୍ଗା ଭତ୍ତା ବଢିବାର ସମ୍ଭାବନା ରହିଛି। ଯଦି ମହଙ୍ଗା ଭତ୍ତା ବୃଦ୍ଧି ପାଏ ତାହେଲେ ଏହାର ପରିମାଣ ୫୦ ପ୍ରତିଶତ ହେବ। ଯାହା ଫଳରେ କେନ୍ଦ୍ରୀୟ କର୍ମଚାରୀଙ୍କ ଘର ଭଡ଼ା ଭତ୍ତା ମଧ୍ୟ ବୃଦ୍ଧି ପାଇବ। 

୫ ପ୍ରତିଶତ ବୃଦ୍ଧି ପାଇଁ କ'ଣ ରହିଛି ଯୋଜନା
ଗତ ଅକ୍ଟୋବର ମାସରେ ହୋଇଥିବା ଗଣନା ଅନୁଯାୟୀ ସର୍ବଭାରତୀୟ ଗ୍ରାହକ ମୂଲ୍ୟ ସୂଚକାଙ୍କ ୧୩୮.୪ ରହିଛି। ଗୋଟିଏ ମାସ ପୂର୍ବରୁ ସୂଚକାଙ୍କରେ ୦.୯ ଅଙ୍କ ବୃଦ୍ଧି ହୋଇଥିଲା। ଯଦିଓ ନଭେମ୍ବର-ଡିସେମ୍ବର ମାସର ଗଣନାର ସଂଖ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ହେଲେ ତଥାପି ଏବେ ଯଦି ସୂଚକାକୁ ଦେଖିଲେ ଅନୁମାନ କରିହୁଏ ଯେ ଆସନ୍ତା ବର୍ଷ ଜାନୁଆରୀ ମାସରୁ ଜୁନ ପର୍ଯ୍ୟନ୍ତ ମହଙ୍ଗା ଭତ୍ତା ସବୁଠାରୁ ଅଧିକ ବୃଦ୍ଧି ପାଇବା ନେଇ ଆଶା କରାଯାଉଛି। ଏଠାରେ କହିରଖୁଛୁ ଯେ ସର୍ବଭାରତୀୟ ଗ୍ରାହକ ମୂଲ୍ୟ ସୂଚକାଙ୍କରୁ ମହଙ୍ଗା ଭତ୍ତାର ପରିମାଣ ଧାର୍ଯ୍ୟ କରାଯାଇଥାଏ। ଏହି ସୂଚକାଙ୍କରୁ ଜଣାପଡ଼ିଥାଏ ବଜାର ଦର ଅନୁସାରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା କେତେ ଟଙ୍କା ବୃଦ୍ଧି କରାଯିବ।