Deepika Padukone: ଏମିତି କ'ଣ ହେଲା ଯେ, Pathaan Eventରେ କାନ୍ଦି ପକାଇଲେ ଦୀପିକା
Advertisement
Article Detail0/zeeodisha/odisha1551594

Deepika Padukone: ଏମିତି କ'ଣ ହେଲା ଯେ, Pathaan Eventରେ କାନ୍ଦି ପକାଇଲେ ଦୀପିକା

Deepika Padukone: ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ବକ୍ସ ଅଫିସରେ ଜବରଦସ୍ତ ରୋଜଗାର କରି ବଲିଉଡକୁ ଏକ ବଡ ଲାଇଫଲାଇନ ଦେଇଛି। ଦୀର୍ଘ ଦିନ ପରେ ପ୍ରଶଂସକମାନେ କିଙ୍ଗ ଖାନଙ୍କ ପ୍ରତ୍ୟାବର୍ତ୍ତନକୁ ପସନ୍ଦ କରିଛନ୍ତି। ଜାନୁଆରୀ ୨୫ରେ, ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ‘ପଠାନ’ର ବକ୍ସ ଅଫିସ ସଂଗ୍ରହ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହି ଅଦ୍ଭୁତପୂର୍ବ ସଫଳତା ପରେ ,‘ପଠାନ’ ଟିମ୍ ଏକ ପ୍ରେସମିଟ୍ (ପଠାନ ଇଭେଣ୍ଟ) କରିଥିଲା ।

ସୌଜନ୍ୟ- ସୋସିଆଲ ମିଡିଆ

Deepika Padukone gets emotional at Pathaan press meet : ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ବକ୍ସ ଅଫିସରେ ଜବରଦସ୍ତ ରୋଜଗାର କରି ବଲିଉଡକୁ ଏକ ବଡ ଲାଇଫଲାଇନ ଦେଇଛି। ଦୀର୍ଘ ଦିନ ପରେ ପ୍ରଶଂସକମାନେ କିଙ୍ଗ ଖାନଙ୍କ ପ୍ରତ୍ୟାବର୍ତ୍ତନକୁ ପସନ୍ଦ କରିଛନ୍ତି।  ଜାନୁଆରୀ ୨୫ରେ, ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ‘ପଠାନ’ର ବକ୍ସ ଅଫିସ ସଂଗ୍ରହ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହି ଅଦ୍ଭୁତପୂର୍ବ ସଫଳତା ପରେ ,‘ପଠାନ’ ଟିମ୍  ଏକ ପ୍ରେସମିଟ୍ (ପଠାନ ଇଭେଣ୍ଟ) କରିଥିଲା । ଏହି ଇଭେଣ୍ଟରେ ଫିଲ୍ମର ଲିଡ୍ ରୋଲରେ ନଜର ଆସିଥିବା ଶାହରୁଖ୍,ଦୀପିକା ଓ ଜନ ଆବ୍ରାହମ ମଧ୍ୟ ଉପସ୍ଥିତ ଥିଲେ । ଏହି ଇଭେଣ୍ଟରେ ଦୀପିକା ପାଦୁକୋନ ଭାବବିହ୍ବଳ ହୋଇପଡିଥଲେ । ଏବଂ ସେ ନିଜ ଲୁହକୁ କ୍ୟାମେରା ଆଗରୁ ଲୁଚାଇ ପାରି ନ ଥିଲେ । 

ନିକଟରେ ‘ପଠାନ’୫୦୦ କୋଟିରୁ ଅଧିକ ରୋଜଗାର କରିଛି। ଏଥି ସହ ଦୀପିକା ପାଦୁକୋନ ରିଲିଜ୍ ହୋଇଥିବା ଫିଲ୍ମ ବକ୍ସ ଅଫିସରେ ସଫଳତା ପାଇ ଥିବାରୁ ସେ ବହୁତ ଖୁସି ଥିବା କହିଛନ୍ତି । ଗଣମାଧ୍ୟମ ଆଗରେ ଫିଲ୍ମ ସୁପରହିଟ୍ ନେଇ ପ୍ରତିକ୍ରିୟା ରଖୁଥିବା ବେଳେ ସେ କାନ୍ଦିଥିଲେ। ସେ କହିଛନ୍ତି ଯେ,‘ଫିଲ୍ମର ସଫଳତା ଏକ ପର୍ବ ପରି ମୋତେ ଅନୁଭବ ହେଉଛି ।  ଅଭିନେତ୍ରୀ ଆହୁରୀ କହିଛନ୍ତି ଯେ,ସେ ମୁମ୍ବାଇର ଗେଟୀ ଗାଲାକ୍ସିରେ ଫିଲ୍ମ ଦେଖିବାକୁ ଯାଇଥିଲେ। ଦର୍ଶକଙ୍କ ପ୍ରତିକ୍ରିୟା ଦେଖି ଏବଂ ଏହି ପ୍ରତିକ୍ରିୟା ବିଷୟରେ କହିବା ପରେ ଦୀପିକା କାନ୍ଦି ପକାଇଥିଲେ । ସେ କହିଛନ୍ତି ଯେ ଲୋକଙ୍କ ପ୍ରତିକ୍ରିୟା ଦେଖିବା ପରେ ସେ ବହୁତ ଭଲ ଅନୁଭବ କରିଛନ୍ତି। ଫିଲ୍ମ ପ୍ରତି ଲୋକଙ୍କ ପ୍ରତିକ୍ରିୟା ଏପରି ଥିଲା ଯେ , ଯେମିତି ସେମାନେ ଏକ ଉତ୍ସବ ପାଳନ କରୁଛନ୍ତି ।’ ଦୀପିକାଙ୍କ ଲୁହ ଦେଖି କିଙ୍ଗ ଖାନ୍ ମଧ୍ୟ ଭାବ ବିହ୍ବଳ ହୋଇପଡିଥିଲେ । ଏବଂ ସେ ଦୀପିକାଙ୍କୁ ବୁଝାଇବାକୁ ଲାଗିଥିଲେ ।  

Also Read : HBD Preity Zinta: ବିଟାଉନରେ ନାଁ କମେଇବା ପରେ ବି ଶୋଷଣର ହୋଇଥିଲେ ଶୀକାର ବଲିଉଡ୍‌ର ଡିମ୍ପଲ୍ ଗାର୍ଲ, ଥାନାକୁ ଯାଇଥିଲା ମାମଲା

ନିକଟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତ  ଟୁଇଟରକୁ ଫେରିଛନ୍ତି । ଆଉ ଫେରିବା ପରେ ପୁଣିଥରେ ବଲିଉଡ ଉପରେ ହମଲା କରିଦେଇଛନ୍ତି । ଏବେ କଙ୍ଗନାଙ୍କ ଟାର୍ଗେଟରେ ରହିଛନ୍ତି, ବଲିଉଡ ବାଦଶାହା ଶାହାରୁଖ ଖାଁ ଓ ତାଙ୍କ ଅଭିନୀତ ମୁଭି ‘ପଠାନ’ । ନିକଟରେ ଏହି ମୁଭି ରିଲିଜ ହୋଇଯାଇଛି । ସବୁଥର କଙ୍ଗନା ତାଙ୍କ ଚିରାଚରିତ ଢଙ୍ଗରେ ‘ପଠାନ’କୁ ଟାର୍ଗେଟ କରୁଥିବା ବେଳେ ଏଥର କିନ୍ତୁ ସେ ମୁଭିର ସଫଳତାକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । ଟୁଇଟ କରି ସେ ଦେଶର ଜନତାଙ୍କ ଉପରେ କିଛି ଅଭିଯୋଗ ବି ଆଣିଛନ୍ତି ।

କଙ୍ଗନା କହିଛନ୍ତି ବଲିଉଡ ଦର୍ଶକେ ସବୁବେଳେ ୩ ଖାଁଙ୍କୁ ପସନ୍ଦ କରିଥାଆନ୍ତି । ନିକଟରେ ଶାହାରୁଖଙ୍କ ରିଲିଜ ହୋଇଥିବା ମୁଭି ‘ପଠାନ’ ଏହାର ଉଦାହରଣ । ‘ପଠାନ’ର ଅଭୁତପୂର୍ବ ସଫଳତାକୁ ନେଇ ସେ ଶାହାରୁଖ ଓ ଦୀପିକାଙ୍କୁ ପ୍ରଶଂସା କରିଛନ୍ତି । ଲେଖିଛନ୍ତି ଶୁଭେଚ୍ଛା!!! ଏଥିରୁ ଜଣାପଡୁଛି କି ହିନ୍ଦୁ ମୁସଲମାନ ସମାନ ଭାବରେ ଶାହାରୁଖଙ୍କୁ ଭଲ ପାଇ ଥାଆନ୍ତି । ବହିସ୍କାର ମୁଭିକୁ କ୍ଷତି ପହଞ୍ଚାଇ ନ ଥାଏ ବରଂ ସାହାଯ୍ୟ କରିଥାଏ ଓ ଭଲ ସଙ୍ଗୀତ କାମ କରିଥାଏ ଓ ଭାରତ ସୁପର ସେକ୍ୟୁଲାର ଅଟେ । ଏହା ପୂର୍ବରୁ କଙ୍ଗନା ମୁଭି ‘ପଠାନ’କୁ ନେଇ କିଛି ଟୁଇଟ କରିଥିବା ବେଳେ ଶାହାରୁଖଙ୍କ ପ୍ରଶଂସକ କିନ୍ତୁ ଏହାର ଜବାବ ରଖିଥିଲେ । ତେବେ ବେଶ କିଛିଦିନ ପରେ ପୁଣିଥରେ ବଲିଉଡ ଦୁନିଆକୁ ଫେରିବାରୁ ପ୍ରଶଂସକ ବଡ ପରଦାରେ ତାଙ୍କର ଅଭିନୟ ଦେଖିବା ସହ ପୁଣିଥରେ ସେ ଦର୍ଶକଙ୍କର ନିକଟତର ହୋଇଛନ୍ତି ।