Shocking News: ମଶା ପାଇଁ ଯାତ୍ରା କରିଲା ବେଳେ ଅଟକିଲା ଟ୍ରେନ, ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1667748

Shocking News: ମଶା ପାଇଁ ଯାତ୍ରା କରିଲା ବେଳେ ଅଟକିଲା ଟ୍ରେନ, ଜାଣନ୍ତୁ କାରଣ

Railway News: ମଶା ପାଇଁ ଉନ୍ନାଁ ରେଳ ଷ୍ଟେସନ ଠାରେ ଅଟକିଯାଇଛି ଦିଲ୍ଲୀ-ଲକ୍ଷ୍ନୌ ମଧ୍ୟରେ ଚଳାଚଳ କରୁଥିବା ଗୋମତି ଏକ୍ସପ୍ରେସ। ମଶା କାମୁଡ଼ିବାକୁ ନେଇ ଅଭିଯୋଗ ମିଳିବା ମିଳିବା ପରେ ତତ୍କାଳ ପ୍ରଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ରେଳବାଇ। 

 Shocking News: ମଶା ପାଇଁ ଯାତ୍ରା କରିଲା ବେଳେ ଅଟକିଲା ଟ୍ରେନ, ଜାଣନ୍ତୁ କାରଣ

BJP MP Rajveer Singh: ମଶା ପାଇଁ ଯାତ୍ରା କରିବା ସମୟରେ ଅଟକିଯାଇଛି ଟ୍ରେନ। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ହେଲେ ଏହା ସତ୍ୟ। ମଶା କାମୁଡ଼ିବାର ଏଭଳି ଏକ ରୋଚକ ଘଟଣା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ଏଟା ଲୋକସଭା ଆସନର ବିଜେପି ସାଂସଦ ରାଜବୀର ସିଂହଙ୍କ ସହ ଘଟିଯାଇଛି ଏଭଳି ଘଟଣା। ଏଟା ସାଂସଦ ରାଜଭୀର ସିଂହ ଲକ୍ଷ୍ନୌସ୍ଥିତ ଚାରବାଗ ରେଳ ଷ୍ଟେସନ ଠାରୁ ଦିଲ୍ଲୀ ଅଭିମୁଖେ ଗୋମତି ଏକ୍ସପ୍ରେସ ଯୋଗେ ଯାତ୍ରା କରୁଥିଲେ। ଟ୍ରେନ ଯୋଗେ ଯାତ୍ରା କରିବା ସମୟରେ ବିଜେପ ସାଂସଦଙ୍କ ପଛରେ ମଶା ପଡ଼ିଯାଇଥିଲେ। ଯାତ୍ରା ବେଳେ ମଶା କାମୁଡ଼ିବାକୁ ନେଇ ଅତିଷ୍ଠ ହୋଇପଡ଼଼ିଥିବା ବିଜେପି ସାଂସଦ ରାଜବୀର ସିଂହ ତତ୍କାଳ ପ୍ରଭାବରେ ରେଳବାଇ ପାଖରେ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଜାଗ ହୋଇଉଠିଥିଲା ରେଳବାଇ ପ୍ରଶାସନ। 

ମଶା କାମୁଡ଼ିବାକୁ ନେଇ ବିଜେପି ସାଂସଦ ରାଜବୀର ସିଂହଙ୍କ (BJP MP Rajveer Singh) ପକ୍ଷରୁ ଅଭିଯୋଗ ମିଳିବା ପରେ ତରବରିଆ ଭାବେ ରେଳବାଇ ଅଧିକାରୀ (Indian Railway Official) ଘଟଣାସ୍ଥଳରେ ପହଞ୍ଚି ଟ୍ରେନ ଅଟକାଇବା ସହିତ ସେହି ବଗି ସଫା କରାଯାଇଥିଲା। ଯେଉଁଥିରେ ଏଟା ଲୋକସଭା ସାଂସଦ (Etah Lok Sabha MP) ଯାତ୍ରା କରୁଥିଲେ। ବଗି ସଫା କରାଯିବା ପରେ ଯାଇ ଗୋମତି ଏକ୍ସପ୍ରେସ (Gomti Express) ଏହାର ଯାତ୍ରା ଆରମ୍ଭ କରିଥିଲା। ସାଂସଦଙ୍କ ସହିତ ଯାତ୍ରା କରୁଥିବା ମାନ ସିଂହ ଟ୍ୱିଟ କରି ଟ୍ରେନ ଯୋଗେ ଯାତ୍ରା କରିବା ସମୟରେ ମଶା କାମୁଡ଼ିବା ସମ୍ପର୍କରେ ଜଣାଇଥିଲେ। ଏନେଇ ମାନ ସିଂହ କହିଛନ୍ତି ଯେ, ସାଂସଦ ରାଜବୀର ସିଂହ ପ୍ରଥମ ଶ୍ରେଣୀ ଏସି ବଗି ଯୋଗେ ଯାତ୍ରା କରିଥିଲେ। ହେଲେ ପ୍ରଥମ ଶ୍ରେଣୀ ଏସି କୋଚ ବାଥରୁମ୍ ବହୁତ ଅପରିଷ୍କାର ରହିବା ସହ ମଶା କାମୁଡୁଛନ୍ତି। ମଶା କାମୁଡ଼ିବା କାରଣରୁ ସାଂସଦଙ୍କ ପାଇଁ ବସିବା ମଧ୍ୟ କଷ୍ଟସାଧ୍ୟ ହୋଇପଡିଛି।

ଏହି ଟ୍ୱିଟ୍ ପରେ ରେଳବାଇ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଉନ୍ନାଓ ଠାରେ ଅଟକି ଯାଇଥିଲା ଗୋମତି ଏକ୍ସପ୍ରେସ। ଏହା ପରେ ପୁରା କମ୍ପାର୍ଟମେଣ୍ଟ ସଫା କରାଯାଇଥିଲା। ମଶାଙ୍କୁ ଘଉଡାଇବା ପାଇଁ ପୁରା ବଗି ସ୍ପ୍ରେ କରାଯାଇଥିଲା। ଏହା ପରେ ଟ୍ରେନକୁ ଉନ୍ନାଓ ରେଳ ଷ୍ଟେସନ (Unnao Railway Station) ଠାରୁ ଦିଲ୍ଲୀ (Delhi) ଅଭିମୁଖେ ଯାତ୍ରା କରିଥିଲା।

ସାଂସଦଙ୍କୁ ମଶା କାମୁଡ଼ିବା ଘଟଣାରେ ରେଳବାଇ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ନେଇ ବିଷୟରେ ସୋସିଆଲ ମିଡିଆ ଦୁନିଆରେ ଅନେକ ଆଲୋଚନା ହେଉଛି। ଲୋକେ କହୁଛନ୍ତି ଯେ ସାଧାରଣ ଲୋକ ରେଳଯାତ୍ରା କରିବା ସମୟରେ କ୍ରମାଗତ ଭାବରେ ଏପରି ସମସ୍ୟା ସହ ସଂଘର୍ଷ କରିଥାନ୍ତି। ହେଲେ ସାଧାରଣ ଯାତ୍ରୀ ଭୋଗୁଥିବା ସମସ୍ୟାର ସମାଧାନ ବହୁତ କମ୍ ହୋଇଥା। ସେମାନେ ଅଭିଯୋଗ କରିବା ଜାରି ରଖିଥାନ୍ତି। ହେଲେ ଯେତେବେଳେ ଜଣେ ରାଜନେତାଙ୍କର କୌଣସି ଅସୁବିଧା ହୁଏ, ସେତେବେଳେ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ।

ରେଳଯାତ୍ରା କରିବା ସମୟରେ ଲୋକେ ସର୍ବଦା ଅଭିଯୋଗ କରିଥାନ୍ତି ଯେ ସେମାନଙ୍କ ଅଭିଯୋଗ ଶୁଣିବାକୁ କେହି ନାହାଁନ୍ତି। କେତେବେଳେର ପାଣିର ଅଭାବ, ଆଉ କେତେବେଳେ ଅପରିଷ୍କାର ଏବଂ ବେଳେବେଳେ ଗ୍ରୀଷ୍ମ ସମୟରେ ଖରାପ ଫ୍ୟାନ୍ ସହ ଜଡ଼ିତ ଅଭିଯୋଗ, ରେଳଯାତ୍ରୀ ସର୍ବଦା ଏପରି ସମସ୍ୟା ଦ୍ୱାରା ଅସୁବିଧାରେ ପଡ଼ିଥାନ୍ତି।